ଇନଷ୍ଟାଗ୍ରାମରେ ଛାଡପତ୍ର ଘୋଷଣା ର‍୍ୟାପରଙ୍କୁ ବିବାହ କଲେ ଦୁବାଇ ରାଜକୁମାରୀ

ନୂଆଦିଲ୍ଲୀ,୨୮ା୮: ଦୁବାଇର ଶାସକ ତଥା ସଂଯୁକ୍ତ ଆରବ ଏମିରେଟସ୍‌ର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରାଶିଦ ଆଲ ମାକତୁମଙ୍କ ଝିଅ ଶେଖା ମାହରା ମହମ୍ମଦ ରାଶିଦ ଆଲ ମାକତୁମ ର‍୍ୟାପର ଫ୍ରେଞ୍ଚ ମଣ୍ଟାନାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ୩୧ ବର୍ଷୀୟ ରାଜକୁମାରୀ ଓ ୪୦ ବର୍ଷୀୟ ର‍୍ୟାପରଙ୍କ ସମ୍ପର୍କ ଗତ ଜୁନ୍‌ ମାସରେ ପ୍ୟାରିସ୍‌ ଫ୍ୟାଶନ ୱିକ୍‌ରେ ଔପଚାରିକ ରୂପ ନେଇଥିଲା ବୋଲି ମଣ୍ଟାନାଙ୍କ ପ୍ରତିନିଧି ଟିଏମ୍‌ଜେଡ୍‌କୁ ନିଶ୍ଚିତ କରିଛନ୍ତି।

୨୦୨୪ ଶେଷ ଭାଗରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହୋଇଥିଲା, ଯେତେବେଳେ ଶେଖା ମାହରା ମଣ୍ଟାନାଙ୍କୁ ଦୁବାଇରେ ବୁଲାଇ ନେଇଥିଲେ ଓ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ। ଏହାପରେ ଉଭୟେ ଦୁବାଇ ଓ ମରୋକ୍କୋରେ ଏକାଠି ଦେଖାଯାଇଥିଲେ, ଯେଉଁଠାରେ ସେମାନେ ଉଚ୍ଚମାନର ରେଷ୍ଟୁରାଣ୍ଟରେ ସାଥିରେ ଖାଇବା, ମସଜିଦ ପରିଦର୍ଶନ ଓ ପ୍ୟାରିସ୍‌ର ପୋଣ୍ଟ ଡେସ୍‌ ଆର୍ଟସ୍‌ ବ୍ରିଜ୍‌ରେ ବୁଲୁଥିବାର ଦେଖାଯାଇଥିଲା। ଚଳିତ ବର୍ଷ ପ୍ୟାରିସ୍‌ର ଫ୍ୟାଶନ ଇଭେଣ୍ଟରେ ହାତ ଧରାଧରି ହୋଇ ଉଭୟଙ୍କ ସମ୍ପର୍କ ସାର୍ବଜନୀନ ହୋଇଥିଲା।

ଏହା ପୂର୍ବରୁ ଶେଖା ମାହରାଙ୍କର ଶେଖ ମାନା ବିନ ମହମ୍ମଦ ବିନ ରାଶିଦ ବିନ ମାନା ଆଲ ମାକତୁମଙ୍କ ସହ ସଂକ୍ଷିପ୍ତ ବୈବାହିକ ଜୀବନ ଥିଲା। ୨୦୨୩ ମେ’ରେ ଉଭୟେ ବିବାହ କରିଥିଲେ ଓ ସେମାନଙ୍କର ଏକ ଝିଅ ଅଛି। ଗତ ବର୍ଷ ଶେଖା ମାହରା ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଶେଖ ମାନାଙ୍କ ଉପରେ ଅବୈଧ ସମ୍ପର୍କର ଅଭିଯୋଗ ଆଣି ବିବାହ ବିଚ୍ଛେଦ ଘୋଷଣା କରିଥିଲେ। ସେ ଲେଖିଥିଲେ, “ପ୍ରିୟ ସ୍ୱାମୀ, ତୁମେ ଅନ୍ୟ ସଙ୍ଗୀମାନଙ୍କ ସହ ବ୍ୟସ୍ତ ରହୁଛ, ତେଣୁ ମୁଁ ଏହି କାରଣରୁ ଆମର ବିବାହ ବିଚ୍ଛେଦ ଘୋଷଣା କରୁଛି। ମୁଁ ତୁମକୁ ତିନିଥର ବିବାହ ବିଚ୍ଛେଦ ଦେଉଛି। ନିଜର ଯତ୍ନ ନେବ। ତୁମର ପୂର୍ବତନ ପତ୍ନୀ।”

ବିବାହ ବିଚ୍ଛେଦ ପରେ ଶେଖା ମାହରା ତାଙ୍କ ବ୍ରାଣ୍ଡ ମାହରା ଏମ୧ ଅଧୀନରେ “ଡିଭୋର୍ସ” ନାମକ ଏକ ପରଫ୍ୟୁମ ଲାଇନ ଲଞ୍ଚ କରିଥିଲେ। ସେ ଯୁକ୍ତରାଷ୍ଟ୍ରରୁ ଆନ୍ତର୍ଜାତୀୟ ସମ୍ପର୍କରେ ଡିଗ୍ରୀ ଓ ମହମ୍ମଦ ବିନ ରାଶିଦ ସରକାରୀ ପ୍ରଶାସନରୁ ଏକ ଯୋଗ୍ୟତା ହାସଲ କରିଛନ୍ତି।

ଫ୍ରେଞ୍ଚ ମଣ୍ଟାନା, ଯାହାଙ୍କର ପ୍ରକୃତ ନାମ କରିମ ଖାରବୁଚ, ‘ଆନଫରଗେଟେବଲ’ ଓ ‘ନୋ ଷ୍ଟାଇଲିଷ୍ଟ’ ଭଳି ବିଶ୍ୱବ୍ୟାପୀ ହିଟ୍‌ ଗୀତ ପାଇଁ ପରିଚିତ। ସେ ଉଗାଣ୍ଡା ଓ ଉତ୍ତର ଆଫ୍ରିକାରେ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ପ୍ରକଳ୍ପ ପାଇଁ ଦାନଶୀଳତା କାର୍ଯ୍ୟ ମଧ୍ୟ କରିଛନ୍ତି। ମଣ୍ଟାନା ୨୦୦୭ରୁ ୨୦୧୪ ପର୍ଯ୍ୟନ୍ତ ଉଦ୍ୟୋଗୀ ଓ ଡିଜାଇନର ନାଦୀନ ଖାରବୁଚଙ୍କୁ ବିବାହ କରିଥିଲେ, ଯାହାଙ୍କ ସହ ତାଙ୍କର ୧୬ ବର୍ଷୀୟ ପୁତ୍ର କ୍ରୁଜ ଖାରବୁଚ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଖଟିବାକୁ ଯାଇ ଓଡ଼ିଆ ଶ୍ରମିକ ନିଖୋଜ

ଦିଗପହଣ୍ଡି,୧୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ବୁଲୁ ନାଇକ(୪୨) ଦାଦନ ଶ୍ରମିକ ଭାବେ କାମ କରିବାକୁ ମହାରାଷ୍ଟ୍ରର ମୁମ୍ବାଇ…

IPL ଆରମ୍ଭ ପୂର୍ବରୁ ମହାଲଢ଼େଇ! RCBର କଟା ଘା’ରେ ଚୂନ ମାରିଲା KKR, କାବା ହେଲେ… 

ନୂଆଦିଲ୍ଲୀ,୧୪।୩: ଆଇପିଏଲ ୨୦୨୬ ସିଜନ ଆରମ୍ଭ ହେବାକୁ ମାତ୍ର ଦିନ କେଇଟା ବାକି। ନିକଟରେ ଟି-୨୦ ବିଶ୍ୱକପ ଶେଷ ହେବା ପରେ ଏବେ ପ୍ରଶଂସକ ଏହି ଟୁର୍ନାମେଣ୍ଟକୁ…

ମେଡିକାଲ ସିସିଟିଭି ଫୁଟେଜ୍‌ରେ ପୂରା ଘଟଣା : ଦିବ୍ୟାଙ୍ଗଙ୍କୁ ମାଡ ମାରିଥିବା ଡାକ୍ତରଙ୍କ ବିରୋଧରେ ମାମଲା: ରୁଜୁ 

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ସାସ୍ଥ୍ୟ ପରୀକ୍ଷା କରିବାକୁ ଶୁକ୍ରବାର ଯାଇଥିବା ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଜଣେ ମହିଳା ଡାକ୍ତର ଆକ୍ରମଣ କରିଥିଲେ। ଏନେଇ…

ସିଦ୍ଧିବିନାୟକଙ୍କ ଆଶୀର୍ବାଦ ନେଲେ ସୂର୍ଯ୍ୟକୁମାର, ଗମ୍ଭୀର

ମୁମ୍ବାଇ,୧୪ା୩: ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟି୨୦ ବିଶ୍ୱକପ୍‌ ଟ୍ରଫି ସହ ସିଦ୍ଧିବିନାୟକ ମନ୍ଦିର ଦର୍ଶନ କରିଛନ୍ତି। ଗତ…

ମହିଳା ଫୁଟ୍‌ବଲ୍‌ ଏସିଆ କପ୍‌: ସେମିଫାଇନାଲରେ ପହଞ୍ଚିଲା ଚାଇନା

ପର୍ଥ,୧୪ା୩: ତାଇଓ୍ବାନକୁ ୨-୦ ଗୋଲ୍‌ରେ ପରାସ୍ତ କରି ଗତଥରର ଚାମ୍ପିୟନ ଚାଇନା ମହିଳା ଫୁଟ୍‌ବଲ୍‌ ଏସିଆ କପ୍‌ ସେମିଫାଇନାଲରେ ପ୍ରବେଶ କରିବା ସହ ୨୦୨୭ ବିଶ୍ୱକପ୍‌ ପାଇଁ…

ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀ ରଥଯାତ୍ରା ଦାୟିତ୍ୱ

ଭୁବନେଶ୍ୱର,୧୪।୩: ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆସନ୍ତା ରଥଯାତ୍ରା ଦାୟିତ୍ୱ ଦିଆଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ମୁଖ୍ୟାଳୟ ସୂତ୍ରରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଆଇନଶୃଙ୍ଖଳା, ଟ୍ରାଫିକ,…

କଲ୍ୟାଣସିଂହପୁର ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଲା ୪୪,୧୧୦ ଟଙ୍କା

କଲ୍ୟାଣସିଂହପୁର,୧୪।୩ (ଦୀପକ କୁମାର ପରିଡା): ରାୟଗଡା ଜିଲା କଲ୍ୟାଣସିଂହପୁରସ୍ଥିତ ଜଗନ୍ନାଥ ମନ୍ଦିରର ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣନା କରାଯାଇଛି। ତହସିଲଦାର ରଞ୍ଜନ କୁମାର ମନସେଠ ଉପସ୍ଥିତିରେ ମନ୍ଦିରର…

ଜେଲ୍‌ ଭିତରେ କଏଦୀ ମୃତ୍ୟୁ ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି…

ବଲାଙ୍ଗୀର,୧୪ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କାରାଗାର ଭିତରେ ଶନିବାର ସକାଳେ ଜଣେ କଏଦୀ ଆତ୍ମହତ୍ୟା କରିଥିଲେ। ତେବେ ପରିବାର ଲୋକେ ଏହାକୁ ହତ୍ୟା ଘଟଣା ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri