ଡିଏସ୍‌ପି, ଆଇଆଇସିଙ୍କ ବଦଳି ଅଙ୍କ ଛିଣ୍ଡୁନି

ଭୁବନେଶ୍ୱର,୧୬ା୧୧(ତ୍ରିନାଥ ମହାନ୍ତି): ରାଜ୍ୟ ପୋଲିସ ବିଭାଗରେ ସବୁକିଛି ଠିକ୍‌ଠାକ୍‌ ଚାଲିନାହିଁ। ଡିଏସ୍‌ପି, ଆଇଆଇସିଙ୍କ ବଦଳି ଓ ନୂଆ ଦାୟିତ୍ୱକୁ ନେଇ ଅଙ୍କ ଛିଣ୍ଡୁନି। ଫଳରେ ପଦୋନ୍ନତି ପାଇବାର ୬ ମାସ ବିତିଯାଇଥିଲେ ମଧ୍ୟ ଡିଏସ୍‌ପିମାନେ ଏବେବି ଥାନା ଦାୟିତ୍ୱରେ ରହିଛନ୍ତି। ସେହିପରି ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିବା କେତେଜଣ ଇନ୍ସପେକ୍ଟରଙ୍କୁ ବଦଳି ସହ ଅନ୍ୟତ୍ର ନିଯୁକ୍ତି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସେମାନେ ଥାନା ଛାଡୁନାହାନ୍ତି। ଅନ୍ୟପକ୍ଷରେ ଗତମାସରେ ଏସ୍‌ଆଇରୁ ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇଥିବା ୪୨୭ଜଣ ପୋଲିସ ଅଧିକାରୀଙ୍କୁ ବଦଳି କିମ୍ବା ନୂଆ ଦାୟିତ୍ୱ ଦିଆଯାଉନାହିଁ। କାନ୍ଧରେ ୩ ତାରକା ଲାଗିଲେ ମଧ୍ୟ ସେମାନେ ଥାନାରେ ଏସ୍‌ଆଇ ଭଳି କାମ କରୁଛନ୍ତି। ଫଳରେ ଏବେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଥାନାରେ ୩ରୁ ଅଧିକ ପଦୋନ୍ନତି ପାଇଥିବା ଇନ୍ସପେକ୍ଟରଙ୍କୁ ଦେଖିବାକୁ ମିଳୁଛି। ଭୁବନେଶ୍ୱରର ପାହାଳ ଥାନାରେ ୩ଜଣ, ଭରତପୁରରେ ୩ଜଣ, ଶହୀଦନଗର ଥାନାରେ ୪ଜଣ, ମଞ୍ଚେଶ୍ୱରରେ ୩ଜଣ, ନୟାପଲ୍ଲୀ ଥାନାରେ ୩ଜଣ, ଚନ୍ଦ୍ରଶେଖରପୁର ଥାନାରେ ୩ଜଣ, ନନ୍ଦନକାନନ ଥାନାରେ ୨ଜଣ, ଚନ୍ଦକାରେ ୩ଜଣ, ଖଣ୍ଡଗିରି ଥାନାରେ ୩ଜଣ, କ୍ୟାପିଟାଲ ଥାନାରେ ୩ଜଣ ଓ ବଡ଼ଗଡ଼ ଥାନାରେ ୨ଜଣ ଇନ୍ସପେକ୍ଟର ଅଛନ୍ତି। ଏହିଭଳି ରାଜ୍ୟର ଅନେକ ଥାନାରେ ୨ରୁ ଅଧିକ ଇନ୍ସପେକ୍ଟର ରହିଥିବାବେଳେ ଏମାନଙ୍କ ବଦଳି ଓ ନୂଆ ଦାୟିତ୍ୱ ମିଳିବାରେ କାହିଁକି ବିଳମ୍ବ ହେଉଛି ତାହାକୁ ନେଇ ପ୍ରଶ୍ନ ଉଠୁଛି। ମନ ମୁତାବକ ଚୌକି ପାଇଁ ବଡ଼ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କ ପାଖରେ ଲବି ଚାଲୁଥିବାରୁ ଏ ପରିସ୍ଥିତି ସୃଷ୍ଟି ହୋଇଥିବା ବିଭାଗୀୟ ମହଲରେ ହେଉଥିବା ଚର୍ଚ୍ଚାରୁ ଶୁଣିବାକୁ ମିଳୁଛି। ଏସ୍‌ଆଇ ପରୀକ୍ଷା ଜାଲିଆତିକୁ ନେଇ ରାଜ୍ୟ ପୋଲିସ ବିଭାଗ ବଦନାମ ମୁଣ୍ଡାଇଥିବାବେଳେ ଏବେ ପଦୋନ୍ନତି, ବଦଳି ଓ ଦାମୀ ଚୌକି ପାଇଁ ଲବି ଆଉ ଏକ ବିବାଦ ସୃଷ୍ଟି କରିବାକୁ ଯାଉଛି।
ମିଳିଥିବା ସୂଚନାନୁସାରେ, ପଦୋନ୍ନତି ପାଇଥିବା ଅଧିକାଂଶ ପୋଲିସ ଅଧିକାରୀ ରାଜଧାନୀ ଭୁବନେଶ୍ୱର ଭଳି ବଡ଼ ସହରରେ ରହିବାକୁ ଚାହୁଁଛନ୍ତି। ସେହିପରି ଏଠାରେ ରହୁଥିବା ପୋଲିସ ଅଧିକାରୀମାନେ ପିଲାଙ୍କ ପାଠ ଓ ପରିବାର ପାଇଁ ଅନ୍ୟତ୍ର ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତିି। ଗୋଟିଏ ପୋଲିସ ଜିଲାରେ ସେମାନେ ୩ ବର୍ଷ ରହିଥିଲେ ମଧ୍ୟ ନାନା ସମସ୍ୟା ଦେଖାଇ ନିଜ କ୍ଷମତା ଅନୁସାରେ ଲବି ଚଳାଇଛନ୍ତି। ଏଥିପାଇଁ ଏବେ ଅଧିକାଂଶ ଥାନାରେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜୁଛି। ଗୋଟିଏ ଥାନାରେ ଇନ୍ସପେକ୍ଟର ର଼୍ୟାଙ୍କ୍‌ର ୩ଜଣ ଅଧିକାରୀ ରହୁଥିବାରୁ ଥାନାକୁ ଆସୁଥିବା ଅଭିଯୋଗକାରୀ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଏପରିକି ବଦଳି ଅର୍ଡରକୁ ଅପେକ୍ଷା କରି ସମ୍ପୃକ୍ତ ଅଧିକାରୀମାନେ ମଧ୍ୟ ଥାନାରେ ଠିକ୍‌ ଭାବେ କାମ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।
ଅନ୍ୟପକ୍ଷରେ ପଦୋନ୍ନତିକୁ ନେଇ ମଧ୍ୟ ଅସନ୍ତୋଷ ଦେଖାଦେଇଛି। ଏଥିରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ଉଠୁଛି। ଗତ ଏପ୍ରିଲ ୨୩ରେ ୧୬୮ ଇନ୍ସପେକ୍ଟରଙ୍କୁ ଡିଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ଦିଆଗଲା। ପରେ ଆଉ ଜଣେ ଇନ୍ସପେକ୍ଟରଙ୍କୁ ପଦୋନ୍ନତି ଦିଆଗଲା। ପରବର୍ତ୍ତୀ ନିର୍ଦ୍ଦେଶନାମା ନ ବାହାରିବା ପର୍ଯ୍ୟନ୍ତ ସେହି ସ୍ଥାନରେ କାର୍ଯ୍ୟ କରିବାକୁ କୁହାଗଲା। ଦୁଇ ମାସ ପରେ ମାତ୍ର ୭୯ଜଣ ଡିଏସ୍‌ପିଙ୍କୁ ନୂଆ ସ୍ଥାନକୁ ବଦଳି କରାଯାଇ ନୂଆ ଦାୟିତ୍ୱ ମିଳିଥିଲା। ହେଲେ ବାକି ୯୯ଜଣ ଡିଏସ୍‌ପି ଏବେବି ନିଜର ପୂର୍ବ ସ୍ଥାନରେ କାର୍ଯ୍ୟ କରୁଛନ୍ତି। ତେବେ ଡିଏସ୍‌ପି ନିଯୁକ୍ତି କ୍ରମାନ୍ବୟରେ ଅର୍ଥାତ୍‌ ଯୋଗ୍ୟତା ଓ ବରିଷ୍ଠତା ଭିତ୍ତିରେ ହୋଇ ନ ଥିବା ଶୁଣିବାକୁ ମିଳିଛି। ଅନେକ କନିଷ୍ଠଙ୍କୁ ପଦୋନ୍ନତି ମିଳିଥିବାରୁ ପଦୋନ୍ନତି ପାଇ ନ ଥିବା ବରିଷ୍ଠ ଅଧିକାରୀଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳୁଛି। ପଦୋନ୍ନତି ପାଇଥିବା ୪୨୭ ଇନ୍ସପେକ୍ଟର ଏବଂ ୯୯ଜଣ ଡିଏସ୍‌ପିଙ୍କୁ ନୂଆ ପଦ ଓ ଦାୟିତ୍ୱ ଦିଆଯାଉ ନ ଥିବାରୁ ସେମାନଙ୍କ ମନୋବଳ ଭାଙ୍ଗିଯାଉଛି। ରାଜ୍ୟରେ ବହୁ ଇନ୍ସପେକ୍ଟର ଓ ଡିଏସ୍‌ପି ପଦବୀ ଫାଙ୍କା ଥିବାବେଳେ କାହା ନିର୍ଦ୍ଦେଶରେ ନିଯୁକ୍ତିରେ ବିଳମ୍ବ ହେଉଛି। ପଦୋନ୍ନତି ପରେ ଯଦି ଗୋଟିଏ ଥାନାରେ କାମ କରିବେ ତାହା ହେଲେ ପଦୋନ୍ନତି କ’ଣ ପାଇଁ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି।
ଏନେଇ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ଦକ୍ଷତା ଅନୁସାରେ ଥାନାରେ ପଦୋନ୍ନତି ଓ ନିଯୁକ୍ତି ଦିଆଯାଉଛି। ଡିଜିପିଙ୍କ ଅଫିସରୁ ବଦଳି ଅର୍ଡର ହେଲେ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri