ନାମକୁ ମାତ୍ର ନିଷିଦ୍ଧାଞ୍ଚଳ ଘୋଷଣା

କେନ୍ଦ୍ରାପଡ଼ା ଅଫିସ, ୨୭ା୧୦: ସମୁଦ୍ର ମଧ୍ୟରେ ମାଛ ହାଟ ହେଉଛି। ଟ୍ରଲର ମାଲିକମାନେ ସେଠାରୁ ମାଛ ନେଇ ଯାଉଛନ୍ତି । ଗହୀରମଥାରେ ମାଛ ମାରିବା କଟକଣା ସମୟରେ ସେଠାକୁ ଅବାଧ ପ୍ରବେଶ ଚାଲିଛି । ବନ କର୍ମଚାରୀ ଏଥିପାଇଁ ୮୦ ଲକ୍ଷ ଟଙ୍କା ବାଲେଶ୍ୱର ଜିଲାର ଟ୍ରଲରମାଲିକଙ୍କ ସହିତ ଡିଲ୍‌ କରିଛନ୍ତି । କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର କେତେଜଣ ମତ୍ସ୍ୟଜୀବୀ ଏପ୍ରକାର ଅଭିଯୋଗ ଆଣିଛନ୍ତି । ଯାହାଫଳରେ ଅଲିଭ ରିଡଲେଙ୍କ ଆଗମନ ହ୍ରାସ ପାଇବା ସହ ଗହୀରମଥାରେ ନିଷିଦ୍ଧାଞ୍ଚଳ କଟକଣା ନାମକୁ ମାତ୍ର ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକସ୍ଥିତ ବିଶ୍ୱପ୍ରସିଦ୍ଧ ଭିତରକନିକା ସଂଲଗ୍ନ ୧୪୩୫ ବର୍ଗ କିଲୋମିଟର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଛି । ପ୍ରତିବର୍ଷ ବିରଳ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ ପାଇଁ ଆସୁଥିବାରୁ ଏହା ଅନ୍ତୁଡିଶାଳ ଭାବେ ପରିଚିତ । ଏହି ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ନିମନ୍ତେ ବନ ବିଭାଗ ପକ୍ଷରୁ ବିଭନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥାଏ। ଏଥିପାଇଁ ଆଗମନ ଓ ପ୍ରସ୍ଥାନ ସମୟ ଅବଧି ଅର୍ଥାତ୍‌ ନଭେମ୍ବର ୧ରୁ ମେ ୧୧ ପର୍ଯ୍ୟନ୍ତ ଗହୀରମଥାକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା ହୁଏ । ତେବେ ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀଙ୍କ ଅଭିଯୋଗ ଅନୁଯାୟୀ, ନିଷିଦ୍ଧାଞ୍ଚଳରେ ମାଛ ମାରିବା ପାଇଁ ବନ ବିଭାଗ କର୍ମଚାରୀ ଟ୍ରଲର ସଂଘ ସହ ପ୍ରତିବର୍ଷ ଡିଲ କରୁଛନ୍ତି । ଚଳିତ ବର୍ଷ ଏହି ଡିଲ ବାଲେଶ୍ୱର ଟ୍ରଲର ମାଲିକ ସଂଘ ସହ ୮୦ ଲକ୍ଷ ଟଙ୍କାରେ ହୋଇଛି । ଏଥିରେ ସ୍ଥାନୀୟ ଅଞ୍ଚଳର କେତେଜଣ ରାଜନେତାଙ୍କ ସମ୍ପୃକ୍ତି ରହିଛି । ଗତବର୍ଷ ମଧ୍ୟ ଏପ୍ରକାର ଡିଲ ହୋଇଥିଲା । ନିଷିଦ୍ଧାଞ୍ଚଳରୁ ମାଛ ମାରିବା ସହ ସମୁଦ୍ର ମଝିରେ ମାଛ ହାଟ ଚାଲିଥିଲା । ଏପରି ଡିଲରୁ ବଞ୍ଚତ୍ତ ହୋଇଥିବା କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ମତ୍ସ୍ୟଜୀବୀମାନେ ବନ ବିଭାଗର ଆକ୍ରୋଶର ଶୀକାର ହୋଇ ଗିରଫ ହୋଇଛନ୍ତି । ଅପରପକ୍ଷେ କେତେଜଣ ପରିବେଶବିତ୍‌ ଏହି ଡିଲକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଗହୀରମଥାର ନିଷିଦ୍ଧାଞ୍ଚଳରେ ଟ୍ରଲର ଚଳାଚଳ କଲେ ଅଲିଭ ରିଡଲେଙ୍କ ଜୀବନହାନୀ ହେବ। ଗ୍ରୀଲନେଟ୍‌ରେ ପଡି ସେମାନେ ମୃତ୍ୟୁ ଘଟିବ । ଏଥିସହିତ କଇଁଛ ଓ ଶାବକ ଚୋରାଚାଲାଣ ପାଇଁ ବାଟ ଫିଟିବ। ଏପରି ହେଲେ ଆଗାମୀଦିନରେ ଗହୀରମଥାକୁ ଅସୁରକ୍ଷିତ ମନେ କରି ଅଲିଭରିଡଲେ ଆସିବେ ନାହିଁ ବୋଲି ପରିବେଶବିତ୍‌ମାନେ ଚିନ୍ତାପ୍ରକଟ କରିଛନ୍ତି । ଅପରପକ୍ଷେ ରେଞ୍ଜର ମାନସ ଦାଶ କହିଛନ୍ତି, ଏପରି ଡିଲ କେବେ ହୋଇନାହିଁ । ନିଷିଦ୍ଧାଞ୍ଚଳରେ କୌଣସି ମତ୍ସ୍ୟଜୀବୀ କିମ୍ବା ଟ୍ରଲର ମାଛ ସଂଗ୍ରହ କରୁଥିବା ନଜରକୁ ଆସିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ସ୍ଥାନୀୟ ଅଞ୍ଚଳରେ ଏହା ଏକ ଅପପ୍ରଚାର ବୋଲି ରେଞ୍ଜର ଦାଶ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri