ଇପିଏଫ୍‌ ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମ ବଦଳିଲା: ୫ ବର୍ଷ ପୂର୍ବରୁ ଉଠାଇଲେ ଦେବାକୁ ପଡିବ ଟିକସ…

ନୂଆଦିଲ୍ଲୀ,୬।୨ : ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବାର ନିୟମ ବଦଳି ଯାଇଛି। ଯଦ ୫ ବର୍ଷ ପୂର୍ବରୁ ଟଙ୍କା ଉଠାଯାଏ ତେବେ ଟିକସ ଦେବାକୁ ପଡିବ । ଦେଶର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ ଆକାଉଣ୍ଟ) ସହ ଜଡିତ ପୂର୍ବର ନିୟମକୁ ପରିବର୍ତ୍ତନ କରିଛନ୍ତି। ପରିବର୍ତ୍ତିତ ନିୟମ ଅନୁସାରେ ଯଦି ଇପିଏଫ ଗ୍ରାହକ ପାଞ୍ଚ ବର୍ଷ ଖାତା ଖୋଲିବା ସମାପ୍ତ କରିନାହାଁନ୍ତି ଏବଂ ସେ ତାଙ୍କ ଆକାଉଣ୍ଟରୁ ଟଙ୍କା ପ୍ରତ୍ୟାହାର କରନ୍ତି, ତେବେ ତାଙ୍କୁ ଟିକସ ଦେବାକୁ ପଡିବ। ପାଞ୍ଚ ବର୍ଷ ପରେ ପ୍ରତ୍ୟାହାର ହେଲେ ଟିଡିଏସ କଟାଯିବ ନାହିଁ। ପାଞ୍ଚ ବର୍ଷ ପୂର୍ବରୁ ପିଏଫ୍‌ ଆକାଉଣ୍ଟରୁ ଉଠା ହୋଇଥିବା ସମସ୍ତ ଟଙ୍କ ଉପରେ ଟିଡିଏସ କଟାଯିବ। କେବଳ ଏତିକି ନୁହେଁ, ବର୍ଷକୁ ୨.୫୦ ଲକ୍ଷରୁ ଅଧିକ ମୂଲ୍ୟର ଇପିଏଫ୍‌ ଅବଦାନ ଉପରେ ଟିକସ ଲାଗୁ ହେବ।

ନୂଆ ଇପିଏଫ୍‌ ନିୟମ ଅନୁସାରେ ୧ ଏପ୍ରିଲ ୨୦୨୩ ପରେ ଆକାଉଣ୍ଟରୁ ଟଙ୍କା ଉଠାଣ କଲେ ଖାତା ଧାରକଙ୍କୁ ୩୦ ପ୍ରତିଶତ ପରିବର୍ତ୍ତେ ୨୦ ପ୍ରତିଶତ ଟିଡିଏସ ଦେବାକୁ ପଡିବ। ଆକାଉଣ୍ଟ ପ୍ୟାନ କାର୍ଡ ସହିତ ଲିଙ୍କ ହେବା ଜରୁରୀ। ୧ ଏପ୍ରିଲ ୨୦୨୩ ପୂର୍ବରୁ ଇପିଏଫ୍‌ରୁ ଟଙ୍କା ଉଠାଇଲେ ପୂର୍ବ ପରି ଟିଡିଏସ ଦେବାକୁ ପଡିବ।

ବଜେଟରେ ଟିଡିଏସ ପାଇଁ ୧୦ ହଜାର ଟଙ୍କା ସୀମା ମଧ୍ୟ ହଟାଇ ଦିଆଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଟିକସ ବିଶେଷଜ୍ଞ ବଲୱନ୍ତ ଜୈନ କହିଛନ୍ତି ଯେ ଯଦି ପ୍ୟାନ ଆଧାର ସହିତ ସଂଯୁକ୍ତ ନୁହେଁ, ତେବେ ଇପିଏଫ୍‌ ଆକାଉଣ୍ଟ ଖୋଲିବାର ପାଞ୍ଚ ବର୍ଷ ପୂର୍ବରୁ ଯଦି ଏହାକୁ ଉଠାଣ କରାଯାଏ ତେବେ ଟିକସ ଦେବାକୁ ପଡିବ। ଯଦି ଆକାଉଣ୍ଟ ଆକାଉଣ୍ଟଧାରୀଙ୍କ ପ୍ୟାନ କାର୍ଡ ସହିତ ସଂଯୁକ୍ତ, ତେବେ ଉଠାଣ ରାଶି ଉପରେ କୌଣସି ଟିଡିଏସ ଆଦାୟ କରାଯିବ ନାହିଁ। ଉଠାଣ କରାଯାଉଥିବା ପରିମାଣ ସେହି ବର୍ଷ ପାଇଁ ଆକାଉଣ୍ଟଧାରୀଙ୍କ ମୋଟ ଟିକସଯୋଗ୍ୟ ଆୟରେ ଯୋଡାଯିବ ଏବଂ ଆକାଉଣ୍ଟଧାରୀଙ୍କୁ ଆୟକର ସ୍ଲାବ ଅନୁଯାୟୀ ଟିକସ ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri