କଟକ,୭ା୯(ସୁପ୍ରିୟା ପ୍ରିୟଦର୍ଶିନୀ)ଗଣେଶ ପୂଜାରୁ ଆରମ୍ଭ ହୋଇଯିବ ପାର୍ବଣ ଋତୁ। ନୂଆ ପୁରୁଣା ଗୀତ ସହ ବାଦ୍ୟଯନ୍ତ୍ରର ଧୂମଧଡ଼ାକ ଶୁଣିବାକୁ ମିଳିବ। ଏଥିପାଇଁ ଗାୟିକା ଗାୟକମାନଙ୍କର ଚାହିଦା ଏବେ କାହିଁରେ କେତେ। ଆଉ କିଛି ଦିନ ପରେ ଗଣେଶ ପୂଜା ଥିବାରୁ ଜୋରସୋର ଅଭ୍ୟାସ ଚଳାଇଛନ୍ତି ମେଲୋଡି ପାର୍ଟି। ଦିନରାତି ଏକ କରି ରିହର୍ସାଲରେ ଲାଗିପଡ଼ିଛନ୍ତି କଳାକାର। ସେମାନଙ୍କୁ ଗଣେଶ ପୂଜା ପାଇଁ ବିଭିନ୍ନ ସଙ୍ଗଠନ ଓ ପୂଜା କମିଟି ବୁକିଂ କରିସାରିଛନ୍ତି। ଏହା ପରେ ଦୁର୍ଗାପୂଜା, କାଳୀପୂଜା ଥିବାରୁ ଏବେଠୁ କଳାକାରମାନେ ପ୍ରାକ୍ଟିସ୍ ଚଳାଇଛନ୍ତି। ହର୍ ହର୍ ଶମ୍ଭୁ, ଗୁଆଘିଅ, ଅଳତା ମାଖି, ଝିପିଝିପି ମେଘ, ତେଲୁଗୁ ସୁନ୍ଦରୀ, ସମ୍ବଲପୁରୀ ଭଳି ଅନେକ ଗୀତ ଏଥର ହିଟ୍ ଲିଷ୍ଟରେ ରହିଛି। ଏଥିସହ ସୋସିଆଲ ମିଡିଆରେ ଅଧିକ ଆଦୃତ ହୋଇଥିବା ଗୀତଗୁଡ଼ିକୁ ମଞ୍ଚରେ ପରିବେଷଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଗୀତ ସାଙ୍ଗକୁ ଦମ୍ଦାର୍ ଡ୍ୟାନ୍ସ ପରଫର୍ମାନ୍ସ ମଧ୍ୟ ଦେଖିବାକୁ ମିଳିବ। ଲୋକଙ୍କ ଚାହିଦାକୁ ନଜରରେ ରଖି ସେଲିବ୍ରିଟି କଣ୍ଠଶିଳ୍ପୀଙ୍କୁ ଆଣିବାକୁ ମଧ୍ୟ କିଛି ପାର୍ଟି ବ୍ୟବସ୍ଥା କରୁଛନ୍ତି। ଏଥର ବିଭିନ୍ନ ରିଦିମ୍ ଓ ସାଉଣ୍ଡ ମଧ୍ୟ ନୂଆକରି ଅଣାଯାଇଛି। ପୂଜା ପାର୍ବଣରେ ଲୋକେ ପୂଜା ବୁଲିବା ସହ ମେଲୋଡିର ମଜା ନେଇଥାନ୍ତି। ତେଣୁ ଏଥର ମେଲୋଡିରେ ଭିଡ଼ ଜମିବ ବୋଲି ଆଶା କରାଯାଉଛି।
ଏ ସମ୍ପର୍କରେ ସର୍ଗମ୍ ମେଲୋଡିର ମାଲିକ ଶ୍ୟାମ କୁମାର କହିଛନ୍ତି, ଆମେ ଅଗଷ୍ଟରୁ ଅଭ୍ୟାସ ଆରମ୍ଭ କଲୁଣି। ଗଣେଶ ପୂଜା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ୧୨ ତାରିଖରେ ଅଭ୍ୟାସ ଶେଷ ହେବ। କଳାକାରମାନେ କିଛି ଦିନ ବିଶ୍ରାମ ନେଇ ପୂଜା ଆରମ୍ଭରୁ କାମରେ ଲାଗିଯିବେ ା ସମ୍ବଲପୁରୀଠାରୁ ଆରମ୍ଭକରି ଆଧୁନିକ ହିନ୍ଦୀ ଗୀତ ପର୍ଯ୍ୟନ୍ତ ସବୁ ପ୍ରସ୍ତୁତ କରାଯାଇଛି। ଆମ ଗ୍ରୁପ୍ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ୱ ଦେଇଥାଏ। ଲୋକେ ଯାହା ଡିମାଣ୍ଡ କରିବେ ସେହି ଗୀତ ବୋଲାଯିବ।
ସେହିପରି ସାଗର ସଙ୍ଗମ ଲାଇଭ୍ର ମହମ୍ମଦ ଆବିଦ୍ କହିଛନ୍ତି, ଏଥର ପୂଜା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି। ଗଣେଶ ପୂଜା ପୂର୍ବରୁ ବିଶ୍ୱକର୍ମା ପୂଜା ପଡୁଛି। ସେଥିପାଇଁ ବିଶ୍ୱକର୍ମା ପୂଜାରୁ କାମ ଆରମ୍ଭ ହୋଇଯିବ ା ଏଥର ଯୁବତୀ ଯୁବକ ଅଧିକ ଥିବାରୁ ତାଙ୍କ ପସନ୍ଦକୁ ଗୁରୁତ୍ୱ ଦିଆଯାଇ ନୂଆ ପୁରୁଣା, ହିନ୍ଦୀ ଓଡ଼ିଆ ସବୁ ପ୍ରକାର ଗୀତ ବାଜିବ। ସିନେମା ହଲରେ ଯେଉଁ ଭଳି ସାଉଣ୍ଡ ସିଷ୍ଟମ ଥାଏ, ଲାଇଭ୍ ଶୋ’ରେ ଏଥର ଲୋକଙ୍କୁ ସେଭଳି ମଜା ମିଳିବ। ଏଥର ସ୍ବତନ୍ତ୍ର ଭାବେ ମୁମ୍ବାଇରୁ ସାଉଣ୍ଡ ସିଷ୍ଟମ ଅଣାଯାଉଛି। ଉଚ୍ଚକୋଟୀର କଣ୍ଠଶିଳ୍ପୀ ଓ ମୁମ୍ବାଇ ସାଉଣ୍ଡର ତାଳେ ତଳେ ଦର୍ଶକ ଝୁମିବେ।
Posted inHome, Home Left, ଆମ ଜିଲା ଖବର, କଟକ View All
ପୁଣି ଟ୍ରେନ୍ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...
ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା
ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...
ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ
ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...
ଆର୍ସିବିକୁ ବଡ଼ ଝଟ୍କା, ଏହି କାରଣରୁ ଖେଳିବେ ନାହିଁ…
ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍କୁ...
ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ
ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...
କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…
ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...
ଟିମ୍ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି
ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍ନେସ୍ ଏବଂ ବୟସକୁ ନେଇ ଚାଲିଥିବା...
ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…
ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...
Archives


