ଶ୍ମଶାନ ଜମିରେ ଡମ୍ପିଂୟାର୍ଡ

କେନ୍ଦୁଝର,୨୬ା୯(ସ୍ବ.ପ୍ର.): କେନ୍ଦୁଝର ସହରର ମଇଳା ଆବର୍ଜନା ଠିକ୍‌ ଭାବରେ ସଫେଇ ହେଉ ନ ଥିବା ବେଳେ ସହରର ମଇଳା ଆବର୍ଜନା ଠିକ୍‌ ପରିଚାଳନା ହେଉନାହିଁ। ଫଳରେ ସହରର ପରିମଳ ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶ୍ମାଶନ ଜମି, ମୁଖ୍ୟ ରାସ୍ତାକଡ଼, ସର୍ବସାଧାରଣ ଲୋକଙ୍କ ଯାତାୟାତ ସ୍ଥାନରେ ମଇଳା ଆବର୍ଜନା ଗଚ୍ଛିତ ରଖାଯାଉଛି। ଫଳରେ ସହର ପରିବେଶ ଅପରିଷ୍କାର ହେଉଥିବା ବେଳେ ବିଶେଷ କରି ବର୍ଷାଦିନରେ ମଇଳା ଆବର୍ଜନା ଚାରିଆଡ଼େ ଭାସିି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏ ନେଇ ବହୁବାର ପୌର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ମାତ୍ର କେହି କର୍ଣ୍ଣପାତ କରୁ ନ ଥିବା ସ୍ଥାନୀୟ ସଂଖ୍ୟା ଲଘୁ ସମ୍ପ୍ରଦାୟ ଲୋକ କହିଛନ୍ତି।
ମୁତାବକ, ସ୍ଥାନୀୟ ଢାଙ୍ଗରପଡ଼ାରେ ମୁଖ୍ୟ ରାସ୍ତାକଡ଼ ଜମିକୁ ସଂଖ୍ୟା ଲଘୁ ସମ୍ପ୍ରଦାୟ ତଥା ସାଧାରଣ ଲୋକେ ୧୯୬୦ ମସିହାରୁ ଶ୍ମଶାନ ଭାବରେ ବ୍ୟବହାର କରୁଛନ୍ତି। ଏଠାରେ ପାଖାପାଖି ୫୦ ଡେସିମିଲ ଜମି ରହିଛି। ଉକ୍ତ ସ୍ଥାନରେ ୬୦ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କୁ କବର ଦିଆଯାଇଛି। ଏହାର ସୁରକ୍ଷା କରିବା ପରିବର୍ତ୍ତେ ଖୋଦ ପୌରପାଳିକା ଏଠାରେ ଡମ୍ପିଂୟାର୍ଡ କରି ମଇଳା ଆବର୍ଜନା ଜମା କରୁଛି। ଫଳରେ ଧାର୍ମିକ ଭାବନା ପ୍ରତି ଆଘାତ ସୃଷ୍ଟି ହେଉଛି ବୋଲି ସଂଖ୍ୟା ଲଘୁ ସମ୍ପ୍ରଦାୟ ଲୋକେ କହିଛନ୍ତି। ଏଥିସହ ସ୍ଥାନୀୟ ଢାଙ୍ଗରପଡ଼ା ନିକଟରେ ରାସ୍ତା କଡ଼ରେ ଜନବସତି ନିକଟରେ ପୌରପାଳିକା ପକ୍ଷରୁ ନିର୍ମାଣ ହୋଇଥିବା ବ୍ୟୟବହୁଳ ଗୋଦାମ ଘର ତଥା କଂସେଇଖାନା ନିକଟରେ ମଇଳା ଆବର୍ଜନା ଫିଙ୍ଗାଯାଉଥିବାରୁ ପରିବେଶ ବହୁ ମାତ୍ରାରେ ପ୍ରଦୂଷିତ ହେଉଛି। ଆବର୍ଜନା ଯୁକ୍ତ ବିଷାକ୍ତ ପାଣି ବର୍ଷା ଜଳରେ ଭାସି ଯାଇ ବିଲ, ନଦୀ, ନାଳରେ ପଡୁଛି। ଫଳରେ ଡାଇରିଆ, ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ ବ୍ୟାପିବା ଆଶଙ୍କା ଦେଖା ଦେଇଛି। ସେହିପରି ସହରକୁ ଆସୁଥିବା ପର୍ଯ୍ୟଟକ ଓ ଲୋକମାନେ ଏସବୁ ଦେଖି ସହର ଅବସ୍ଥା ପରଖିବା ସହ ନାକ ଟେକି ଯାତାୟାତ କରୁଛନ୍ତି। ପୌର ପ୍ରଶାସନକୁ ୟୁନିୟନ ବାପ୍ଟିଷ୍ଟ ଚର୍ଚ୍ଚର ସମ୍ପାଦକ ରାଜେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ପୌର ପ୍ରଶାସନଙ୍କ ନିକଟରେ ଏ ନେଇ ବାରମ୍ବାର ଜଣାଇଥିଲେ ହେଁ ଏହାର ସୁରକ୍ଷା କରାଯାଉ ନ ଥିବାରୁ ଆସୋସିଏଟ ପାଷ୍ଟର ସଲୋମୋନ ଦାସ ଦୁଃଖ ପ୍ରକାଶ କରି କହିଛନ୍ତି।
ସୌନ୍ଦର୍ଯ୍ୟକରଣ ନାମରେ କୋଟି କୋଟି ଟଙ୍କା ବ୍ୟୟରେ ପାର୍କ ନିର୍ମାଣ କରୁଛନ୍ତି। କିନ୍ତୁ ମଇଳା ଆବର୍ଜନା ପରିଚାଳନା କରି ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ନେଇ ଆଗ୍ରହ ପ୍ରକାଶ କରୁ ନାହିଁ। ଶ୍ମଶାନ ଭଳି ଜମିର ସୁରକ୍ଷା କରିବା ପରିବର୍ତ୍ତେ ସେଥିରେ ମଇଳା ଜମା କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଭାଜପା ସଂଖ୍ୟା ଲଘୁ ସମ୍ପ୍ରଦାୟର ନେତା ଜଲାଲୁଦ୍ଦିନ ଆକବର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri