ଶ୍ମଶାନ ଜମିରେ ଡମ୍ପିଂୟାର୍ଡ

କେନ୍ଦୁଝର,୨୬ା୯(ସ୍ବ.ପ୍ର.): କେନ୍ଦୁଝର ସହରର ମଇଳା ଆବର୍ଜନା ଠିକ୍‌ ଭାବରେ ସଫେଇ ହେଉ ନ ଥିବା ବେଳେ ସହରର ମଇଳା ଆବର୍ଜନା ଠିକ୍‌ ପରିଚାଳନା ହେଉନାହିଁ। ଫଳରେ ସହରର ପରିମଳ ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶ୍ମାଶନ ଜମି, ମୁଖ୍ୟ ରାସ୍ତାକଡ଼, ସର୍ବସାଧାରଣ ଲୋକଙ୍କ ଯାତାୟାତ ସ୍ଥାନରେ ମଇଳା ଆବର୍ଜନା ଗଚ୍ଛିତ ରଖାଯାଉଛି। ଫଳରେ ସହର ପରିବେଶ ଅପରିଷ୍କାର ହେଉଥିବା ବେଳେ ବିଶେଷ କରି ବର୍ଷାଦିନରେ ମଇଳା ଆବର୍ଜନା ଚାରିଆଡ଼େ ଭାସିି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏ ନେଇ ବହୁବାର ପୌର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ମାତ୍ର କେହି କର୍ଣ୍ଣପାତ କରୁ ନ ଥିବା ସ୍ଥାନୀୟ ସଂଖ୍ୟା ଲଘୁ ସମ୍ପ୍ରଦାୟ ଲୋକ କହିଛନ୍ତି।
ମୁତାବକ, ସ୍ଥାନୀୟ ଢାଙ୍ଗରପଡ଼ାରେ ମୁଖ୍ୟ ରାସ୍ତାକଡ଼ ଜମିକୁ ସଂଖ୍ୟା ଲଘୁ ସମ୍ପ୍ରଦାୟ ତଥା ସାଧାରଣ ଲୋକେ ୧୯୬୦ ମସିହାରୁ ଶ୍ମଶାନ ଭାବରେ ବ୍ୟବହାର କରୁଛନ୍ତି। ଏଠାରେ ପାଖାପାଖି ୫୦ ଡେସିମିଲ ଜମି ରହିଛି। ଉକ୍ତ ସ୍ଥାନରେ ୬୦ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କୁ କବର ଦିଆଯାଇଛି। ଏହାର ସୁରକ୍ଷା କରିବା ପରିବର୍ତ୍ତେ ଖୋଦ ପୌରପାଳିକା ଏଠାରେ ଡମ୍ପିଂୟାର୍ଡ କରି ମଇଳା ଆବର୍ଜନା ଜମା କରୁଛି। ଫଳରେ ଧାର୍ମିକ ଭାବନା ପ୍ରତି ଆଘାତ ସୃଷ୍ଟି ହେଉଛି ବୋଲି ସଂଖ୍ୟା ଲଘୁ ସମ୍ପ୍ରଦାୟ ଲୋକେ କହିଛନ୍ତି। ଏଥିସହ ସ୍ଥାନୀୟ ଢାଙ୍ଗରପଡ଼ା ନିକଟରେ ରାସ୍ତା କଡ଼ରେ ଜନବସତି ନିକଟରେ ପୌରପାଳିକା ପକ୍ଷରୁ ନିର୍ମାଣ ହୋଇଥିବା ବ୍ୟୟବହୁଳ ଗୋଦାମ ଘର ତଥା କଂସେଇଖାନା ନିକଟରେ ମଇଳା ଆବର୍ଜନା ଫିଙ୍ଗାଯାଉଥିବାରୁ ପରିବେଶ ବହୁ ମାତ୍ରାରେ ପ୍ରଦୂଷିତ ହେଉଛି। ଆବର୍ଜନା ଯୁକ୍ତ ବିଷାକ୍ତ ପାଣି ବର୍ଷା ଜଳରେ ଭାସି ଯାଇ ବିଲ, ନଦୀ, ନାଳରେ ପଡୁଛି। ଫଳରେ ଡାଇରିଆ, ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ ବ୍ୟାପିବା ଆଶଙ୍କା ଦେଖା ଦେଇଛି। ସେହିପରି ସହରକୁ ଆସୁଥିବା ପର୍ଯ୍ୟଟକ ଓ ଲୋକମାନେ ଏସବୁ ଦେଖି ସହର ଅବସ୍ଥା ପରଖିବା ସହ ନାକ ଟେକି ଯାତାୟାତ କରୁଛନ୍ତି। ପୌର ପ୍ରଶାସନକୁ ୟୁନିୟନ ବାପ୍ଟିଷ୍ଟ ଚର୍ଚ୍ଚର ସମ୍ପାଦକ ରାଜେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ପୌର ପ୍ରଶାସନଙ୍କ ନିକଟରେ ଏ ନେଇ ବାରମ୍ବାର ଜଣାଇଥିଲେ ହେଁ ଏହାର ସୁରକ୍ଷା କରାଯାଉ ନ ଥିବାରୁ ଆସୋସିଏଟ ପାଷ୍ଟର ସଲୋମୋନ ଦାସ ଦୁଃଖ ପ୍ରକାଶ କରି କହିଛନ୍ତି।
ସୌନ୍ଦର୍ଯ୍ୟକରଣ ନାମରେ କୋଟି କୋଟି ଟଙ୍କା ବ୍ୟୟରେ ପାର୍କ ନିର୍ମାଣ କରୁଛନ୍ତି। କିନ୍ତୁ ମଇଳା ଆବର୍ଜନା ପରିଚାଳନା କରି ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ନେଇ ଆଗ୍ରହ ପ୍ରକାଶ କରୁ ନାହିଁ। ଶ୍ମଶାନ ଭଳି ଜମିର ସୁରକ୍ଷା କରିବା ପରିବର୍ତ୍ତେ ସେଥିରେ ମଇଳା ଜମା କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଭାଜପା ସଂଖ୍ୟା ଲଘୁ ସମ୍ପ୍ରଦାୟର ନେତା ଜଲାଲୁଦ୍ଦିନ ଆକବର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri