ଗୋବରରୁ ତିଆରି ହେଉଛି ଉତ୍କୃଷ୍ଟ କାଠ

କୁତ୍ରା,୬।୨ (ଡି.ଏନ୍‌.ଏ.):ସୁନ୍ଦରଗଡ଼ ଜିଲା କୁତ୍ରା ଅଞ୍ଚଳରେ ଜଣେ ବ୍ୟବସାୟୀ ମେସିନ ସାହାଯ୍ୟରେ ଗୋବରରୁ ଜାଳେଣି କାଠ ତିଆରି କରୁଛନ୍ତି। ଜଙ୍ଗଲ ଏବଂ ପରିବେଶ ସୁରକ୍ଷା ପାଇଁ ଏହା ଅଭିନବ ପ୍ରୟାସ ବୋଲି କୁହାଯାଉଛି।
ପୂର୍ବ କାଳରେ କୃଷି ପାଇଁ ବହୁଳ ଭାବରେ ଗୋପାଳନ କରାଯାଉଥିଲା। କିନ୍ତୁ ବର୍ତ୍ତମାନର ଆଧୁନିକ ଯୁଗରେ କୃଷି କ୍ଷେତ୍ରରେ ଆଧୁନିକ ୟନ୍ତ୍ରପାତିର ପ୍ରୟୋଗ ଯୋଗୁ ଗୋରୁ ଗାଈ ସଂଖ୍ୟା କମିବାରେ ଲାଗିଲା। ବର୍ତ୍ତମାନ ପୁଣି ଥରେ ଗୋରୁଗାଈଙ୍କ ସୁରକ୍ଷା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ଚେଷ୍ଟା ଆରମ୍ଭ ହୋଇଛି। କାରଣ ଗୋରୁଗୋବର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ କୃଷକମାନଙ୍କ ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣରେ ସହାୟକ ହେଉଛି। ଗୋବରରୁ ବିଭିନ୍ନ ପ୍ରକାର ଉପକରଣ ଯଥା ଦୀପ, ଧୂପ, ଅଗରବତୀ ପ୍ରଭୃତି ତିଆରି ହେଇଥାଏ। ଆଧୁନିକ ଯୁଗରେ କାଠର ବିକଳ୍ପ ରୂପେ ଗୋବରରୁ ଗୋବର କାଠ ତିଆରି ହେଉଛି। ମେସିନରେ ତିଆରି ହେଉଥିବା ଏହିକାଠ ବହୁତ ଶସ୍ତାରେ ମିଳୁଥିବାବେଳେ ଜଙ୍ଗଲ ସଂରକ୍ଷଣରେ ପ୍ରମୁଖ ଭୂମିକା ନେବା ସହିତ ପ୍ରଦୂଷଣ ନିୟନ୍ତ୍ରଣ କରିଥାଏ। ହିନ୍ଦୁ ସମାଜରେ ମୃତଦେହ ଦାହ ପାଇଁ କାଠ ବ୍ୟବହାର ହୋଇଥାଏ। ବର୍ତ୍ତମାନ ଯୁଗରେ ଜଙ୍ଗଲ କ୍ଷୟ ଯୋଗୁ କାଠର ଘୋର ଅଭାବ ଦେଖାଦେଇଛି। ଏହାର ବିକଳ୍ପ ଭାବେ ଗୋ-କାଷ୍ଠକୁ ବ୍ୟବହାର କରିବାକୁ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। କାଠ ଦ୍ୱାରା ବାୟୁ ପ୍ରଦୂଷଣ ହେବା ସହିତ ମୃତଦେହ ଦାହ ହେବା ପାଇଁ ୭ ରୁ ୮ ଘଣ୍ଟା ଲାଗିଥାଏ। କିନ୍ତୁ ଗୋ-କାଷ୍ଠରେ ଦାହ କଲେ ଏହା ୪ ରୁ ୫ ଘଣ୍ଟା ମଧ୍ୟରେ ହେବା ସହିତ ପ୍ରଦୂଷଣ ମଧ୍ୟ ହୋଇ ନ ଥାଏ। ତେବେ ଏହି ସବୁ କାରଣକୁ ଆଖିଆଗରେ ରଖି ରାଜଗାଙ୍ଗପୁରର ଜଣେ ବ୍ୟବସାୟୀ ବିନୋଦ କୁମାର ଅଗ୍ରୱାଲ କୁତ୍ରା ବ୍ଲକ ଅନ୍ତର୍ଗତ ଝାରବେଡାଠାରେ ନିଜ ଗୋଶାଳାରେ ୨ବର୍ଷ ହେବ ଗୋକାଷ୍ଠ ତିଆରି ମେସିନ ଲଗାଇ ଗୋକାଷ୍ଠ ତିଆରି କରୁଛନ୍ତି। ତାଙ୍କର କହିବା କଥାହେଲା ଅନ୍ୟାନ୍ୟ ବ୍ୟବସାୟ ସହିତ ରାଜଗାଙ୍ଗପୁରରେ ଏକ ଗୋଶାଳା ରହିଛି। ଗୋଶାଳାରୁ ବାହାରୁ ଥିବା ଗୋବର ଜମାହୋଇ ନଷ୍ଟ ହେଉଥିଲା। ଗୋବର ଠିକ ବ୍ୟବହାର ବିଷୟରେ ମୋବାଇଲରେ ଖୋଜୁଥିବାବେଳେ ଏ ଗୋକାଷ୍ଠ ତିଆରି ମେସିନ ବିଷୟରେ ଜାଣିବାକୁ ପାଇଲେ। ଏହି ମେସିନକୁ ବ୍ୟବହାର କରି ସେ ଗୋକାଷ୍ଠ ତିଆରି କରୁଛନ୍ତି। ଏହା ବର୍ତ୍ତମାନ ଲୋକଙ୍କ କାମରେ ଲାଗୁଛି ବୋଲି ସେ କହିଛନ୍ତି। ତାଙ୍କଠାରୁ ଏହି ଗୋବର କାଠ ଲୋକେ କିଣିକି ନେଉଥିବା ସେ କହିଛନ୍ତି। ଏହାର ବ୍ୟବହାର ଦ୍ୱାରା ପରିବେଶ ସନ୍ତୁଳିତ ହେବା ସହ ପ୍ରଦୂଷଣ କମିଥାଏ। କାଠ ତୁଳନାରେ ଗୋକାଷ୍ଠ ବହୁତ ଶସ୍ତା ହୋଇଥିବାରୁ ଏହା ଅଧିକ ବ୍ୟବହାର ଉପଯୋଗୀ ହେଉଛି ବୋଲି ସେ କହିଛନ୍ତି। ଗୋକାଠ ଉପରେ ସମସ୍ତେ ନିର୍ଭର କଲେ ଏହାର ଚାହିଦା ବଢନ୍ତା। ଜଙ୍ଗଲକାଠ ଉପରେ ଲୋକେ ନିର୍ଭର ନ କରି ଗୋକାଷ୍ଠ ଉପରେ ଲୋକେ ନିର୍ଭର କଲେ ଜଙ୍ଗଲ ସୁରକ୍ଷା ସହ ପରିବେଶ ସୁରକ୍ଷା ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri