ଡିଏସ୍‌ପି, ଆଇଆଇସିଙ୍କ ବଦଳି ଅଙ୍କ ଛିଣ୍ଡୁନି

ଭୁବନେଶ୍ୱର,୧୬ା୧୧(ତ୍ରିନାଥ ମହାନ୍ତି): ରାଜ୍ୟ ପୋଲିସ ବିଭାଗରେ ସବୁକିଛି ଠିକ୍‌ଠାକ୍‌ ଚାଲିନାହିଁ। ଡିଏସ୍‌ପି, ଆଇଆଇସିଙ୍କ ବଦଳି ଓ ନୂଆ ଦାୟିତ୍ୱକୁ ନେଇ ଅଙ୍କ ଛିଣ୍ଡୁନି। ଫଳରେ ପଦୋନ୍ନତି ପାଇବାର ୬ ମାସ ବିତିଯାଇଥିଲେ ମଧ୍ୟ ଡିଏସ୍‌ପିମାନେ ଏବେବି ଥାନା ଦାୟିତ୍ୱରେ ରହିଛନ୍ତି। ସେହିପରି ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିବା କେତେଜଣ ଇନ୍ସପେକ୍ଟରଙ୍କୁ ବଦଳି ସହ ଅନ୍ୟତ୍ର ନିଯୁକ୍ତି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସେମାନେ ଥାନା ଛାଡୁନାହାନ୍ତି। ଅନ୍ୟପକ୍ଷରେ ଗତମାସରେ ଏସ୍‌ଆଇରୁ ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇଥିବା ୪୨୭ଜଣ ପୋଲିସ ଅଧିକାରୀଙ୍କୁ ବଦଳି କିମ୍ବା ନୂଆ ଦାୟିତ୍ୱ ଦିଆଯାଉନାହିଁ। କାନ୍ଧରେ ୩ ତାରକା ଲାଗିଲେ ମଧ୍ୟ ସେମାନେ ଥାନାରେ ଏସ୍‌ଆଇ ଭଳି କାମ କରୁଛନ୍ତି। ଫଳରେ ଏବେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଥାନାରେ ୩ରୁ ଅଧିକ ପଦୋନ୍ନତି ପାଇଥିବା ଇନ୍ସପେକ୍ଟରଙ୍କୁ ଦେଖିବାକୁ ମିଳୁଛି। ଭୁବନେଶ୍ୱରର ପାହାଳ ଥାନାରେ ୩ଜଣ, ଭରତପୁରରେ ୩ଜଣ, ଶହୀଦନଗର ଥାନାରେ ୪ଜଣ, ମଞ୍ଚେଶ୍ୱରରେ ୩ଜଣ, ନୟାପଲ୍ଲୀ ଥାନାରେ ୩ଜଣ, ଚନ୍ଦ୍ରଶେଖରପୁର ଥାନାରେ ୩ଜଣ, ନନ୍ଦନକାନନ ଥାନାରେ ୨ଜଣ, ଚନ୍ଦକାରେ ୩ଜଣ, ଖଣ୍ଡଗିରି ଥାନାରେ ୩ଜଣ, କ୍ୟାପିଟାଲ ଥାନାରେ ୩ଜଣ ଓ ବଡ଼ଗଡ଼ ଥାନାରେ ୨ଜଣ ଇନ୍ସପେକ୍ଟର ଅଛନ୍ତି। ଏହିଭଳି ରାଜ୍ୟର ଅନେକ ଥାନାରେ ୨ରୁ ଅଧିକ ଇନ୍ସପେକ୍ଟର ରହିଥିବାବେଳେ ଏମାନଙ୍କ ବଦଳି ଓ ନୂଆ ଦାୟିତ୍ୱ ମିଳିବାରେ କାହିଁକି ବିଳମ୍ବ ହେଉଛି ତାହାକୁ ନେଇ ପ୍ରଶ୍ନ ଉଠୁଛି। ମନ ମୁତାବକ ଚୌକି ପାଇଁ ବଡ଼ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କ ପାଖରେ ଲବି ଚାଲୁଥିବାରୁ ଏ ପରିସ୍ଥିତି ସୃଷ୍ଟି ହୋଇଥିବା ବିଭାଗୀୟ ମହଲରେ ହେଉଥିବା ଚର୍ଚ୍ଚାରୁ ଶୁଣିବାକୁ ମିଳୁଛି। ଏସ୍‌ଆଇ ପରୀକ୍ଷା ଜାଲିଆତିକୁ ନେଇ ରାଜ୍ୟ ପୋଲିସ ବିଭାଗ ବଦନାମ ମୁଣ୍ଡାଇଥିବାବେଳେ ଏବେ ପଦୋନ୍ନତି, ବଦଳି ଓ ଦାମୀ ଚୌକି ପାଇଁ ଲବି ଆଉ ଏକ ବିବାଦ ସୃଷ୍ଟି କରିବାକୁ ଯାଉଛି।
ମିଳିଥିବା ସୂଚନାନୁସାରେ, ପଦୋନ୍ନତି ପାଇଥିବା ଅଧିକାଂଶ ପୋଲିସ ଅଧିକାରୀ ରାଜଧାନୀ ଭୁବନେଶ୍ୱର ଭଳି ବଡ଼ ସହରରେ ରହିବାକୁ ଚାହୁଁଛନ୍ତି। ସେହିପରି ଏଠାରେ ରହୁଥିବା ପୋଲିସ ଅଧିକାରୀମାନେ ପିଲାଙ୍କ ପାଠ ଓ ପରିବାର ପାଇଁ ଅନ୍ୟତ୍ର ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତିି। ଗୋଟିଏ ପୋଲିସ ଜିଲାରେ ସେମାନେ ୩ ବର୍ଷ ରହିଥିଲେ ମଧ୍ୟ ନାନା ସମସ୍ୟା ଦେଖାଇ ନିଜ କ୍ଷମତା ଅନୁସାରେ ଲବି ଚଳାଇଛନ୍ତି। ଏଥିପାଇଁ ଏବେ ଅଧିକାଂଶ ଥାନାରେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜୁଛି। ଗୋଟିଏ ଥାନାରେ ଇନ୍ସପେକ୍ଟର ର଼୍ୟାଙ୍କ୍‌ର ୩ଜଣ ଅଧିକାରୀ ରହୁଥିବାରୁ ଥାନାକୁ ଆସୁଥିବା ଅଭିଯୋଗକାରୀ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଏପରିକି ବଦଳି ଅର୍ଡରକୁ ଅପେକ୍ଷା କରି ସମ୍ପୃକ୍ତ ଅଧିକାରୀମାନେ ମଧ୍ୟ ଥାନାରେ ଠିକ୍‌ ଭାବେ କାମ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।
ଅନ୍ୟପକ୍ଷରେ ପଦୋନ୍ନତିକୁ ନେଇ ମଧ୍ୟ ଅସନ୍ତୋଷ ଦେଖାଦେଇଛି। ଏଥିରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ଉଠୁଛି। ଗତ ଏପ୍ରିଲ ୨୩ରେ ୧୬୮ ଇନ୍ସପେକ୍ଟରଙ୍କୁ ଡିଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ଦିଆଗଲା। ପରେ ଆଉ ଜଣେ ଇନ୍ସପେକ୍ଟରଙ୍କୁ ପଦୋନ୍ନତି ଦିଆଗଲା। ପରବର୍ତ୍ତୀ ନିର୍ଦ୍ଦେଶନାମା ନ ବାହାରିବା ପର୍ଯ୍ୟନ୍ତ ସେହି ସ୍ଥାନରେ କାର୍ଯ୍ୟ କରିବାକୁ କୁହାଗଲା। ଦୁଇ ମାସ ପରେ ମାତ୍ର ୭୯ଜଣ ଡିଏସ୍‌ପିଙ୍କୁ ନୂଆ ସ୍ଥାନକୁ ବଦଳି କରାଯାଇ ନୂଆ ଦାୟିତ୍ୱ ମିଳିଥିଲା। ହେଲେ ବାକି ୯୯ଜଣ ଡିଏସ୍‌ପି ଏବେବି ନିଜର ପୂର୍ବ ସ୍ଥାନରେ କାର୍ଯ୍ୟ କରୁଛନ୍ତି। ତେବେ ଡିଏସ୍‌ପି ନିଯୁକ୍ତି କ୍ରମାନ୍ବୟରେ ଅର୍ଥାତ୍‌ ଯୋଗ୍ୟତା ଓ ବରିଷ୍ଠତା ଭିତ୍ତିରେ ହୋଇ ନ ଥିବା ଶୁଣିବାକୁ ମିଳିଛି। ଅନେକ କନିଷ୍ଠଙ୍କୁ ପଦୋନ୍ନତି ମିଳିଥିବାରୁ ପଦୋନ୍ନତି ପାଇ ନ ଥିବା ବରିଷ୍ଠ ଅଧିକାରୀଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳୁଛି। ପଦୋନ୍ନତି ପାଇଥିବା ୪୨୭ ଇନ୍ସପେକ୍ଟର ଏବଂ ୯୯ଜଣ ଡିଏସ୍‌ପିଙ୍କୁ ନୂଆ ପଦ ଓ ଦାୟିତ୍ୱ ଦିଆଯାଉ ନ ଥିବାରୁ ସେମାନଙ୍କ ମନୋବଳ ଭାଙ୍ଗିଯାଉଛି। ରାଜ୍ୟରେ ବହୁ ଇନ୍ସପେକ୍ଟର ଓ ଡିଏସ୍‌ପି ପଦବୀ ଫାଙ୍କା ଥିବାବେଳେ କାହା ନିର୍ଦ୍ଦେଶରେ ନିଯୁକ୍ତିରେ ବିଳମ୍ବ ହେଉଛି। ପଦୋନ୍ନତି ପରେ ଯଦି ଗୋଟିଏ ଥାନାରେ କାମ କରିବେ ତାହା ହେଲେ ପଦୋନ୍ନତି କ’ଣ ପାଇଁ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି।
ଏନେଇ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ଦକ୍ଷତା ଅନୁସାରେ ଥାନାରେ ପଦୋନ୍ନତି ଓ ନିଯୁକ୍ତି ଦିଆଯାଉଛି। ଡିଜିପିଙ୍କ ଅଫିସରୁ ବଦଳି ଅର୍ଡର ହେଲେ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri