Odisha Elections 2024

ରିଲିଜ୍‌ ପୂର୍ବରୁ କୋଟି କୋଟି ଟଙ୍କା ରୋଜଗାର କଲାଣି ଶାହାରୁଖଙ୍କ ଡଙ୍କି, ଆଡଭାନ୍ସ ବୁକିଂରେ ରେକର୍ଡ

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନ ଚଳିତ ବର୍ଷର ତୃତୀୟ ବ୍ଲକବଷ୍ଟର ଫିଲ୍ମ ଭେଟି ଦେବାକୁ ପ୍ରସ୍ତୁତ ହେଉଛନ୍ତି। ପଠାନ ଏବଂ ଯବାନର ବଡ ସଫଳତା ପରେ ବର୍ତ୍ତମାନ ଅଭିନେତା ‘ଡଙ୍କି’ ସହିତ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛନ୍ତି। କିଙ୍ଗ୍‌ଖାନଙ୍କ ଏହି ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ‘ଡଙ୍କି’ର ଆଡଭାନ୍ସ ବୁକିଂ ଶନିବାରଠାରୁ ଆରମ୍ଭ ହୋଇଯାଇଛି ଏବଂ ଫିଲ୍ମର ପ୍ରଥମ ଦିନ ପ୍ରଥମ ଶୋ’ ପାଇଁ ଟିକେଟ୍‌ ଶୀଘ୍ର ବିକ୍ରି ହେଉଛି।

‘ଡଙ୍କି’ର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହିରାନୀ। ସେ ଏହା ପୂର୍ବରୁ ସେ ‘୩ ଇଡିଅଟ୍ସ’, ‘ପି.କେ’ ଏବଂ ‘ସଞ୍ଜୁ’ ଭଳି ସୁପର-ଡୁପର ହିଟ୍‌ ଫିଲ୍ମ କରିଛନ୍ତି। ଏବେ ସେ କିଙ୍ଗ୍‌ଖାନଙ୍କ ସହ ‘ଡଙ୍କି’ରେ ଆସୁଛନ୍ତି। ସମସ୍ତେ ଆଶା କରୁଛନ୍ତି ଯେ ଏହି ଯୋଡି ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିପାରନ୍ତି। ଯଦି ଆମେ ‘ଡଙ୍କି’ର ଆଡଭାନ୍ସ ବୁକିଂ ବିଷୟରେ କଥା ହେବା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୩ ଲକ୍ଷ ୬୪ ହଜାର ୪୮୭ ଟିକେଟ୍‌ ବୁକ ହୋଇସାରିଛି। ଏହା ସହିତ ‘ଡଙ୍କି’ ରିଲିଜ୍‌ ପୂର୍ବରୁ ୧୦.୩୯ କୋଟି ଟଙ୍କା ରୋଜଗାର କରିଛି। ସୂଚନାଯୋଗ୍ୟ, ଡିସେମ୍ବର ୨୧ରେ ‘ଡଙ୍କି’ ସିନେମାଘରେ ମୁକ୍ତଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ...

ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁକୁ ସହିପାରିଲେନି ଏହି ଅଭିନେତା: ହାରିଲେ ଜୀବନ

କିଛି ଦିନ ପୂର୍ବରୁ ଅଭିନେତ୍ରୀ ପବିତ୍ରା ଜୟାରାମ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ତାଙ୍କ ପ୍ରେମିକ ତଥା ସହ-ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଥିବା...

ସମ୍ପର୍କରେ ବାଜିଲା ମୋହର! ଶିବାଙ୍ଗୀଙ୍କ ପ୍ରେମରେ ପଡ଼ିଥିବା ସ୍ବୀକାର କଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା କୁଶାଲ ଟଣ୍ଡନ। ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଦିନ ଧରି ଉଭୟ ସମ୍ପର୍କରେ ଥିବା ନେଇ...

ଡ୍ରାମା କୁଇନ ରାଖୀ ସାଓ୍ବନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ: ପୂର୍ବତନ ସ୍ବାମୀ ରିତେଶ

ମୁମ୍ବାଇ,୧୮।୫: ଡ୍ରାମା କୁଇନ ରାଖୀ ସାୱନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସବୁଥର ପରି, ଯେତେବେଳେ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଆସିଲା, କେହି ଏହାକୁ...

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟାଙ୍କ ଜଲଓ୍ବା

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଜଲଓ୍ବା ଦେଖାଇଛନ୍ତି। ୨୦ ବର୍ଷ ହେଲା ଐଶ୍ୱର୍ଯ୍ୟା ଏହି...

ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବେ ଜେନିଫର ଲୋପେଜ୍‌, ଦୁଇ ବର୍ଷ ପୂର୍ବେ କରିଥିଲେ ବିବାହ

ବମ୍ବେ: ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ହଲିଉଡ୍‌ ଅଭିନେତ୍ରୀ ଜେନିଫର ଲୋପେଜ୍‌। ବେନ୍‌ ଆଫ୍‌ଲେକ୍‌ଙ୍କୁ ଦୁଇ ବର୍ଷ ପୂର୍ବେ ସେ ବିବାହ କରିଥିଲେ। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri