କଟକ,୭ା୯(ସୁପ୍ରିୟା ପ୍ରିୟଦର୍ଶିନୀ)ଗଣେଶ ପୂଜାରୁ ଆରମ୍ଭ ହୋଇଯିବ ପାର୍ବଣ ଋତୁ। ନୂଆ ପୁରୁଣା ଗୀତ ସହ ବାଦ୍ୟଯନ୍ତ୍ରର ଧୂମଧଡ଼ାକ ଶୁଣିବାକୁ ମିଳିବ। ଏଥିପାଇଁ ଗାୟିକା ଗାୟକମାନଙ୍କର ଚାହିଦା ଏବେ କାହିଁରେ କେତେ। ଆଉ କିଛି ଦିନ ପରେ ଗଣେଶ ପୂଜା ଥିବାରୁ ଜୋରସୋର ଅଭ୍ୟାସ ଚଳାଇଛନ୍ତି ମେଲୋଡି ପାର୍ଟି। ଦିନରାତି ଏକ କରି ରିହର୍ସାଲରେ ଲାଗିପଡ଼ିଛନ୍ତି କଳାକାର। ସେମାନଙ୍କୁ ଗଣେଶ ପୂଜା ପାଇଁ ବିଭିନ୍ନ ସଙ୍ଗଠନ ଓ ପୂଜା କମିଟି ବୁକିଂ କରିସାରିଛନ୍ତି। ଏହା ପରେ ଦୁର୍ଗାପୂଜା, କାଳୀପୂଜା ଥିବାରୁ ଏବେଠୁ କଳାକାରମାନେ ପ୍ରାକ୍ଟିସ୍ ଚଳାଇଛନ୍ତି। ହର୍ ହର୍ ଶମ୍ଭୁ, ଗୁଆଘିଅ, ଅଳତା ମାଖି, ଝିପିଝିପି ମେଘ, ତେଲୁଗୁ ସୁନ୍ଦରୀ, ସମ୍ବଲପୁରୀ ଭଳି ଅନେକ ଗୀତ ଏଥର ହିଟ୍ ଲିଷ୍ଟରେ ରହିଛି। ଏଥିସହ ସୋସିଆଲ ମିଡିଆରେ ଅଧିକ ଆଦୃତ ହୋଇଥିବା ଗୀତଗୁଡ଼ିକୁ ମଞ୍ଚରେ ପରିବେଷଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଗୀତ ସାଙ୍ଗକୁ ଦମ୍ଦାର୍ ଡ୍ୟାନ୍ସ ପରଫର୍ମାନ୍ସ ମଧ୍ୟ ଦେଖିବାକୁ ମିଳିବ। ଲୋକଙ୍କ ଚାହିଦାକୁ ନଜରରେ ରଖି ସେଲିବ୍ରିଟି କଣ୍ଠଶିଳ୍ପୀଙ୍କୁ ଆଣିବାକୁ ମଧ୍ୟ କିଛି ପାର୍ଟି ବ୍ୟବସ୍ଥା କରୁଛନ୍ତି। ଏଥର ବିଭିନ୍ନ ରିଦିମ୍ ଓ ସାଉଣ୍ଡ ମଧ୍ୟ ନୂଆକରି ଅଣାଯାଇଛି। ପୂଜା ପାର୍ବଣରେ ଲୋକେ ପୂଜା ବୁଲିବା ସହ ମେଲୋଡିର ମଜା ନେଇଥାନ୍ତି। ତେଣୁ ଏଥର ମେଲୋଡିରେ ଭିଡ଼ ଜମିବ ବୋଲି ଆଶା କରାଯାଉଛି।
ଏ ସମ୍ପର୍କରେ ସର୍ଗମ୍ ମେଲୋଡିର ମାଲିକ ଶ୍ୟାମ କୁମାର କହିଛନ୍ତି, ଆମେ ଅଗଷ୍ଟରୁ ଅଭ୍ୟାସ ଆରମ୍ଭ କଲୁଣି। ଗଣେଶ ପୂଜା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ୧୨ ତାରିଖରେ ଅଭ୍ୟାସ ଶେଷ ହେବ। କଳାକାରମାନେ କିଛି ଦିନ ବିଶ୍ରାମ ନେଇ ପୂଜା ଆରମ୍ଭରୁ କାମରେ ଲାଗିଯିବେ ା ସମ୍ବଲପୁରୀଠାରୁ ଆରମ୍ଭକରି ଆଧୁନିକ ହିନ୍ଦୀ ଗୀତ ପର୍ଯ୍ୟନ୍ତ ସବୁ ପ୍ରସ୍ତୁତ କରାଯାଇଛି। ଆମ ଗ୍ରୁପ୍ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ୱ ଦେଇଥାଏ। ଲୋକେ ଯାହା ଡିମାଣ୍ଡ କରିବେ ସେହି ଗୀତ ବୋଲାଯିବ।
ସେହିପରି ସାଗର ସଙ୍ଗମ ଲାଇଭ୍ର ମହମ୍ମଦ ଆବିଦ୍ କହିଛନ୍ତି, ଏଥର ପୂଜା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି। ଗଣେଶ ପୂଜା ପୂର୍ବରୁ ବିଶ୍ୱକର୍ମା ପୂଜା ପଡୁଛି। ସେଥିପାଇଁ ବିଶ୍ୱକର୍ମା ପୂଜାରୁ କାମ ଆରମ୍ଭ ହୋଇଯିବ ା ଏଥର ଯୁବତୀ ଯୁବକ ଅଧିକ ଥିବାରୁ ତାଙ୍କ ପସନ୍ଦକୁ ଗୁରୁତ୍ୱ ଦିଆଯାଇ ନୂଆ ପୁରୁଣା, ହିନ୍ଦୀ ଓଡ଼ିଆ ସବୁ ପ୍ରକାର ଗୀତ ବାଜିବ। ସିନେମା ହଲରେ ଯେଉଁ ଭଳି ସାଉଣ୍ଡ ସିଷ୍ଟମ ଥାଏ, ଲାଇଭ୍ ଶୋ’ରେ ଏଥର ଲୋକଙ୍କୁ ସେଭଳି ମଜା ମିଳିବ। ଏଥର ସ୍ବତନ୍ତ୍ର ଭାବେ ମୁମ୍ବାଇରୁ ସାଉଣ୍ଡ ସିଷ୍ଟମ ଅଣାଯାଉଛି। ଉଚ୍ଚକୋଟୀର କଣ୍ଠଶିଳ୍ପୀ ଓ ମୁମ୍ବାଇ ସାଉଣ୍ଡର ତାଳେ ତଳେ ଦର୍ଶକ ଝୁମିବେ।
Posted inHome, Home Left, ଆମ ଜିଲା ଖବର, କଟକ View All
ରେଳ ଲାଇନ୍ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…
ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…
ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…
ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍. ଉଦୟଗିରି ଥାନା…
IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍ଦାର ବିଜୟ ଦେଲେ ସମୀର ରିଜଭୀ…
ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…
ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…
ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…
ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…
ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍। ମଙ୍ଗଳବାର ଅପରାହ୍ନ ପ୍ରାୟ…
ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’
ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
Archives

