ଉଚ୍ଛେଦ ବେଳେ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌, ବ୍ୟବସାୟୀ ହାତାହାତି

ବ୍ରହ୍ମପୁର ଅଫିସ୍‌,୮।୫: ବ୍ରହ୍ମପୁର ସହରରେ ଦିନକୁ ଦିନ ଉଠା ଦୋକାନୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସହରର ମୁଖ୍ୟ ଛକଠାରୁ ଆରମ୍ଭ କରି ଡାକ୍ତରଖାନା ଭଳି ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ ଉଠା ଦୋକାନୀମାନେ ମନମୁଖୀ ଭାବେ ବ୍ୟବସାୟ କରୁଛନ୍ତି। ଫଳରେ ରାସ୍ତାରେ ଯାତାୟାତରେ ସମସ୍ୟା ସାଙ୍ଗକୁ ଟ୍ରାଫିକ ଜାମ୍‌ ହେଉଛି। ଏହାକୁ ଏଡାଇବା ପାଇଁ ଗତ କିଛି ଦିନ ତଳେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍‌ ସମେତ ବଡ ବଜାର, ଗିରି ମାର୍କେଟ, ଗେଟ୍‌ ବଜାର ଭଳି ମୁଖ୍ୟ ଛକରେ ବସି ରହିଥିବା ବହୁ ବ୍ୟବସାୟୀଙ୍କୁ ଉଚ୍ଛେଦ କରିଥିଲା। ତେବେ ବିଏମ୍‌ସି ପକ୍ଷରୁ ଉଚ୍ଛେଦ ପରେ ମଧ୍ୟ ବ୍ୟବସାୟୀମାନେ ପୁଣି ଥରେ ରାସ୍ତା ଉପରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଥିଲା। ଫଳରେ ଶନିବାର ବ୍ରହ୍ମପୁର ବଡ ଡାକ୍ତରଖାନା ପରିସର ବାହାରେ ଉଠା ଦୋକାନୀମାନେ ରାସ୍ତା କବଜା କରୁଥିବା ନେଇ ବାରମ୍ବାର ଅଭିଯୋଗ ପରେ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ତୁ ଉଚ୍ଛେଦ ସମୟରେ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଓ ବ୍ୟବସାୟୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ଏନ୍‌ଫୋର୍ସମେଣ୍ଟ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ପୂର୍ବରୁ ବଡ ଡାକ୍ତରଖାନା ପରିସର ବାହାରେ ବସୁଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବା ସହ ବ୍ୟବସାୟ ନ କରିବା ପାଇଁ ତାଗିଦ କରାଯାଇଥିଲା। କିନ୍ତୁ ଉଠା ଦୋକାନୀମାନେ ପୁଣି ବ୍ୟବସାୟ ଆରମ୍ଭ କରିଥିଲେ। ଫଳରେ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ପକ୍ଷରୁ ସେଠାରେ ବସିଥିବା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ସମୟରେ ଜଣେ ମହିଳା ବ୍ୟବସାୟୀ ଓ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ସହ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଥିଲା। ପରେ ପୋଲିସ ପ୍ରଶାସନ ଓ ଟିମ୍‌ ସହାୟତାରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିଲା। ଉଚ୍ଛେଦ ସମୟରେ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ୍‌ ଅଧିକାରୀ ତରୁଣକାନ୍ତଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri