ଗୋବରରୁ ତିଆରି ହେଉଛି ଉତ୍କୃଷ୍ଟ କାଠ

କୁତ୍ରା,୬।୨ (ଡି.ଏନ୍‌.ଏ.):ସୁନ୍ଦରଗଡ଼ ଜିଲା କୁତ୍ରା ଅଞ୍ଚଳରେ ଜଣେ ବ୍ୟବସାୟୀ ମେସିନ ସାହାଯ୍ୟରେ ଗୋବରରୁ ଜାଳେଣି କାଠ ତିଆରି କରୁଛନ୍ତି। ଜଙ୍ଗଲ ଏବଂ ପରିବେଶ ସୁରକ୍ଷା ପାଇଁ ଏହା ଅଭିନବ ପ୍ରୟାସ ବୋଲି କୁହାଯାଉଛି।
ପୂର୍ବ କାଳରେ କୃଷି ପାଇଁ ବହୁଳ ଭାବରେ ଗୋପାଳନ କରାଯାଉଥିଲା। କିନ୍ତୁ ବର୍ତ୍ତମାନର ଆଧୁନିକ ଯୁଗରେ କୃଷି କ୍ଷେତ୍ରରେ ଆଧୁନିକ ୟନ୍ତ୍ରପାତିର ପ୍ରୟୋଗ ଯୋଗୁ ଗୋରୁ ଗାଈ ସଂଖ୍ୟା କମିବାରେ ଲାଗିଲା। ବର୍ତ୍ତମାନ ପୁଣି ଥରେ ଗୋରୁଗାଈଙ୍କ ସୁରକ୍ଷା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ଚେଷ୍ଟା ଆରମ୍ଭ ହୋଇଛି। କାରଣ ଗୋରୁଗୋବର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ କୃଷକମାନଙ୍କ ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣରେ ସହାୟକ ହେଉଛି। ଗୋବରରୁ ବିଭିନ୍ନ ପ୍ରକାର ଉପକରଣ ଯଥା ଦୀପ, ଧୂପ, ଅଗରବତୀ ପ୍ରଭୃତି ତିଆରି ହେଇଥାଏ। ଆଧୁନିକ ଯୁଗରେ କାଠର ବିକଳ୍ପ ରୂପେ ଗୋବରରୁ ଗୋବର କାଠ ତିଆରି ହେଉଛି। ମେସିନରେ ତିଆରି ହେଉଥିବା ଏହିକାଠ ବହୁତ ଶସ୍ତାରେ ମିଳୁଥିବାବେଳେ ଜଙ୍ଗଲ ସଂରକ୍ଷଣରେ ପ୍ରମୁଖ ଭୂମିକା ନେବା ସହିତ ପ୍ରଦୂଷଣ ନିୟନ୍ତ୍ରଣ କରିଥାଏ। ହିନ୍ଦୁ ସମାଜରେ ମୃତଦେହ ଦାହ ପାଇଁ କାଠ ବ୍ୟବହାର ହୋଇଥାଏ। ବର୍ତ୍ତମାନ ଯୁଗରେ ଜଙ୍ଗଲ କ୍ଷୟ ଯୋଗୁ କାଠର ଘୋର ଅଭାବ ଦେଖାଦେଇଛି। ଏହାର ବିକଳ୍ପ ଭାବେ ଗୋ-କାଷ୍ଠକୁ ବ୍ୟବହାର କରିବାକୁ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। କାଠ ଦ୍ୱାରା ବାୟୁ ପ୍ରଦୂଷଣ ହେବା ସହିତ ମୃତଦେହ ଦାହ ହେବା ପାଇଁ ୭ ରୁ ୮ ଘଣ୍ଟା ଲାଗିଥାଏ। କିନ୍ତୁ ଗୋ-କାଷ୍ଠରେ ଦାହ କଲେ ଏହା ୪ ରୁ ୫ ଘଣ୍ଟା ମଧ୍ୟରେ ହେବା ସହିତ ପ୍ରଦୂଷଣ ମଧ୍ୟ ହୋଇ ନ ଥାଏ। ତେବେ ଏହି ସବୁ କାରଣକୁ ଆଖିଆଗରେ ରଖି ରାଜଗାଙ୍ଗପୁରର ଜଣେ ବ୍ୟବସାୟୀ ବିନୋଦ କୁମାର ଅଗ୍ରୱାଲ କୁତ୍ରା ବ୍ଲକ ଅନ୍ତର୍ଗତ ଝାରବେଡାଠାରେ ନିଜ ଗୋଶାଳାରେ ୨ବର୍ଷ ହେବ ଗୋକାଷ୍ଠ ତିଆରି ମେସିନ ଲଗାଇ ଗୋକାଷ୍ଠ ତିଆରି କରୁଛନ୍ତି। ତାଙ୍କର କହିବା କଥାହେଲା ଅନ୍ୟାନ୍ୟ ବ୍ୟବସାୟ ସହିତ ରାଜଗାଙ୍ଗପୁରରେ ଏକ ଗୋଶାଳା ରହିଛି। ଗୋଶାଳାରୁ ବାହାରୁ ଥିବା ଗୋବର ଜମାହୋଇ ନଷ୍ଟ ହେଉଥିଲା। ଗୋବର ଠିକ ବ୍ୟବହାର ବିଷୟରେ ମୋବାଇଲରେ ଖୋଜୁଥିବାବେଳେ ଏ ଗୋକାଷ୍ଠ ତିଆରି ମେସିନ ବିଷୟରେ ଜାଣିବାକୁ ପାଇଲେ। ଏହି ମେସିନକୁ ବ୍ୟବହାର କରି ସେ ଗୋକାଷ୍ଠ ତିଆରି କରୁଛନ୍ତି। ଏହା ବର୍ତ୍ତମାନ ଲୋକଙ୍କ କାମରେ ଲାଗୁଛି ବୋଲି ସେ କହିଛନ୍ତି। ତାଙ୍କଠାରୁ ଏହି ଗୋବର କାଠ ଲୋକେ କିଣିକି ନେଉଥିବା ସେ କହିଛନ୍ତି। ଏହାର ବ୍ୟବହାର ଦ୍ୱାରା ପରିବେଶ ସନ୍ତୁଳିତ ହେବା ସହ ପ୍ରଦୂଷଣ କମିଥାଏ। କାଠ ତୁଳନାରେ ଗୋକାଷ୍ଠ ବହୁତ ଶସ୍ତା ହୋଇଥିବାରୁ ଏହା ଅଧିକ ବ୍ୟବହାର ଉପଯୋଗୀ ହେଉଛି ବୋଲି ସେ କହିଛନ୍ତି। ଗୋକାଠ ଉପରେ ସମସ୍ତେ ନିର୍ଭର କଲେ ଏହାର ଚାହିଦା ବଢନ୍ତା। ଜଙ୍ଗଲକାଠ ଉପରେ ଲୋକେ ନିର୍ଭର ନ କରି ଗୋକାଷ୍ଠ ଉପରେ ଲୋକେ ନିର୍ଭର କଲେ ଜଙ୍ଗଲ ସୁରକ୍ଷା ସହ ପରିବେଶ ସୁରକ୍ଷା ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri