Posted inଖେଳ

ଏହି ୪ଖେଳାଳିଙ୍କ ଯୋଗୁଁ ଶିଖର ଧାୱନ ନେଲେ ସନ୍ୟାସ! ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: ଏକ ସମୟ ଥିଲା ଯେତେବେଳେ ରୋହିତ ଶର୍ମା ଏବଂ ଶିଖର ଧାୱନଙ୍କ ଯୋଡି ଦୁନିଆର ସର୍ବୋତ୍ତମ ଓପନିଂ ଯୋଡି ମଧ୍ୟରେ ଗଣାଯାଇଥିଲା। ଏହି ଯୋଡି ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲିଙ୍କ ଯୋଡିକୁ ମନେ ପକାଇ ଦେଉଥିଲା। ତେବେ ରୋହିତ-ଶିଖରଙ୍କ ଯୋଡି ସେମାନଙ୍କର ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। କିନ୍ତୁ ଶନିବାର ଏପରି ଏକ ସମୟ ଥିଲା ଯେଉଁଦିନ ଧାୱନ ଏକ ଭିଡିଓ ପୋଷ୍ଟ କରି ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ଅବସର ନେଇଛନ୍ତି।

ଧାୱନଙ୍କ ପାଇଁ ଟିମ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ଅନେକ ଉପାୟରେ କଷ୍ଟସାଧ୍ୟ ଥିଲା, କିମ୍ବା କୁହାଯାଇପାରେ ଏହା ଅସମ୍ଭବ ଥିଲା। ତାଙ୍କର ପ୍ରଦର୍ଶନରେ ସ୍ଥିରତା ବଜାୟ ରଖିବାରେ ଅସମର୍ଥତା ହେତୁ ଧାୱନ ଦଳଠାରୁ ଦୂରରେ ଥିଲେ। ଏହା ପରେ, ତାଙ୍କ ସ୍ଥାନରେ ଆସିଥିବା ଖେଳାଳିମାନେ ନିଜକୁ ଏପରି ଭାବରେ ପ୍ରତିଷ୍ଠିତ କଲେ ଯେ ଧାୱନ ଫେରିବା କଷ୍ଟକର ହୋଇପଡିଲା। ଏଭଳି ପରିସ୍ଥିତିରେ ପୁଣିଥରେ ଟିମ ଇଣ୍ଡିଆ ପାଇଁ ଖେଳିବାର ଧାୱନଙ୍କ ସ୍ବପ୍ନ ସାକାର ହୋଇପାରିଲା ନାହିଁ ଏବଂ ବୋଧହୁଏ ସେଥିପାଇଁ ସେ ଅବସର ନେଇଥଲେ।

ଧାୱନ ଦଳ ଛାଡିବା ପରେ ଶୁବମାନ ଗିଲ ତାଙ୍କ ସ୍ଥାନ ନେଇଥିଲେ ବୋଲି କୁହାଯାଏ। ତାଙ୍କ ବ୍ୟାଟିଂରେ ଗିଲ ଏପରି ପ୍ରଭାବ ପକାଇଥିଲେ ଯେ ତାଙ୍କୁ ଦଳର ଭବିଷ୍ୟତ କୁହାଯିବା ଆରମ୍ଭ ହୋଇଥିଲା। ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ତାଙ୍କୁ ODI ଏବଂ T20 ରେ ଟିମ ଇଣ୍ଡିଆର ଉପ-ଅଧିନାୟକ କରାଇଥିଲେ, ଯାହା ଦର୍ଶାଏ ଯେ ଗିଲଙ୍କୁ ପରବର୍ତ୍ତୀ ଅଧିନାୟକ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହାର ଅର୍ଥ ଗିଲ ଏକ ଓପନର୍‌ ଭାବେ ଦେଖାଯାଥିଲା।

ବ୍ୟାକଅପ ଭାବରେ ରିତୁରାଜ ଗାଇକୱାଡଙ୍କ ବିକଳ୍ପ ରହିଛି, ଯିଏ ଟେଷ୍ଟରେ ରୋହିତଙ୍କୁ ବଦଳାଇବାକୁ ନିଶ୍ଚିତ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି। ଅଭିଷେକ ଶର୍ମା ମଧ୍ୟ ଆଇପିଏଲରେ ଏବଂ ନିକଟରେ ଜିମ୍ବାୱେ ଗସ୍ତରେ ଭଲ ପ୍ରଦର୍ଶନ କରିଛନ୍ତି। ଏହାର ଅର୍ଥ ଯଦି ରୋହିତଙ୍କୁ ହଟାଇ ଦିଆଯାଏ, ତେବେ ଭାରତରେ ଗିଲ, ଅଭିଷେକ ଏବଂ ଗାଇକୱାଡଙ୍କ ଭଳି ବିକଳ୍ପ ରହିଛି, ଯାହାଙ୍କ କୌଶଳ, ଆକ୍ରମଣ ଆଭିମୁଖ୍ୟ ଏବଂ ବୟସ ରହିଛି। ଏହି କାରଣରୁ ଧାୱନଙ୍କ ଟିମ ଇଣ୍ଡିଆକୁ ଫେରିବା ଅସମ୍ଭବ ହୋଇପଡିଛି।

ଧାୱନଙ୍କର ଏକ ଚମତ୍କାର କ୍ୟାରିଅର୍‌ ରହିଛି। ସେ ୨୦୧୦ରେ ଭାରତ ପାଇଁ ଡେବ୍ୟୁ ମ୍ୟାଚ ଖେଳିଥିଲେ ଯାହା ଏକ ODI ଥିଲା । ୨୦୧୩ରେ ସେ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରି ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଶତକ ହାସଲ କରିଥିଲେ। ଧାୱନ ଭାରତ ପାଇଁ ମୋଟ ୩୪ ଟେଷ୍ଟ ମ୍ୟାଚ ଖେଳିଥିଲେ ଯେଉଁଥିରେ ସେ ହାରାହାରି ୪୦.୬୧ ରେ ୨୩୧୫ରନ ସ୍କୋର କରିଥିଲେ। ଟେଷ୍ଟରେ ତାଙ୍କ ନାମରେ ସାତ ଶତକ ଏବଂ ପାଞ୍ଚ ଅର୍ଦ୍ଧ ଶତକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ସୁଆମ ଛକ

ପାଟଣା,୧୪।୪(ବୀର କିଶୋର ଦାଶ): ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତିରେ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଛକ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଇବାକୁ ମିଳିଥିଲା।…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ଲୋକ ସଭାରେ ରହିବେ ୮୫୦ ଏମପି; କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୧୪।୪: ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (ମହିଳା ସଶକ୍ତିକରଣ ଆଇନ) କାର୍ଯ୍ୟକାରୀ କରିବା ପାଇଁ ସରକାର ଏପ୍ରିଲ ୧୬ ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ସଂସଦର ଏକ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri