ଇପିଏଫ୍‌ ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମ ବଦଳିଲା: ୫ ବର୍ଷ ପୂର୍ବରୁ ଉଠାଇଲେ ଦେବାକୁ ପଡିବ ଟିକସ…

ନୂଆଦିଲ୍ଲୀ,୬।୨ : ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବାର ନିୟମ ବଦଳି ଯାଇଛି। ଯଦ ୫ ବର୍ଷ ପୂର୍ବରୁ ଟଙ୍କା ଉଠାଯାଏ ତେବେ ଟିକସ ଦେବାକୁ ପଡିବ । ଦେଶର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ ଆକାଉଣ୍ଟ) ସହ ଜଡିତ ପୂର୍ବର ନିୟମକୁ ପରିବର୍ତ୍ତନ କରିଛନ୍ତି। ପରିବର୍ତ୍ତିତ ନିୟମ ଅନୁସାରେ ଯଦି ଇପିଏଫ ଗ୍ରାହକ ପାଞ୍ଚ ବର୍ଷ ଖାତା ଖୋଲିବା ସମାପ୍ତ କରିନାହାଁନ୍ତି ଏବଂ ସେ ତାଙ୍କ ଆକାଉଣ୍ଟରୁ ଟଙ୍କା ପ୍ରତ୍ୟାହାର କରନ୍ତି, ତେବେ ତାଙ୍କୁ ଟିକସ ଦେବାକୁ ପଡିବ। ପାଞ୍ଚ ବର୍ଷ ପରେ ପ୍ରତ୍ୟାହାର ହେଲେ ଟିଡିଏସ କଟାଯିବ ନାହିଁ। ପାଞ୍ଚ ବର୍ଷ ପୂର୍ବରୁ ପିଏଫ୍‌ ଆକାଉଣ୍ଟରୁ ଉଠା ହୋଇଥିବା ସମସ୍ତ ଟଙ୍କ ଉପରେ ଟିଡିଏସ କଟାଯିବ। କେବଳ ଏତିକି ନୁହେଁ, ବର୍ଷକୁ ୨.୫୦ ଲକ୍ଷରୁ ଅଧିକ ମୂଲ୍ୟର ଇପିଏଫ୍‌ ଅବଦାନ ଉପରେ ଟିକସ ଲାଗୁ ହେବ।

ନୂଆ ଇପିଏଫ୍‌ ନିୟମ ଅନୁସାରେ ୧ ଏପ୍ରିଲ ୨୦୨୩ ପରେ ଆକାଉଣ୍ଟରୁ ଟଙ୍କା ଉଠାଣ କଲେ ଖାତା ଧାରକଙ୍କୁ ୩୦ ପ୍ରତିଶତ ପରିବର୍ତ୍ତେ ୨୦ ପ୍ରତିଶତ ଟିଡିଏସ ଦେବାକୁ ପଡିବ। ଆକାଉଣ୍ଟ ପ୍ୟାନ କାର୍ଡ ସହିତ ଲିଙ୍କ ହେବା ଜରୁରୀ। ୧ ଏପ୍ରିଲ ୨୦୨୩ ପୂର୍ବରୁ ଇପିଏଫ୍‌ରୁ ଟଙ୍କା ଉଠାଇଲେ ପୂର୍ବ ପରି ଟିଡିଏସ ଦେବାକୁ ପଡିବ।

ବଜେଟରେ ଟିଡିଏସ ପାଇଁ ୧୦ ହଜାର ଟଙ୍କା ସୀମା ମଧ୍ୟ ହଟାଇ ଦିଆଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଟିକସ ବିଶେଷଜ୍ଞ ବଲୱନ୍ତ ଜୈନ କହିଛନ୍ତି ଯେ ଯଦି ପ୍ୟାନ ଆଧାର ସହିତ ସଂଯୁକ୍ତ ନୁହେଁ, ତେବେ ଇପିଏଫ୍‌ ଆକାଉଣ୍ଟ ଖୋଲିବାର ପାଞ୍ଚ ବର୍ଷ ପୂର୍ବରୁ ଯଦି ଏହାକୁ ଉଠାଣ କରାଯାଏ ତେବେ ଟିକସ ଦେବାକୁ ପଡିବ। ଯଦି ଆକାଉଣ୍ଟ ଆକାଉଣ୍ଟଧାରୀଙ୍କ ପ୍ୟାନ କାର୍ଡ ସହିତ ସଂଯୁକ୍ତ, ତେବେ ଉଠାଣ ରାଶି ଉପରେ କୌଣସି ଟିଡିଏସ ଆଦାୟ କରାଯିବ ନାହିଁ। ଉଠାଣ କରାଯାଉଥିବା ପରିମାଣ ସେହି ବର୍ଷ ପାଇଁ ଆକାଉଣ୍ଟଧାରୀଙ୍କ ମୋଟ ଟିକସଯୋଗ୍ୟ ଆୟରେ ଯୋଡାଯିବ ଏବଂ ଆକାଉଣ୍ଟଧାରୀଙ୍କୁ ଆୟକର ସ୍ଲାବ ଅନୁଯାୟୀ ଟିକସ ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିର୍ମାଣାଧିନ ପୋଲ ତଳକୁ ଖସି ୨ ମୃତ

ନୀଳଗିରି,୧୫।୬,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର…

ଆଦାୟ ହେଉଛି ରାଜସ୍ବ, ହେଉନି ପଙ୍କୋଦ୍ଧାର, ଶୁଖିଲା ପଡ଼ିଛି ପୋଖରୀ

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଅମରପାଲି ଗ୍ରାମରେ ଥିବା ପୋଖରୀଗୁଡ଼ିକର ଦୁରବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗ୍ରାମରେ ମୋଟ୍‌ ୭ଟି…

ଦୁଇ ଓସିଏସ୍‌ଙ୍କୁ ସମ୍ମାନିତ କଲେ ଜିଲାପାଳ, କହିଲେ ସମସ୍ତ ପ୍ରକାରର ଲୋକଙ୍କୁ କିପରି…

କେସିଙ୍ଗା,୧୫ା୬(ତୁମେଶ୍ୱର ସାହୁ): ଓଡ଼ିଶା ପ୍ରଶାସନିକ ସେବାର ଫଳାଫଳ ପ୍ରକାଶିତ ପରେ ଉତ୍ତୀର୍ଣ୍ଣ ହୋଇଥିବା କଳାହାଣ୍ଡି ଜିଲାର କେସିଙ୍ଗା ସହରର ଚତୁର୍ଥ ସ୍ଥାନରେ ଥିବା କନକ ଜୈନ ଏବଂ…

ମୋଦିଙ୍କ ସହ ସେଲ୍‌ଫି ନେଲେ ଫ୍ରାନ୍ସ ରାଷ୍ଟ୍ରପତି: ଫଟୋ ଶେୟାର କରି ଲେଖିଲେ…

ନାଇସ୍‌,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଇସ୍‌ ଗସ୍ତ ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରଁଙ୍କୁ ଭେଟି ଆନନ୍ଦ ପ୍ରକାଶ କରିଥିଲେ। ଦୁଇ ନେତା ‘ଇଣ୍ଡିଆ ଇନୋଭେଟ୍ସ ୨୦୨୬’…

ଘରକୁ ଧକ୍କାଦେଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ପାଟଣା,୧୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ୨୨୦ ନମ୍ବର ଜାତୀୟ ରାଜପଥର ବଡ଼ବିଲ ନିକଟର ସୋମବାର ଭୋର୍‌ରୁ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଏକ ଘରକୁ…

ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଭବାନୀପାଟଣା,୧୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନକିଣା ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜୁନାଗଡ଼…

ଥାନା ଭିତରେ ଝିଅଙ୍କୁ ଛୁରିଭୁସି ହତ୍ୟାକଲେ ବାପା: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଲକ୍ଷ୍ନୌ,୧୫ା୬:ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ ବଦୌସା ଥାନା ଭିତରେ ଶୁକ୍ରବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପା ଛୁରିଭୁସି ହତ୍ୟା କରିଛନ୍ତି। ବାନ୍ଦା ଏସ୍‌ପି ପଳାଶ…

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri