ହକି ଷ୍ଟାଡିୟମ ପଛପଟେ ଡମ୍ପିଂ ୟାର୍ଡ

ରାଉରକେଲା,୧୪।୧(ଦିନେଶ ମିଶ୍ର)ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପଛପଟେ ରହିଛି ସହରର ପ୍ରମୁଖ ଡମ୍ପିଂୟାର୍ଡ। ଏହି ଡମ୍ପିଂ ୟାର୍ଡ ଯୋଗୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଆରଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ ହୋଇଛି।
ରାଉରକେଲା ସହରକୁ ସ୍ବଚ୍ଛ ଓ ସବୁଜ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି। ରାତି ପାହିଲେ ସହରର ବାସନ୍ତୀ କଲୋନି, ଛେଣ୍ଡ କଲୋନି, ସିଭିଲଟାଉନଶିପ୍‌, କୋଏଲନଗର, ରେଲୱେ କଲୋନି, ଡେଲିମାର୍କେଟ, ପାନପୋଷ ଆଦି ଅଞ୍ଚଳରେ ଆର୍‌ଏମ୍‌ସି କର୍ମଚାରୀମାନେ ଘର ଘର ବୁଲି ଅଳିଆ ଆବର୍ଜନାକୁ ସଂଗ୍ରହ କରୁଛନ୍ତି। ଏହି ଅଳିଆ ସଂଗ୍ରହ ହେବା ପରେ ଉକ୍ତ ଅଞ୍ଚଳରେ ଥିବା ଡମ୍ଫିଂ ୟାର୍ଡରେ ଗଦା କରାଯାଏ। ପରେ ଆରଏମ୍‌ସିର ଗାଡ଼ିଗୁଡିକ ଏହି ଅଳିଆ ଆବର୍ଜନା ସଂଗ୍ରହ କରି ଛେଣ୍ଡ ସ୍ଥିତ କଳିଙ୍ଗ ବିହାରରେ ଥିବା ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପଛପଟ ଡମ୍ପିଂୟାର୍ଡରେ ପକାଇଥାନ୍ତି। ଏହି ଅଳିଆ ଗୁଡିକ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ଜମା ରହିଥିବାରୁ ଏଠାରେ ଏକ କୃତ୍ରିମ ପାହାଡ ସୃଷ୍ଟି ହେବା ସହ ପଚିଶଢି ଉକ୍ତ ଅଞ୍ଚଳକୁ ପୂତିଗନ୍ଧମୟ କରୁଛି। ଡମ୍ପିଂ ୟାର୍ଡ ନିକଟରେ ରାଉରକେଲା ବିମାନ ବନ୍ଦର, ବିପିୟୁଟି, ହଷ୍ଟେଲ, ଛେଣ୍ଡ ଘରୋଇ ଆଇଟିଆଇ ଆଦି ରହିଛି। ଏହି ଅଞ୍ଚଳ ଦେଇ ଯାତାୟାତ କଲେ ଡମ୍ପିଂୟାର୍ଡର ଅସ୍ବାସ୍ଥ୍ୟକର ପରିବେଶ କୁପ୍ରଭାବ ପକାଇଛି। ବିଶେଷ କରି ବର୍ଷାଦିନେ ଏହି ଡମ୍ପିଂୟାର୍ଡର ଅଳିଆରେ ପାଣି ପଶି ଗନ୍ଧ ହେଉଛି। ଏ ନେଇ ସ୍ଥାନୀୟ ସମାଜସେବୀ ତଥା ଆଇନଜୀବୀ ଆନନ୍ଦ ଚନ୍ଦ୍ର ମହାନ୍ତି କୁହନ୍ତି, ଛେଣ୍ଡ କଳିଙ୍ଗ ବିହାର ସହରର ଏକ ପ୍ରମୁଖ କଲୋନି। ଏହାର ଆଖପାଖ ଅଞ୍ଚଳରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ସାଙ୍ଗକୁ ବିମାନବନ୍ଦର ଓ ବିପିୟୁଟି ଭଳି ବୈଷୟିକ ଶିକ୍ଷାତାଲିମ କେନ୍ଦ୍ର ରହିଛି। ଏଠାରେ ଆରଏମ୍‌ସି ପକ୍ଷରୁ ତିଆରି ହୋଇଥିବା ଡମ୍ପିଂ ୟାର୍ଡ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅସୁବିଧା ହେଉଛି। ସହରର ସମସ୍ତ ଅଳିଆ ଏଠାରେ ପକାଯାଉଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ତେଣୁ ଏହି ଡମ୍ପିଂ ୟାର୍ଡକୁ ଏଠାରୁ ଆରଏମ୍‌ସି କର୍ତ୍ତୃପକ୍ଷ ଯଥାଶୀଘ୍ର ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ମହାନ୍ତି ଦାବି କରିଛନ୍ତି। ସେହିପରି ସମାଜସେବୀ ଅଭିନାଶ ଶୁକ୍ଳା କୁହନ୍ତି, ଏହି ଡମ୍ପିଂ ୟାର୍ଡରେ କୁଢ କୁଢ ଅଳିଆ ସର୍ବଦା ଜମି ରହିଥିବାରୁ ଏଠାରୁ ମଶା, ମାଛି ବଂଶ ସୃଷ୍ଟି ହେଉଛି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକେ ରୋଗରେ ପଡୁଛନ୍ତି। ଏହି ଡମ୍ପିଂୟାର୍ଡରେ ବୁଲାପଶୁ ଗୋଡରେ ଖେଳାଇ ଅପରିଷ୍କାର କରୁଛନ୍ତି। ଅଳିଆଗୁଡିକ ଗୋଟିଏ ସ୍ଥାନରେ ଜମି ରହିଥିବାରୁ ବିମାନବନ୍ଦର ନିକଟ ରାସ୍ତାରେ ଯାତାୟାତ କରିବା ସମ୍ଭବ ହେଉନାହିଁ। ତେଣୁ ଏଠାରେ ଆରଏମ୍‌ସି ଅଳିଆ ନ ପକାଇଲେ ଜନସାଧାରଣ ଉପକୃତି ହୁଅନ୍ତେ ବୋଲି ସେ କହିଥିଲେ। ଏ ସମ୍ପର୍କରେ ଆରଏମ୍‌ସି ଉପଆୟୁକ୍ତ ସୁଧାଂଶୁ ଶେଖର ଭୋଇଙ୍କୁ ପଚାରିବାରୁ ସେ କହିଥିଲେ, କଳିଙ୍ଗ ବିହାର ଅଞ୍ଚଳରେ ଥିବା ଡମ୍ପିଂୟାଡି ବିଶ୍ୱସ୍ତରୀୟ ହକି ଷ୍ଟାଡିମୟ ନିର୍ମାଣ ପୂର୍ବରୁ ରହିଛି। ଏଠାରେ ସହରର ସମସ୍ତ ଅଳିଆଆବର୍ଜନା ବର୍ଷ ବର୍ଷ ଧରି ପଡିରହିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ନେଇ ଆମ ପାଖରେ ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆମେ ଏଠାରେ ଗହା ହୋଇ ରହିଥିବା ମଇଳାକୁ ସ୍ବଚ୍ଛ କରିବା ପାଇଁ ବର୍ଜ୍ୟବସ୍ତୁ ନିଷ୍କାସନ ପ୍ରକିୟା ମେଶିନ ବସାଇଛୁ। ଏହି ମେଶିନ ସାହାଯ୍ୟରେ ଦିନକୁ ୩ରୁ ୫ କୁଇଣ୍ଟାଲ ବର୍ଜବସ୍ତୁରୁ ଖତ ଓ ପିଚୁ ତିଆରି କରି ସହରର ଉନ୍ନତି କାମ ପାଇଁ ବ୍ୟବହାର କରାଯାଉଛି ବୋଲି ଭୋଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri