ଡଙ୍ଗରିଆଙ୍କ ବାନ୍ଧକଳା କପଡ଼ାଗୁନ୍ଦାର ପୁନରୁଦ୍ଧାର ପ୍ରୟାସ

ରାୟଗଡ଼ା ଅଫିସ,୨୯ା୧୦: ନିୟମଗିରି ପାଦଦେଶରେ ଅବସ୍ଥିତ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ହାତ ତିଆରି ସାଲ୍‌(କପଡ଼ାଗୁନ୍ଦା) ଧୀରେ ଧୀରେ ଲୋକ ପାଇବାକୁ ବସିଥିବାବେଳେ ଏହାର ପୁନରୁଦ୍ଧାର ପଇଁ ପ୍ରୟାସ ଆରମ୍ଭ ହୋଇଛି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏହାର ଚାହିଦାକୁ ବୃଦ୍ଧି କରିବା ଏବଂ ଡଙ୍ଗରିଆଙ୍କୁ ରୋଜଗାର ଯୋଗାଇବା ସହ ସ୍ବାବଲମ୍ବୀ କରିବା ପାଇଁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା(ଡିକେଡିଏ) ଏବଂ ଆକ୍ସନ ଏଡ୍‌ ପକ୍ଷରୁ ଡଙ୍ଗରିଆ ଯୁବତୀ ଯୁବକଙ୍କୁ ନେଇ ପ୍ରଥମ ଥର ପାଇଁ ତନ୍ତରେ ସାଲ୍‌ ବୁଣା ତାଲିମ ଆରମ୍ଭ ହୋଇଛି।
ପରିବର୍ତ୍ତନର ସମୟ ଚକ୍ରରେ ଏହି ଆଦିମ ଜନଜାତି ଡଙ୍ଗରିଆଙ୍କ କଳା ସଂସ୍କୃତି ଲୋକ ପାଇବାକୁ ବସିଛି। କପଡ଼ାଗୁନ୍ଦା ଡଙ୍ଗରିଆଙ୍କ ପାରମ୍ପରିକ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ପୋଷାକ। ବିଷମକଟକ ବ୍ଲକ ଝିଗିଡ଼ି ଗ୍ରାମରେ ପ୍ରସ୍ତୁତ ହେଉଥିବା ଏହି ସାଲ୍‌ର ଚାହିଦା ରାଜ୍ୟ, ବାହାର ରାଜ୍ୟ ଏବଂ ବିଦେଶରେ ମଧ୍ୟ ରହିଥିବାବେଳେ ଏହାକୁ କିଣିବା ପାଇଁ ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା ହେଲେ ଏବେ ଏହି ଭିଡ଼ କମିବାରେ ଲାଗିଛି। ହାତ ଗଣତି ଅନୁଭବୀ କାରିଗର ବ୍ୟତୀତ ନୁତନ ଯୁବପିଢ଼ି ଏହି କଳାକୁ ବଞ୍ଚାଇ ରଖିବା ଦିଗରେ ଆଗକୁ ଆସିବାକୁ ଇଚ୍ଛା ପ୍ରକାଶ ପ୍ରକାଶ କରୁନାହାଁନ୍ତି । ଡଙ୍ଗରିଆ ମହିଳାମାନେ ବିବାହ ଉତ୍ସବ ହେଉ କିମ୍ବା କୌଣସି ପର୍ବପର୍ବାଣୀରେ ଏହି ହାତ ତିଆରି କପଡ଼ାଗୁନ୍ଦା ତଥା ସାଲ୍‌ ବ୍ୟବହାର କରିଥାନ୍ତି। ଏକ ଧଳା ରଙ୍ଗର ସାଲ୍‌ ଉପରେ ବିଭିନ୍ନ ପ୍ରାକୃତିକ ରଙ୍ଗର ସୁତା ସାହାଯ୍ୟରେ ଭିନ୍ନ ପାରମ୍ପରିକ ଚିତ୍ର ତିଆରି କରିଥାନ୍ତି। ଏବେ କପଡ଼ାଗୁନ୍ଦା ପାଇଁ ଆବଶ୍ୟକ ଧଳା ସାଲ୍‌ର ଅଭାବ ଯୋଗୁ ଏହି କଳାକୁ ବଞ୍ଚାଇ ରଖିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଡିକେଡିଏ ଏବଂ ଅକ୍ସନ ଏଡ୍‌ର ମିଳିତ ସହଯୋଗରେ ଡଙ୍ଗରିଆ ଯୁବତୀ, ଯୁବକଙ୍କୁ ଧଳା କପଡ଼ା ଏବଂ ବିଭିନ୍ନ ରଙ୍ଗର ସୁତା ଯୋଗାଇ ଦିଆଯାଉଛି। ଏଥିସହ ସେମାନଙ୍କୁ ଏହି କପଡ଼ାଗୁନ୍ଦା ତିଆରିର ତାଲିମ ମଧୟ ଦିଆଯାଉଛି। ଯୁବପିଢ଼ି ଯେପରି ଏଥିପ୍ରତି ଆକୃଷ୍ଟ ହେବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯାଉଛି।
ସାଲ ପାଇଁ ଧଳା କପଡ଼ା ତିଆରି କରୁଥିବା ରାମ ହିଆଲ ଏହି ତାଲିମ ଦେଉଛନ୍ତି। ତନ୍ତ ଚଲାଇବା, ଅରଟ ଚଲାଇବା, ଛୁଞ୍ଚିରେ ସଲେଇ ଓ ସୁତାରେ ଲୁଗା ବୁଣିବା ଭଳି ବିଭିନ୍ନ ତାଲିମ ଦିଆଯାଉଥିବା ବେଳେ ଏହାକୁ ଶିଖି ଡଙ୍ଗରିଆ ଯୁବତୀ ଯୁବକ ମଧ୍ୟ ବେଶ୍‌ ଖୁସିଥିବା ଜଣାପଡ଼ିଛି। କରୋନା ସମୟରେ ମଧ୍ୟ ଏହି ମହିଳାମାନେ ବିଭିନ୍ନ ଡିଜାଇନର ମାସ୍କ ତିଆରି କରି ଭଲ ରୋଜଗାର କରିଥିଲେ। ତେଣୁ ଏହି ପାରମ୍ପରିକ କଳାକୁ ବଞ୍ଚାଇ ରଖିବାକୁ ସଂସ୍ଥା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ତାଲିମ ନେଇ ଲାଭବାନ ହେବାକୁ ଆଶା ରଖିଥିବା ତାଲିମ ନେଉଥିବା ଦମୟନ୍ତୀ ୱାଡାକା, ନିକୁନ ୱାଡାକା ପ୍ରକାଶ କରିଛନ୍ତି । ସେହିପରି ଏହି ତାଲିମ ଶିବିରର ପ୍ରଶିକ୍ଷକ ରାମ ହିଆଲ ଏବଂ ଡିକେଡିଏ ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ ଏହି ପ୍ରୟାସ ସଫଳ ହେବା ନେଇ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri