Posted inଭଦ୍ରକ

ବର୍ଷାଦିନେ ଚାଷଜମି ଫାଟି ଆଁ

ଭଦ୍ରକ ଅଫିସ,୧୮।୭-ମୌସୁମୀ କାରଣରୁ କିଛିଦିନ ବର୍ଷା ହେବା ସହ ଚାଷଜମିରେ ପାଣି ଦେଖିବାକୁ ମିଳିଥିଲା। ହେଲେ ଗତ କିଛିଦିନ ହେଲା ବର୍ଷା ନାହିଁ। ଫଳରେ ଚାଷଜମିରେ ଗଚ୍ଛିତ ହୋଇଥିବା ବର୍ଷାଜଳ ଖରାରେ ଶୁଖିଯାଇଛି। ଏପରିକି ଅନେକ କୃଷିକ୍ଷେତ୍ର ଏବେ ଘାସ ଲତାରେ ପୂରିଯାଇଥିବା ବେଳେ ଚାରଣ ଭୂଇଁ ପାଲଟିଛି। ଚାଷୀମାନେ ଚାଷ ଲାଗି ପ୍ରାରମ୍ଭିକ ବେଉଷଣ କାମ ଆରମ୍ଭ କରିପାରୁନାହାନ୍ତି। ଜଳାଭାବ କାରଣରୁ ଜମିରେ ଏଯାଏ ତଳିପକା କାର୍ଯ୍ୟ ହୋଇପାରୁ ନାହିଁ। ବର୍ଷାଋତୁରେ ଚାଷଜମି ଫାଟି ଆଁ କରିଛି। ନିଅଣ୍ଟ ବର୍ଷାକୁ ନେଇ ଚାଷୀକୂଳ ହତାଶ ହୋଇପଡ଼ିଛନ୍ତି। ସାଧାରଣତଃ ଜୁନରେ ମୌସୁମୀର ଆଗମନ ପରେ ଖରିଫ ଧାନ ଚାଷ କାର୍ଯ୍ୟ ଆରମ୍ଭରେ ସହାୟକ ହୋଇଥାଏ। କିନ୍ତୁ ଚଳିତଥର ଅଧା ପରିମାଣର ବର୍ଷା ହୋଇଛି।
କୃଷି ବିଭାଗ ସୂଚନା ଅନୁଯାୟୀ, ୧୯୮ ମିଲିମିଟର ବର୍ଷା ହେବା କଥା। ମାତ୍ର ୧୦୨ ମିଲିମିଟର ବର୍ଷା ହୋଇଛି। ଏଥିଯୋଗୁ ବୁଣାଠାରୁ ଆରମ୍ଭ କରି ତଳିପକା ଓ ରୁଆ ବେଉଷଣ ବିଳମ୍ବିତ ହୋଇଛି। ଜୁଲାଇରେ ମଧ୍ୟ ବର୍ଷାର ଦେଖା ନାହିଁ। ଏଣୁ ଜିଲାରେ ଚାଷ କାମ ଧିମେଇ ଯାଇଛି। ଚଳିତ ବର୍ଷ ୧ଲକ୍ଷ ୬୧ ହଜାର ୫୦୦ ହେକ୍ଟର ଜମିରେ ଧାନ ଏବଂ ୧୨,୫୬୩ ହେକ୍ଟର ଜମିରେ ଅଣଧାନ ଚାଷର ଲକ୍ଷ୍ୟ ରଖାଯାଇଥିଲା। ଜୁନ୍‌ ଶେଷ ସୁଦ୍ଧା ୩୬୯୫ ହେକ୍ଟର ଜମିରେ ବୁଣା ଧାନ ଚାଷ ସମ୍ଭବ ହୋଇଛି। ୫୬୨୧ ହେକ୍ଟର ଜମିରେ ତଳି ପଡ଼ିଛି। ଯାହାକି ୫୬ ହଜାର ହେକ୍ଟର ଜମିରେ ରୁଆ ଲାଗି ଉଦ୍ଦିଷ୍ଟ। ଏଣୁ ପାଖାପାଖି ୧ଲକ୍ଷ ହେକ୍ଟର ଜମି ଲାଗି ତଳି ପଡ଼ିବା ବି ସମ୍ଭବ ହୋଇନାହିଁ।
କେନାଲରେ ମଧ୍ୟ ପାଣି ନାହିଁ। ଭଦ୍ରକ, ବାସୁଦେବପୁର, ଚାନ୍ଦବାଲି, ତିହିଡ଼ି ବ୍ଲକରେ କିଛିଟା ଚାଷ ଚାଲିଥିବା ବେଳେ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ତଳା ବିଲରେ ମାଟି ଫାଟି ଅଁା କରିଛି। ଲୋକେ ପମ୍ପ ସେଟ୍‌ରେ, କାନ୍ଧରେ ବୋହି ତଳି କିଆରିକୁ ପାଣି ମଡ଼ାଉଛନ୍ତି। ଅଧିକ ପ୍ରଭାବିତ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକରେ ଜଳସମ୍ପଦ ବିଭାଗ ପକ୍ଷରୁ ଅପ୍ରାକୃତିକ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ଏଯାଏ ଆରମ୍ଭ ହୋଇନାହିଁ। ବିଶେଷକରି ଆଖୁଆପଦା, ଶାଳଣିଆ, ଧାମନଗର ଜଳସମ୍ପଦ ବିଭାଗ ଅଧୀନ କେନାଲଗୁଡ଼ିକରେ ପାଣି ନ ଆସିବାରୁ ବ୍ଲକ ଅଞ୍ଚଳରେ ଚାଷକାର୍ଯ୍ୟ ଆଗେଇ ପାରୁନି। ତଳି ଧାନ ଏବେ ଗଜା ହୋଇ ଛୋଟ ଛୋଟ ଗଛ ହୋଇଥିଲେ ସୁଦ୍ଧା ପାଣି ଅଭାବରୁ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଯେଉଁଠି କୃଷି କ୍ଷେତ୍ର ନିକଟକୁ ଲାଗି ଗାଡ଼ିଆ, ପୋଖରୀ ସୁବିଧା ଅଛି ସେଠାରେ ଚାଷୀମାନେ ମୋଟର ଲଗାଇ ତଳି କିଆରିକୁ ପାଣି ମଡ଼ାଉଛନ୍ତି। ହେଲେ ଉଠା ପାଣିରେ ସମ୍ପୂର୍ଣ୍ଣ ଧାନତଳିକୁ ବଞ୍ଚାଇବା ଅସମ୍ଭବ ହୋଇପଡୁଛି। ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ଜଗନ୍ନାଥ ନନ୍ଦଙ୍କୁ ପଚାରିବାରୁ କହିଛନ୍ତି, ବର୍ଷା ହେଲେ ସ୍ବାଭାବିକ ହୋଇଯିବ। ଏବେ ଉଠା ଜଳସେଚନ ଓ କେନାଲଗୁଡ଼ିକରେ ପାଣି ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri