ପୋଲିସ ଅପାରଗତାରୁ ଗୋଷ୍ଠୀ ସଂଘର୍ଷ

ଚଣ୍ଡିଖୋଲ,୮।୩(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗ୍ରାମରେ ଶନିବାର ସନ୍ଧ୍ୟାରେ ସଂଗଠିିତ ଗୋଷ୍ଠୀ ସଂଘର୍ଷ ଓ ପୋଲିସ ଗାଡ଼ି ପୋଡ଼ି ଘଟଣାରେ ରବିବାର ୧୯ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ଥାନାରେ ୩୦୦ଜଣଙ୍କ ନାମରେ ପୃଥକ୍‌ ଭାବେ ୨ ମାମଲା ରୁଜୁ କରାଯାଇଛି। ବିଜେଡିର ଦୁଇ ଗୋଷ୍ଠୀ ନିଜ ରାଜନୈତିକ ପତିଆରା ଦେଖାଇବା ପାଇଁ ଏହି ଗଣ୍ଡଗୋଳ ସୃଷ୍ଟି କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ରବିବାର ପୂର୍ବାହ୍ନରେ ପୋଲିସ ଡିଆଇଜି ଜୟନାରାୟଣ ପଙ୍କଜ ଓ ଯାଜପୁର ଏସ୍‌ପି ରାହୁଲ ପି.ଆର. ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବଡ଼ଚଣା ବ୍ଲକ ବିକ୍ରମତିରଣ ପଞ୍ଚାୟତର ସରପଞ୍ଚ ଜ୍ୟୋତ୍ସ୍ନାମୟୀ ନାୟକଙ୍କ ଭାଇ ଅନନ୍ତ ନାରାୟଣ ଧଳ ଓ ଭରତପୁର ସରପଞ୍ଚ ସରସ୍ବତୀ ବେହେରାଙ୍କ ସ୍ବାମୀ ତଥା ଶିକ୍ଷକ ବସନ୍ତରାଜ ସାମଲ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପୋଲିସ ଚାହଁିଥିଲେ ଘଟଣାକୁ ଏଡ଼ାଇ ପାରିଥାଆନ୍ତା। ପୋଲିସର ଅପାରଗତା ପାଇଁ ଏପରି ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ଗ୍ରାମବାସୀ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଭରତପୁର ପଞ୍ଚାୟତ ପଣସୁଧା ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ୭ ଦିନ ହେବ ଉତ୍ତେଜନା ଲାଗି ରହିଥିଲା। ଏନେଇ ବାଲିଚନ୍ଦ୍ରପୁର ଥାନାରେ ଘଟଣାଦିନ ସକାଳେ ସାମଲଙ୍କ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଥିଲା। ପୋଲିସ ତାହାକୁ ହାଲୁକା ଭାବେ ଗ୍ରହଣ କରି ଠୋସ୍‌ ପଦକ୍ଷେପ ଗ୍ରହଣ କରି ନ ଥିଲା। ଫଳରେ ସେହିଦିନ ରାତିରେ ଗୋଷ୍ଠୀ ସଂଘର୍ଷ ବ୍ୟାପକ ହେଲା ବୋଲି ଗ୍ରାମବାସୀ କହିଛନ୍ତି। ତେବେ ଏକ ଫୋନ୍‌ କଲ୍‌କୁ ନେଇ ଦୁଇ ଗୋଷ୍ଠୀ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ପଞ୍ଚୁପାଣ୍ଡବ ଛକରେ ମୁହଁାମୁହଁି ପରିସ୍ଥିତି ସୃଷ୍ଟିି ହୋଇଥିଲା। ଘଟଣାସ୍ଥଳଟି ଡେରାବିଶ ଥାନା ଅଞ୍ଚଳ ହୋଇଥିବାରୁ ଡେରାବିଶ ପୋଲିସ ଓ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଏହାପରେ ସନ୍ଧ୍ୟା ସମୟରେ ପଣସୁଧାରେ ମାତ୍ର ୨ ସେକ୍ସନ ଫୋର୍ସ ଦୁଇ ଗାଡ଼ିରେ ଯାଇ ଗ୍ରାମରେ ମୁତୟନ ହୋଇଥିଲେ। ଏହି ସମୟରେ ଗୋଟିଏ ଗୋଷ୍ଠୀର ୫୦ରୁ ୬୦ ଜଣ ବାଇକରେ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଥିଲେ। ଶୋଭାଯାତ୍ରାକୁ ମୁତୟନ ପୋଲିସ ଫୋର୍ସ ବାରଣ କରି ନ ଥିଲା। ଅନେକ ବିକଳ୍ପ ରହିଥିଲେ ମଧ୍ୟ ପୋଲିସ ନୀରବଦ୍ରଷ୍ଟା ସାଜିଥିଲା ବୋଲି ଅନ୍ୟ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଛି। ସ୍ଥାନୀୟ ବ୍ୟବସାୟୀ ଓ ପ୍ରତ୍ୟକ୍ଷଦର୍ଶୀମାନେ ମଧ୍ୟ ଏହାକୁ ସ୍ବିକାର କରିଛନ୍ତି। ଏହି ଶୋଭାଯାତ୍ରାକାରୀମାନେ ପୋଲିସ ଉପସ୍ଥିତିରେ ଅନ୍ୟଗୋଷ୍ଠୀର ଜଣେ ଲୋକକୁ ନିସ୍ତୁକ ମାଡ଼ ମାରିଥିଲେ। ଏହା ପରେ ସେମାନେ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ। ପୋଲିସ ଉପସ୍ଥିତିରେ ମାଡ଼ ମରାଯାଇଥିବାରୁ ଅନ୍ୟ ଗୋଷ୍ଠୀର ସମର୍ଥକମାନେ ଉତ୍ତ୍ୟକ୍ତ ହୋଇ ପୋଲିସ ଉପରକୁ ଟେକା ପଥର ମାଡ କରିବା ସହ ୨ ପୋଲିସ ଭ୍ୟାନକୁ ଜାଳି ଦେଇଥିଲେ। ତେବେ ପୋଲିସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଏସ୍‌ଆଇ ମନୋଜ ପଣ୍ଡା କହିଛନ୍ତି, ସେମାନେ ମାରଣାସ୍ତ୍ର ସହିତ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଆସିଥିଲେ, ଯାହା ତାଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଶନିବାର ଘଟଣାକୁ ନେଇ ଗୋଟିଏ ଗୋଷ୍ଠୀ ପକ୍ଷରୁ ରେଖା ସେଠୀଙ୍କ ଅଭିଯୋଗକ୍ରମେ ୭୩/୨୧ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଏସ୍‌ଆଇ ମନୋଜ ପଣ୍ଡାଙ୍କ ଏତଲା କ୍ରମେ ୭୪/୨୧ନମ୍ବରରେ ଅନ୍ୟ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗିରଫଦାରି ଭୟରେ ସମ୍ପୂର୍ଣ୍ଣ ଗଁା ପୁରୁଷଶୂନ୍ୟ ହୋଇଯାଇଥିବାବେଳେ ଗ୍ରାମରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଭରତପୁର ସରପଞ୍ଚ ସରସ୍ବତୀ ବେହେରା କୁହନ୍ତି, ଅନନ୍ତ ନାରାୟଣ ଧଳଙ୍କ ବିକ୍ରମତିରଣ ପଞ୍ଚାୟତ ହୋଇଥିବା ବେଳେ ସେ ବାରମ୍ବାର ଭରତପୁର ପଞ୍ଚାୟତର ବିଭିନ୍ନ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରି ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି। ପୂର୍ବରୁ ସେ ଜାତୀୟ ରାଜପଥକୁ ଗୋଟିଏ ଦିନ ଅବରୋଧ କରିବା ସହିତ ୭ ଦିନ ପାଇଁ ବାଲିଚନ୍ଦ୍ରପୁରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କକୁ ଜୋର ଜବରଦସ୍ତ ତାଲା ପକାଇ ଅଚଳ କରିଥିଲେ। ପ୍ରତ୍ୟେକ ସ୍ଥାନରେ ନିଜର ବାହୁବଳ ଦେଖାଇ ଆଇନକୁ ହାତକୁ ନେଉଛନ୍ତି। ସେହିଭଳି ବିକ୍ରମତିରଣ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ନାୟକ କୁହନ୍ତି, ଭରତପୁର ସରପଞ୍ଚଙ୍କ ସ୍ବାମୀ ଜଣେ ଶିକ୍ଷକ ହୋଇଥିବାବେଳେ ସେ ବିଭିନ୍ନ ସମୟରେ ଗୁଣ୍ଡାରାଜ କରି କ୍ଷମତା ଜାହିର କରିବାକୁ ଚେଷ୍ଟା କରୁଛନ୍ତି। ଯାଜପୁର ଏସ୍‌ପି ରାହୁଲ ପି.ଆର. କହିଛନ୍ତି, ଗଣ୍ଡଗୋଳ ଘଟଣାରେ ଦୁଇ ଗୋଷ୍ଠୀର ଶତାଧିକ ଲୋକ ସମ୍ପୃକ୍ତ ରହିଛନ୍ତି। ତଦନ୍ତକୁ ତ୍ୱରାନ୍ବିତ କରାଯାଇଥିବାବେଳେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri