Categories: ରାଜ୍ୟ

ଏ ବର୍ଷ ବି ହୋଲି ଖେଳ ଉପରେ କଟକଣା

ଭୁବନେଶ୍ୱର,୧୯।୩: ଗତ ଥର ଭଳି ଏ ବର୍ଷ ମଧ୍ୟ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି)। ଘରେ ରହି ପରିବାର ସହ ହୋଲି ଖେଳିବାକୁ ସେ ଦେଇଛନ୍ତି ପରାମର୍ଶ।

ମନ୍ଦିରରେ ନୀତିକାନ୍ତି ଓ ପୂଜାର୍ଚ୍ଚନା କରାଯିବ। ସ୍ଥାନୀୟ ପ୍ରଶାସନ ଚାହିଁଲେ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇ ପାରିବେ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି।

କଟକ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଜାରି କରାଯାଇଛି ଗାଇଡ୍‌ଲାଇନ। କୋଭିଡ୍‌ କଟକଣାରେ ଦୋଳ ଓ ମେଳଣ ପାଳନ କରାଯିବ। ଦୋଳ ମେଳଣରେ ୨୦୦ରୁ ଅଧିକ ଲୋକେ ଏକତ୍ରିତ ହୋଇପାରିବେ ନାହିଁ। ପ୍ରତି ବିମାନ ସହ ବ୍ରାହ୍ମଣ, ଘଣ୍ଟୁଆଙ୍କୁ ମିଶାଇ ସର୍ବାଧିକ ୧୦ ଜଣଙ୍କୁ ରହିବାକୁ ଅନୁମତି ମିଳିବ। ଏହାସହ ସାହି ମେଳଣ ବେଳେ ଶୋଭାଯାତ୍ରା, ଲାଇଟ୍‌ ଓ ଜନଗହଳି ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି।