ଆସୁଛି ଦୁର୍ଗାପୂଜା: ଏଥର ବାଜିବନି ଡିଜେ କି ଫୁଟିବନି ଆତସବାଜି

ଜଗତ୍‌ସିଂହପୁର ଅଫିସ୍‌, ୮ା୯: ଅକ୍ଟୋବର ୨ରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା। ଜଗତ୍‌ସିଂହପୁର ପୌରାଞ୍ଚଳରେ ଏହି ଉତ୍ସବ ଧୁମ୍‌ଧାମ୍‌ରେ ପାଳନ ହେବ। ତେଣୁ ଆଗାମୀ ଦଶହରା ପର୍ବ, ରାବଣ ପୋଡି ଓ ଭସାଣି ଉତ୍ସବ କିପରି ଶାନ୍ତି, ଶୃଙ୍ଖଳାର ସହ ପାଳନ ହେବ ସେନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ପାରୁଲ ପଟାୱରୀ ପୌରୋହିତ୍ୟ କରି କହିଥିେ, ଦଶହରାରେ ଡିଜେ ବାଜିବ ନାହିଁ। ବିଭାଗୀୟ ଅଧିକାରୀ, ସହରର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସମସ୍ତ ମେଢର କର୍ମକର୍ତ୍ତାମାନଙ୍କ ସହଯୋଗ ଆବଶ୍ୟକ। ରାବଣ ପୋଡି ଜିଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ଅକ୍ଟୋବର ୫ ତାରିଖରେ ବିନା ଆତସବାଜିରେ ଅନୁଷ୍ଠିତ ହେବ। ସେହିପରି ଭସାଣି ଉତ୍ସବ ଅକ୍ଟୋବର ୭ ତାରିଖରେ ହେବ। ମୂର୍ତ୍ତି ବିସର୍ଜନ ନିମନ୍ତେ ଗାଲୁପଡା, ପୁରୋହିତପୁର ଏବଂ କଲେଜ ଛକଠାରୁ ଷ୍ଟାଡିୟମ୍‌ ରାସ୍ତା ପାର୍ଶ୍ୱରେ ୪ଟି ଅସ୍ଥାୟୀ ପୋଖରୀ ଖନନ କରାଯିବ। ଟାଉନ ହଲଠାରୁ ୧୦ ନମ୍ବର, ପୁରୋହିତପୁର ଛକରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ଅତାମଳାଠାରୁ ପୋଷ୍ଟ ଅଫିସ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଗଛର ଡାଳ କଟାଯିବ। ଗାନ୍ଧୀଛକଠାରୁ ସର୍କିଟ୍‌ ହାଉସ ରାସ୍ତା ଜାତୀୟ ରାଜପଥ, ଆଳିପିଙ୍ଗଳରୁ ପୋଷ୍ଟ ଅଫିସ ରାସ୍ତା ପୂର୍ତ୍ତ ବିଭାଗ, ୧୦ ନମ୍ବରରୁ ଚାଟରା କେନାଲ ବନ୍ଧ ପୋଲ ପର୍ଯ୍ୟନ୍ତ ରାସ୍ତା କାମ ଜଳସମ୍ପଦ ବିଭାଗ କରିବ। ଜିରାଠାରୁ ଚର୍ଚ୍ଚିକା ବଜାର ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଓହଳଠାରୁ କୋର୍ଟ ଛକ ରାସ୍ତା ମରାମତି କାମ ଜଗତ୍‌ସିଂହପୁର ପୌର ପରିଷଦ କରିବ। ଅସ୍ଥାୟୀ ପୋଖରୀରୁ ବିସର୍ଜିତ ସାମଗ୍ରୀ ବାହାର କରିବା, ପୋଖରୀ ଜଳକୁ ଚୂନ ପକାଇ ବିଶୋଧନ, ପୋଖରୀ ନିକଟରେ ଡଷ୍ଟବିନ ରଖିବା, ବିସର୍ଜନ ସ୍ଥଳ ଓ ମେଳଣ ପଡିଆରେ ଆଲୋକ ବ୍ୟବସ୍ଥା ସହ ୪ଟି ଜେନେରେଟର ବ୍ୟବସ୍ଥା ଜଗତ୍‌ସିଂହପୁର ପୌର ପରିଷଦ କରିବ। ପୂଜା ସମୟରେ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ କରାଯିବ। ଆବଶ୍ୟକ ସ୍ଥଳେ ଟେଲିଫୋନ୍‌ ତାର ଅପସାରଣ କରାଯିବ। ରାବଣ ପୋଡି ଓ ଭସାଣି ଉତ୍ସବ ଦିନ ମେଳଣ ପଡିଆରେ ଓ ଅସ୍ଥାୟୀ ପୋଖରୀ ନିକଟରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପାନୀୟ ଜଳ ଟ୍ୟାଙ୍କର ରହିବ। ସହରରେ ପାଣି ପାଇପ୍‌ ଟ୍ୟାପ୍‌ ମରାମତି କରାଯିବ। ରାବଣ ପୋଡି ଓ ଭସାଣି ଦିନ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିବ। ମେଳଣ ପଡିଆ ଓ ବିସର୍ଜନ ସ୍ଥଳରେ ଦମକଳ ଗାଡି ରହିବ। ବୈଠକରେ ଜିଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ଉପ-ଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ସମସ୍ତ ମେଢର କର୍ମକର୍ତ୍ତା, ଶାନ୍ତି କମିଟି ସଦସ୍ୟ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ କାର୍ଯ୍ୟସୂଚୀ ଅନୁଯାୟୀ ବିବରଣୀ ପାଠ ଓ ଶେଷରେ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri