ସେତୁ ପାଲଟିଛି ମାଛ ମାର୍କେଟ

ଯାଜପୁର ଟାଉନ,୨୭ା୧୦(ଡି.ଏନ.ଏ.): ଏବେ ଯାଜପୁରଟାଉନର ସବୁଠାରୁ ବଡ଼ମାଛ ମାର୍କେଟ ହେଉଛି ଗାନ୍ଧୀଛକ ନିକଟସ୍ଥ କିଲ୍ଲାଘାଟ ସେତୁ। ଏ ସେତୁଟି ଉପରେ ଭଦ୍ରକ ଜିଲା ସମେତ ପଣସା ପଞ୍ଚାୟତବାସୀ ନିର୍ଭର କରିଥାନ୍ତି। ଏବେ ସହର ଏହି ଅଞ୍ଚଳକୁ ବ୍ୟାପ୍ତ ହେଉଛି। ବହୁ ସରକାରୀ ଅଧିକାରୀମାନେ ସେତୁ ଆରପଟ ସଦର ବ୍ଲକ ଅଧୀନ ପଣସା ପଞ୍ଚାୟତର ମୋଟରଙ୍ଗାପାଳ, ବିନ୍ଧାଣ ଆଦି ସ୍ଥାନରେ ଘରଭଡ଼ା ନେଇ ରହୁଛନ୍ତି। ଭଦ୍ରକରୁ ଯାଜପୁରଟାଉନ ରାସ୍ତାର ଦୂରତା କମ୍‌ ପଡୁଥିବାରୁ ଏହି ରାସ୍ତା ଦେଇ ଅନେକ ପର୍ଯ୍ୟଟକ ଓ ଉଭୟ ଜିଲା ବାସିନ୍ଦା ଯାତାୟାତ କରିଥାନ୍ତି। ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ଏବଂ ବାଲି ବୋଝେଇ ଗାଡି ଗୁଡିକ ରାସ୍ତା ଦେଇ ଭଦ୍ରକ ଜିଲାକୁ ଯାଇଥାଏ। କିନ୍ତୁ ବିଡ଼ମ୍ବନାର ବିଷୟ ହେଲା ଏଠାର ପ୍ରାୟ ୩୦ଜଣ ମାଛ ବ୍ୟବସାୟୀଙ୍କୁ ପୌର ପ୍ରଶାସନ କି ପଞ୍ଚାୟତ ପ୍ରଶାସନ ଅବା ନିୟନ୍ତ୍ରିତ ବଜାର କମିଟି କେଉଁଠାରେ ମଧ୍ୟ ଥଇଥାନ କଲେନାହିଁ। ଫଳରେ ସେମାନେ କେତେବେଳେ ବୈତରଣୀ ବନ୍ଧ ଉପରେ ତ ଆଉ କେତେବେଳେ କିଆନାଳୀ ଡକ ଉପରେ। ପୁଣି କେତେବେଳେ ମୋଟରଙ୍ଗାପାଳ ଗାଁର ଖାଲୁଆ ସ୍ଥାନରେ ତ ଆଉ କେତେବେଳେ ବାଳାଶ୍ରମ ପଡିଆରେ। ପୁଣି କେତେବେଳେ ଗାନ୍ଧୀଛକ ରାସ୍ତାରେ। ବର୍ଷ ବର୍ଷ ଧରି ମାଛ ଦୋକାନୀମାନେ ଏଠି ସେଠୀ ହୋଇ ବଡ ହୀନସ୍ତା ହେଉଛନ୍ତି। ଏଥିପୂର୍ବରୁ ରାସ୍ତା ସମ୍ପ୍ରସାରଣ ପାଇଁ ସେମାନଙ୍କୁ ମୋଟରଙ୍ଗାପାଳ ମୌଜା ନିକଟରେ ଏକ ସ୍ଥାନ ଦେଖାଇ ଦିଆଯାଇଥିବା ବେଳେ ସେଠାରେ ବନ୍ୟା ପାଣି ପଶିବା ଓ ବର୍ଷା ଯୋଗୁ କାଦୁଅ ନସର ପସର ହେବା ଯୋଗୁ ସେମାନେ ବାଧ୍ୟହୋଇ ଯାଜପୁର-ଭଦ୍ରକ ରାସ୍ତାର କିଲାଘାଟ ସେତୁ ଉପରେ ବଶୁଛନ୍ତି। ବୁଧବାର, ଶୁକ୍ରବାର, ରବିବାରରେ ଏରାସ୍ତାରେ ଯିବା ଅସମ୍ଭବ ହୋଇପଡିଥାଏ। ମାଛ କିଣିବା ପାଇଁ ଗ୍ରାହକମାନେ ସେତୁର ୭୫ ଭାଗ ଅଞ୍ଚଳରେ ଗାଡି ପାର୍କିଂ କରିବା ଯୋଗୁ ଯାତାୟାତ ସମସ୍ୟା ହୋଇଥାଏ। ପ୍ରତିଦିନ ବଡ ବଡ ଗାଡି ଯାତାୟାତ କରିବା ଯୋଗୁ ଅଞ୍ଚଳବାସୀ ଓ ଆମ୍ବୁଲାନ୍ସ ବଡ ହଇରାଣ ହେଉଛନ୍ତି। କଲିକତା ଏବଂ ଅନ୍ୟଆଡୁ ବିରଜାମନ୍ଦିର ଆସୁଥିବା ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ ପ୍ରଶାସନ ଶୀଘ୍ର ପଦକ୍ଷେପ ଗ୍ରହଣ ପୂର୍ବକ ମାଛ, ମାଂସ ଓ ଚିକେନ ବ୍ୟବସାୟୀଙ୍କ ପାଇଁ ସ୍ବତନ୍ତ୍ର ନିତିଦିନିଆ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri