Posted inଖେଳ

ଦୁଲୀପ୍‌ ଟ୍ରଫି: ସେମିରେ ଉତ୍ତରାଞ୍ଚଳ, ପଶ୍ଚିମାଞ୍ଚଳ

ଚେନ୍ନାଇ/ ପୁଡୁଚେରୀ, ୧୨ା୯ (ପିଟି) : ଦୁଲୀପ୍‌ ଟ୍ରଫିର ସେମି ଫାଇନାଲରେ ଉତ୍ତରାଞ୍ଚଳ ଓ ପଶ୍ଚିମାଞ୍ଚଳ ଜୋନ୍‌। ଚେନ୍ନାଇରେ ପଶ୍ଚିମାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳ ମଧ୍ୟରେ ମ୍ୟାଚ ଖେଳାଯାଇଥିବା ବେଳେ ପୁଡୁଚେରୀରେ ଉତ୍ତରାଞ୍ଚଳ ଓ ପୂର୍ବାଞ୍ଚଳ ମ୍ୟାଚ ଖେଳା ଯାଇଥିଲା। ଅଜିଙ୍କ୍ୟ ରାହାଣେଙ୍କ ପଶ୍ଚିମାଞ୍ଚଳ ଓ ମନଦୀପ୍‌ ସିଂଙ୍କ ଉତ୍ତରାଞ୍ଚଳ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ସେମିରେ ପ୍ରବେଶ କରିଛନ୍ତି। ପ୍ରଥମ ଦିନଟି ବର୍ଷା ବାଧାପ୍ରାପ୍ତ ହୋଇଥିବା ବେଳେ ପ୍ରଥମ ଇନିଂସରେ ପଶ୍ଚିମାଞ୍ଚଳ ସଂଗ୍ରହ କରିଥିଲା ୨ ଉଇକେଟରେ ୫୯୦ ରନ୍‌ । ଅଜିଙ୍କ୍ୟ ରାହାନେ (୨୦୭*) ଓ ଯଶସ୍ବୀ ଜୟସ୍ବାଲ (୨୨୮) ରନ କରିଥିବା ବେଳେ ପୃଥ୍ବୀ ଶ’ ୧୧୩ ରନ କରିଥିଲେ। ଜବାବରେ ଅଙ୍କୁର ମଲିକଙ୍କ୮୧ ରନ ସହିତ ଉତ୍ତର ପୂର୍ବାଞ୍ଚଳ ଜୋନ ମାତ୍ର ୨୩୫ ରନରେ ଅଲଆଉଟ ହୋଇଥିଲା। ଫଲୋଅନ୍‌ ଦେବା ବଦଳରେ ନିଜର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ ରାହାନେ। ଦ୍ୱିତୀୟ ଇନିଂସରେ ଅତୀତ ସେଠ ଅପରାଜିତ ୧୦୨ ରନ କରିଥିବା ବେଳେ ସାମ୍ସ ମୁଲାନୀ ୯୭ ରନ କରିଥିଲେ। ପଶ୍ଚିମାଞ୍ଚଳ ୫ ଉଇକେଟ ବିନିମୟରେ ୨୬୮ ରନ କରିଥିବା ବେଳେ ମ୍ୟାଚକୁ ଅମୀମାଂସିତ ଘୋଷଣା କରାଯାଇଥିଲା। ମୁଲାନୀ ଓ ସେଠଙ୍କ ମଧ୍ୟରେ ୧୭୯ ରନର ଭାଗୀଦାରି ହୋଇଥିଲା।

ସେହିପରି ପୁଡୁଚେରୀରେ ଖେଳା ଯାଇଥିବା ଉତ୍ତରାଞ୍ଚଳ ଓ ପୂର୍ବାଞ୍ଚଳ ମ୍ୟାଚରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ସେମିରେ ପ୍ରବେଶ କରିଛି ମନଦୀପ ସିଂଙ୍କ ଦଳ। ପ୍ରଥମ ଇନିଂସରେ ବିରାଟ ସିଂଙ୍କ ୧୧୭ ରନ ବଳରେ ପୂର୍ବାଞ୍ଚଳ ୩୯୭ ରନ କରିଥିଲା। ୧୯ ବର୍ଷରୁ କମ୍‌ ବିଶ୍ୱକପ ବିଜୟୀ ଦଳର ଅଧିନାୟକ ୟଶ ଧୂଲଙ୍କ ୧୯୩ ରନ୍‌ ବଳରେ ପ୍ରଥମ ଇନିଂସରେ ୫୪୫ ରନ୍‌ କରିଥିଲା ଉତ୍ତରାଞ୍ଚଳ। ଅନ୍ୟ ମାନଙ୍କ ମଧ୍ୟରେ ଧ୍ରୁବ ସୋରେ ୮୧,ମନଦୀପ୍‌ ସିଂ ୬୩ ଓ ହିଂମାଶୁ ରାଣା ୬୨ ରନ କରିଥିଲେ। ପୂର୍ବାଞ୍ଚଳ ପକ୍ଷରୁ ଶାହବାଜ ଅହମଦ ୮୬ ରନରେ ୫ଟି ସଫଳତା ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାହବାଜ ନଦୀମ୍‌ ଦୁଇଟି ଉଇକେଟ ନେଇଥିଲେ।୧୪୮ ରନରେ ପଛୁଆ ରହିବା ପରେ ପୂର୍ବାଞ୍ଚଳ ୪ର୍ଥ ଦିନର ଖେଳ ଶେଷ ହେବା ବେଳକୁ ୩ ଉଇକେଟ ହରାଇ ୧୦୨ ରନ୍‌ କରିଥିଲା। ଉଇକେଟ କିପର ଅଭିଷେକ ପୋରେଲ୍‌ ଅପରାଜିତ ୫୦ ରନ୍‌ କରିଥିବା ବେଳେ ମ୍ୟାଚ ଡ୍ର ଘୋଷଣା କରାଯାଇଥିଲା। ନବଦୀପ ସାଇନି, ଜଗଜିତ ସିଂ ଓ ପୁଲକିତ ନାରଙ୍ଗ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri