ଆସୁଛି ଦୁର୍ଗାପୂଜା: ଏଥର ବାଜିବନି ଡିଜେ କି ଫୁଟିବନି ଆତସବାଜି

ଜଗତ୍‌ସିଂହପୁର ଅଫିସ୍‌, ୮ା୯: ଅକ୍ଟୋବର ୨ରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା। ଜଗତ୍‌ସିଂହପୁର ପୌରାଞ୍ଚଳରେ ଏହି ଉତ୍ସବ ଧୁମ୍‌ଧାମ୍‌ରେ ପାଳନ ହେବ। ତେଣୁ ଆଗାମୀ ଦଶହରା ପର୍ବ, ରାବଣ ପୋଡି ଓ ଭସାଣି ଉତ୍ସବ କିପରି ଶାନ୍ତି, ଶୃଙ୍ଖଳାର ସହ ପାଳନ ହେବ ସେନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ପାରୁଲ ପଟାୱରୀ ପୌରୋହିତ୍ୟ କରି କହିଥିେ, ଦଶହରାରେ ଡିଜେ ବାଜିବ ନାହିଁ। ବିଭାଗୀୟ ଅଧିକାରୀ, ସହରର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସମସ୍ତ ମେଢର କର୍ମକର୍ତ୍ତାମାନଙ୍କ ସହଯୋଗ ଆବଶ୍ୟକ। ରାବଣ ପୋଡି ଜିଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ଅକ୍ଟୋବର ୫ ତାରିଖରେ ବିନା ଆତସବାଜିରେ ଅନୁଷ୍ଠିତ ହେବ। ସେହିପରି ଭସାଣି ଉତ୍ସବ ଅକ୍ଟୋବର ୭ ତାରିଖରେ ହେବ। ମୂର୍ତ୍ତି ବିସର୍ଜନ ନିମନ୍ତେ ଗାଲୁପଡା, ପୁରୋହିତପୁର ଏବଂ କଲେଜ ଛକଠାରୁ ଷ୍ଟାଡିୟମ୍‌ ରାସ୍ତା ପାର୍ଶ୍ୱରେ ୪ଟି ଅସ୍ଥାୟୀ ପୋଖରୀ ଖନନ କରାଯିବ। ଟାଉନ ହଲଠାରୁ ୧୦ ନମ୍ବର, ପୁରୋହିତପୁର ଛକରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ଅତାମଳାଠାରୁ ପୋଷ୍ଟ ଅଫିସ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଗଛର ଡାଳ କଟାଯିବ। ଗାନ୍ଧୀଛକଠାରୁ ସର୍କିଟ୍‌ ହାଉସ ରାସ୍ତା ଜାତୀୟ ରାଜପଥ, ଆଳିପିଙ୍ଗଳରୁ ପୋଷ୍ଟ ଅଫିସ ରାସ୍ତା ପୂର୍ତ୍ତ ବିଭାଗ, ୧୦ ନମ୍ବରରୁ ଚାଟରା କେନାଲ ବନ୍ଧ ପୋଲ ପର୍ଯ୍ୟନ୍ତ ରାସ୍ତା କାମ ଜଳସମ୍ପଦ ବିଭାଗ କରିବ। ଜିରାଠାରୁ ଚର୍ଚ୍ଚିକା ବଜାର ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଓହଳଠାରୁ କୋର୍ଟ ଛକ ରାସ୍ତା ମରାମତି କାମ ଜଗତ୍‌ସିଂହପୁର ପୌର ପରିଷଦ କରିବ। ଅସ୍ଥାୟୀ ପୋଖରୀରୁ ବିସର୍ଜିତ ସାମଗ୍ରୀ ବାହାର କରିବା, ପୋଖରୀ ଜଳକୁ ଚୂନ ପକାଇ ବିଶୋଧନ, ପୋଖରୀ ନିକଟରେ ଡଷ୍ଟବିନ ରଖିବା, ବିସର୍ଜନ ସ୍ଥଳ ଓ ମେଳଣ ପଡିଆରେ ଆଲୋକ ବ୍ୟବସ୍ଥା ସହ ୪ଟି ଜେନେରେଟର ବ୍ୟବସ୍ଥା ଜଗତ୍‌ସିଂହପୁର ପୌର ପରିଷଦ କରିବ। ପୂଜା ସମୟରେ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ କରାଯିବ। ଆବଶ୍ୟକ ସ୍ଥଳେ ଟେଲିଫୋନ୍‌ ତାର ଅପସାରଣ କରାଯିବ। ରାବଣ ପୋଡି ଓ ଭସାଣି ଉତ୍ସବ ଦିନ ମେଳଣ ପଡିଆରେ ଓ ଅସ୍ଥାୟୀ ପୋଖରୀ ନିକଟରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପାନୀୟ ଜଳ ଟ୍ୟାଙ୍କର ରହିବ। ସହରରେ ପାଣି ପାଇପ୍‌ ଟ୍ୟାପ୍‌ ମରାମତି କରାଯିବ। ରାବଣ ପୋଡି ଓ ଭସାଣି ଦିନ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିବ। ମେଳଣ ପଡିଆ ଓ ବିସର୍ଜନ ସ୍ଥଳରେ ଦମକଳ ଗାଡି ରହିବ। ବୈଠକରେ ଜିଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ଉପ-ଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ସମସ୍ତ ମେଢର କର୍ମକର୍ତ୍ତା, ଶାନ୍ତି କମିଟି ସଦସ୍ୟ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ କାର୍ଯ୍ୟସୂଚୀ ଅନୁଯାୟୀ ବିବରଣୀ ପାଠ ଓ ଶେଷରେ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…

ସ୍କୁଟିକୁ ପିଟିଲା କାର: ୭ ଗୁରୁତର

ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା  ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…

ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ: କଳସ ଯାତ୍ରାରେ ସାମିଲ ହେଲେ ବିଧାୟକ, ଆସନ୍ତା ୨୦ରେ ହେବ…

ଗଞ୍ଜାମ,୯।୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ହୁମା ପଞ୍ଚାୟତ ଅନ୍ତର୍ଗତ ବୋରିଗାଁସ୍ଥିତ ରାଣୀବର ପାହାଡ଼ଠାରେ ଅବସ୍ଥିତ ବାବା ଝାଡେଶ୍ୱର ମନ୍ଦିର ଠାରେ ଦୀର୍ଘ ୧୧ ଦିନ ବ୍ୟାପି…

ବରଡୋଲ ଜୈନ ପୋଲି ଫେଵରେ ନିଆଁ: ସାରା ଅଞ୍ଚଳ ଧୂଆଁମୟ

ବରଗଡ଼,୯।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଜୈନ ପୋଲି ଫେବ୍ ବସ୍ତା ଫ୍ୟାକ୍ଟ୍ରିରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଫ୍ୟାକ୍ରିର ବିଭିନ୍ନ ସାମଗ୍ରୀ ନଷ୍ଟ…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ତତ୍‌କ୍ଷଣାତ ୨୦ ସମସ୍ୟାର ସମାଧାନ କଲେ ଅତିରିକ୍ତ ଜିଲା ନିର୍ବାହୀ ଅଧିକାରୀ

ପୁରୁଷୋତ୍ତମପୁର,୯।୨ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନପୁର ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri