ବ୍ଲିଙ୍କେନଙ୍କ ଗସ୍ତ ମଧ୍ୟରେ ଗାଜା ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୪୭…

ଗାଜା,୧୧।୧ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ଇସ୍ରାଏଲର ଓ୍ବେଷ୍ଟବ୍ୟାଙ୍କ ଗସ୍ତ ମଧ୍ୟରେ ଇସ୍ରାଏଲ ସେନା ଦ୍ୱାରା ଗାଜା ଉପରେ ବଡ଼ ଧରଣର ଆକ୍ରମଣ ଜାରି ରହିଛି। ଆମେରିକା ବାରମ୍ବାର ଇସ୍ରାଏଲକୁ ଆକ୍ରମଣର ତୀବ୍ରତା ହ୍ରାସ କରିବାକୁ କହୁଛି। ମାତ୍ର ବ୍ଲିଙ୍କନଙ୍କ ଗସ୍ତ କାର୍ଯ୍ୟକ୍ରମ ମଧ୍ୟରେ ଏହା ଜାରି ରହିଛି। ଇସ୍ରାଏଲର ଗାଜାର କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାଗରେ ଆକ୍ରମଣ କରୁଛି ।

ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୪୭ ରେ ପହଞ୍ଚିଛି। ଇସ୍ରାଏଲ ଆମେରିକାକୁ କହିଛି ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା ସହିତ ହମାସ ଏବଂ ଇସଲାମିକ ଜିହାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହା ସହ ଗାଜାରେ ମୃତ୍ୟୁ ସଂଖ୍ୟା ୨୩,୩୫୭ କୁ ବୃଦ୍ଧି ପାଇଥିବାବେଳେ ୬୦ ହଜାର ଲୋକ ଆହତ ହୋଇଛନ୍ତି।

ଏହି ସମୟ ମଧ୍ୟରେ ଆମେରିକା ପୁଣି ଥରେ ଏହାର ଭେଟୋ ବ୍ୟବହାର କରି ଗାଜାରେ ତୁରନ୍ତ ଅସ୍ତ୍ରବିରତି କରିବାକୁ ସୁରକ୍ଷା ପରିଷଦର ନିଷ୍ପତ୍ତିକୁ ଅବରୋଧ କରିଛି।

Share