Posted inଜାତୀୟ

ଘନ କୁହୁଡ଼ି ଯୋଗୁ ବାଟ ନ ପାଇ ୬୦୦ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇ ଡଙ୍ଗା ମଝି ସମୁଦ୍ରରେ ଅଟକିଲା…

କୋଲକାତା,୧୬।୧ : ରବିବାର ରାତିରେ ଗଙ୍ଗାସାଗରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ଡଙ୍ଗା ମଝି ସମୁଦ୍ରରେ ଫସି ରହିଥିଲା। ସୂଚନା ଅନୁଯାୟୀ, ଏଥିରେ ୫୦୦ରୁ ୬୦୦ ତୀର୍ଥଯାତ୍ରୀ ଥିଲେ। ଅଟକି ରହିଥିବା ଯାତ୍ରୀଙ୍କ ବିଷୟରେ ସୂଚନା ପାଇବା ପରେ ରାଜ୍ୟ ପ୍ରଶାସନ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

ଗଙ୍ଗାସାଗରରେ ଫସି ରହିଥିବା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଇଣ୍ଡିଆନ କୋଷ୍ଟଗାର୍ଡ ହୋଭରକ୍ରାଫ୍ଟ ନିୟୋଜିତ କରାଯାଇ ସେମାନଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇଛି। ଘନ କୁହୁଡ଼ି ଯୋଗୁ ବାଟ ନ ପାଇ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇ ଡଙ୍ଗା ମଝି ସମୁଦ୍ରରେ ଅଟକି ରହିଥିଲା।

ପ୍ରତିବର୍ଷ ଗଙ୍ଗାସାଗରରେ ’ମକର ସଂକ୍ରାନ୍ତି’ ଅବସରରେ ଏକ ମେଳା ଆୟୋଜିତ ହୋଇଥାଏ। ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ବୁଡ଼ ପକାଇବାକୁ ଆସିଥାନ୍ତି। ମେଳା ଦାୟିତ୍ୱରେ ଥିବା ପଶ୍ଚିମବଙ୍ଗର ଶକ୍ତି ଏବଂ କ୍ରୀଡା ମନ୍ତ୍ରୀ ଅରୁପ ବିଶ୍ୱାସ କହିଛନ୍ତି ଯେ ଜାନୁୟାରୀ ୧୪ ତାରିଖରୁ ପ୍ରାୟ ୪୦ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗାସାଗର ମେଲାକୁ ଆସିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ଘରକୁ ଫେରିଛନ୍ତି।
ସେ କହିଛନ୍ତି ଯେ ଶନିବାର ସନ୍ଧ୍ୟା ୬ଟା ୫୩ରେ ମକର ସଂକ୍ରାନ୍ତି ସ୍ନାନ ଆରମ୍ଭ ହୋଇଥିଲା। ପ୍ରବଳ ଥଣ୍ଡା ସତ୍ତ୍ୱେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇ କପିଲ ମୁନି ଆଶ୍ରମ ପରିଦର୍ଶନ କରିଥିଲେ।

ଏହି ମେଳାରେ ଶନିବାର ଦୁଇଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ସେମାନେ ହେଉଛନ୍ତି ଓଡିଶାର ବାସିନ୍ଦା ୭୨ ବର୍ଷ ବୟସ୍କ ପ୍ରତାପ ଚନ୍ଦ୍ର ଗିରି ଏବଂ ବିହାରର ୭୩ ବର୍ଷ ବୟସ୍କା ବାୟୋଲା ଦେବୀ ବୋଲି ଜଣା ପଡିଛି।

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଏପର୍ଯ୍ୟନ୍ତ ୩୫୦୦ ଶ୍ରଦ୍ଧାଳୁ ‘ଇ-ସ୍ନାନ’ ସେବାର ଲାଭ ନେଇଛନ୍ତି, ଯେଉଁଥିରେ ଗଙ୍ଗାସାଗରରୁ ପବିତ୍ର ଜଳ ଅନଲାଇନରେ ଅର୍ଡର କରିବା ପରେ ତାହା ଲୋକ ଘରେ ପହଞ୍ଚିଥାଏ। ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଗଙ୍ଗାସାଗର ମେଳା ସମୟରେ ଇ-ଦର୍ଶନ ମାଧ୍ୟମରେ ପ୍ରାୟ ୬୦ ଲକ୍ଷ ଶ୍ରଦ୍ଧାଳୁ କପିଲ ମୁନି ଆଶ୍ରମ ପରିଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri