ଛକା, ଚୌକା ବର୍ଷା କଲେ ଡୁ’ପ୍ଲେସି, କାର୍ତ୍ତିକ

ମୁମ୍ବାଇ,୨୭।୩: ସ୍ଥାନୀୟ ଡି ଓ୍ବାଇ ପାଟିଲ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ପଞ୍ଜାବ କଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ୮୮ ରନ୍‌ର ବିସ୍ଫୋରକ ପାଳି ଖେଳିଛନ୍ତି ନୂଆ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ ଫାଫ ଡୁ’ପ୍ଲେସି।
ଆରମ୍ଭରୁ ଧିମା ବ୍ୟାଟିଂ କରିଥିବା ଡୁ’ପ୍ଲେସି ୧୧ତମ ଓଭରରେ ବ୍ୟାଟିଂ ଗିୟର ବଦଳାଇ ଛକା, ଚୌକାରେ କଥାବାର୍ତ୍ତା କରିଥିଲେ। ୫୭ ବଲରେ ତାଙ୍କର ୮୮ ରନର ଇନିଂସରେ ସାମିଲ ଥିଲା ୩ ଚୌକା ଓ ୭ ଛକା। ତାଙ୍କ ପରେ ରନ୍‌ର ଗତି ସମ୍ଭାଳିଥିଲେ ବିରାଟ କୋହଲି(୪୧ ରନ୍‌, ୧ ଲେଖା ଚୌକା, ଛକା) ଏବଂ ଦୀନେଶ କାର୍ତ୍ତିକ (୩୨ ରନ୍‌, ୩ ଚୌକା ଓ ୩ ଛକା)। ଦୁହେଁ ୧୭ ବଲରେ ୩୭ ରନ୍‌ ଯୋଡ଼ିଥିଲେ। ଯାହା ଫଳରେ ଆର୍‌ସିବି ୨୦ ଓଭରରେ ୨ ଉଇକେଟ ହରାଇ ୨୦୫ ରନ୍‌ କରିଛି।

Share