ନିଆରା ଢଙ୍ଗରେ ପାଳିତ ହେଲା ଦୁର୍ଗାଷ୍ଟମୀ

ବରୀ,୩ା୧୦(ଡି.ଏନ.ଏ.)-ସୋମବାର ମା’ଦୁର୍ଗାଙ୍କ ଅଷ୍ଟମୀ ପୂଜା ବରୀର ବିଭିନ୍ନ ପୂଜାମଣ୍ଡପରେ ଶେଷ ହୋଇଛି। ଏହି ଅବସରରେ ଦେବୀଙ୍କ ମୁଣ୍ମୟୀ ପ୍ରତିମା ପୂଜା, କଳସ ପୂଜା କରାଯାଉଥିବା ବେଳେ ଉକ୍ତ ବ୍ଲକ୍‌ ଅଧୀନ ବରୀ ତଳସାହିଠାରେ ନିଆରା ଢଙ୍ଗରେ ଦୂର୍ଗାଷ୍ଟମୀ ପାଳନ କରାଯାଇଛି। ଉକ୍ତ ପଞ୍ଚାୟତରେ ହିନ୍ଦୁ ଧର୍ମାଲମ୍ବୀଙ୍କ ସହ ମୁସଲିମ ସମ୍ପ୍ରଦାୟର ଲୋକମାନେ ବସବାସ କରିଥାନ୍ତି। ସରପଞ୍ଚ ସୋନାଲି ସିଂ ମୁସଲିମ ସମ୍ପ୍ରଦାୟର ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜିବୀ ଓ ଯୁବକମାନଙ୍କ ଗହଣରେ ଦୁର୍ଗା ମଣ୍ଡପରେ ଉପସ୍ଥିତ ରହି ମହାଷ୍ଟମୀ ପୂଜା କରିଛନ୍ତି। ଏହ ଅବସରରେ ସଫେଇ କାର୍ଯ୍ୟକ୍ରମ ବି ତାଙ୍କ ନେତୃତ୍ୱରେ ହେବା ସହିତ ଜଳଛତ୍ରର ବ୍ୟବସ୍ଥା କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସରପଞ୍ଚ ସିଂ କୁହନ୍ତି, ମୁଁ ଜଣେ ମାଆ , ମାଆ ଦୁର୍ଗା କେଉଁ ଜାତିର ନୁହେଁ କିମ୍ବା କେଉଁ ଧର୍ମର ନୁହନ୍ତି। ସେ ହେଉଛନ୍ତି ଜଗତର ମାଆ। ତେଣୁ ସେ ଯେମିତି ସମସ୍ତଙ୍କୁ ଆଦରି ନେଇଥିଲେ, ମୁଁ ଜଣେ ଲୋକପ୍ରତିନିଧି ହିସାବରେ ମୋ ପଞ୍ଚାୟତର ସମସ୍ତଙ୍କୁ ଏଭଳି କାର୍ଯ୍ୟକ୍ରମରେ ସାମିଲ କରି ଅତ୍ୟନ୍ତ ଗର୍ବିତ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହିତ ସଂଗ୍ରାମ ସାହୁ, ମନୋଜ ସିଂ, ବାବୁ କବିଙ୍କ ସମେତ ବିଭିନ୍ନ ମହିଳା ସଙ୍ଗଠନ କର୍ମକର୍ତ୍ତା ଓ ସ୍ବେଛାସେବୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ମାଆ ବଞ୍ଚି ଥାଉ ଥାଉ ଜାଲ ମୃତ୍ୟୁ ପ୍ରମାଣପତ୍ର ବାହାର କରି ସବୁ ହଡ଼ପ କଲେ ପୁଅ, ଏମିତି ଖୋଲିଲା ରାଜ୍‌

କୋଲକାତା,୧୪।୧୨: ପଶ୍ଚିମବଙ୍ଗର ହାଓଡ଼ାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପୁଅ ତାଙ୍କ ଜୀବିତ ମାଆଙ୍କ ନାମରେ ମୃତ୍ୟୁ ପ୍ରମାଣପତ୍ର ଜାଲ କରି ବ୍ୟାଙ୍କରୁ...

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri