ନୂଆପଡ଼ା ଉପନିର୍ବାଚନ ପରେ ରାଜନୈତିକ ପରିବର୍ତ୍ତନର ସମ୍ଭାବନା, ଭାଙ୍ଗିଯିବ…

ଭୁବନେଶ୍ୱର,୧୬ା୧୧(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ଓଡ଼ିଶା ରାଜନୀତିରେ ଅନେକ ରାଜନୈତିକ ଅଙ୍କ ବଦଳିବା ନେଇ ଏବେଠାରୁ ଚର୍ଚ୍ଚା ହେଲାଣି। ଯଦିଓ ଏବେ ବିରୋଧୀ ଆସନରେ ବସୁଛି ତଥାପି ବିଜେଡିର ଭବିଷ୍ୟତ ଏବଂ ଆଭ୍ୟନ୍ତରୀଣ ରାଜନୀତି ବିଷୟରେ ଜାଣିବା ପାଇଁ ଅଧିକାଂଶ ଲୋକ ବିଶେଷ ରୁଚି ରଖୁଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଉପନିର୍ବାଚନରେ ବିଜେଡି ଫଳାଫଳ ଦେଖିବା ପରେ ଗାଁ ଗହଳିରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହାର ଏକ ଗଭୀର ପ୍ରଭାବ ରାଜ୍ୟବ୍ୟାପୀ ବିଜେଡି ନେତା ଓ କର୍ମୀଙ୍କ ଉପରେ ପଡ଼ିଥିବା କୁହାଯାଉଛି। ଧରିତ୍ରୀ ପକ୍ଷରୁ ନୂଆପଡ଼ା ଉପନିର୍ବାଚନକୁ ନେଇ ଅନେକ ଖବର ପ୍ରକାଶ କରାଯାଇଥିଲା। ଜୟ ଢୋଲକିଆ ବିଜେଡିରୁ ପ୍ରାର୍ଥୀ ହେଉନାହାନ୍ତି, ଏପରି ଏକ ଖବର ଧରିତ୍ରୀରେ ଅକ୍ଟୋବର ୯ ରେ ‘ଢୋଲକିଆ ଯିବେ କୁଆଡ଼େ’ ଶୀର୍ଷକରେ ପ୍ରକାଶ ପାଇଥିଲା। ଏହାର ଗୋଟିଏ ଦିନ ପରେ ୧୧ ତାରିଖରେ ଢୋଲକିଆ ଭାଜପାରେ ସାମିଲ ହୋଇଥିଲେ। ସେହିପରି ଧରିତ୍ରୀ ପକ୍ଷରୁ ଅକ୍ଟୋବର ୧୮ରେ ଆଉ ଏକ ଖବର ‘୩ ନମ୍ବର ହେଲେ ସରିଲା’ ଶୀର୍ଷକରେ ପ୍ରକାଶ ପାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା, ବିଜେଡି ଏହି ଉପନିର୍ବାଚନରେ ଯଦି ୩ ନମ୍ବର ସ୍ଥାନକୁ ଖସିଯାଏ ତେବେ ସାଧାରଣ ଲୋକମାନେ ଭବିଷ୍ୟତରେ ଯଦି କୌଣସି ନିର୍ବାଚନରେ ସରକାର ବିରୋଧରେ ଭୋଟ୍‌ ଦେବାକୁ ଚିନ୍ତା କରନ୍ତି ତେବେ ୨ ନମ୍ବର ଦଳ ପ୍ରତି ଅଧିକ ଆକୃଷ୍ଟ ହେବା ସମ୍ଭାବନା ବଢ଼ିଯାଇପାରେ।

ରାଜନୈତିକ ମହଲରେ ନୂଆପଡ଼ା ଫଳାଫଳକୁ ନେଇ ଚାଲିଥିବା ଚର୍ଚ୍ଚା ମୁତାବକ, ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୧,୨୩,୮୬୯ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୪୦ ହଜାର ୧୨୧ ଖଣ୍ଡ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮,୪୦୮ ଖଣ୍ଡ ଭୋଟ୍‌ ପାଇ ୩ ନମ୍ବର ହୋଇଛନ୍ତି। ଅର୍ଥାତ୍‌ ଘାସିରାମ ୮୩ ହଜାର ୭୪୮ ଖଣ୍ଡ ଭୋଟ୍‌ରେ ଜୟଙ୍କଠାରୁ ପରାଜିତ ହୋଇଛନ୍ତି। ଯେଉଁଠି ସ୍ନେହାଙ୍ଗିନୀଙ୍କଠାରୁ ଘାସିରାମ ମାତ୍ର ୧୭୧୩ ଖଣ୍ଡ ଭୋଟ୍‌ରେ ଆଗେଇପାରିଛନ୍ତି। ବିଜେଡିକୁ ପଛରେ ପକାଇବା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ଏକମାତ୍ର ଖୁସିର ବିଷୟ ହୋଇପାରେ। ହେଲେ ୨୦୨୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଘାସିରାମ ଯେଉଁ ଭୋଟ୍‌ ପାଇଥିଲେ, ଏଥର କଂଗ୍ରେସକୁ ଯାଇ ୧୦ ହଜାର ୮୨୦ ଖଣ୍ଡ କମ୍‌ ଭୋଟ୍‌ ପାଇଲେ। ଭକ୍ତଙ୍କ ନେତୃତ୍ୱକୁ ଭରସା କରିଥିବା ଘାସିରମ ଗତଥର ତୁଳନାରେ ଲୋକଙ୍କ ପାଖରେ ଆହୁରି କମ୍‌ ଗ୍ରହଣୀୟ ହେଲେ। ଏପରି ସ୍ଥିତିରେ ବିଜେଡିଠାରୁ ଯଦି ତୃଣମୂଳସ୍ତରର କର୍ମୀମାନେ ମୁହଁ ଫେରାଇବା ପ୍ରକ୍ରିୟା ବୃଦ୍ଧି ପାଇପାରେ ବୋଲି ଯେଉଁ ଆକଳନ କରାଯାଉଛି ତା’ର ଫାଇଦା ସିଧାସଳଖ ଶାସକ ଦଳ ପାଖକୁ ଯାଇପାରେ। କାରଣ ଭାଜପା ଓଡ଼ିଶାରେ ସରକାରକୁ ଆସିସାରିଥିଲେ ମଧ୍ୟ ପଞ୍ଚାୟତ, ଜୋନ୍‌ ଏବଂ ବ୍ଲକ୍‌ସ୍ତରରେ ନିଜର ସଙ୍ଗଠନକୁ ସେତିକି ମଜଭୁତ କରିପାରିନାହିଁ। ଆଗକୁ ଏଥିରେ ଭାଜପା ସୁଧାର ଆଣିପାରେ ବୋଲି ରାଜନୈତିକ ବିଶାରଦମାନେ ନୂଆପଡ଼ା ଫଳାଫଳକୁ ଦେଖି ବିଚାର କରୁଛନ୍ତି।

ଅନ୍ୟପକ୍ଷରେ ନୂଆପଡ଼ାର ଫଳ ବିଜେଡିର ଆଗଧାଡ଼ିର ନେତାମାନଙ୍କ ଭିତରେ ଏକ ଅଜଣା ଭୟ ସୃଷ୍ଟି କରିଥିବା ଶୁଣିବାକୁ ମିଳୁଛି। ବିଜେଡିର କେତେଜଣ ନେତାଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନୂଆପଡ଼ା ଫଳାଫଳ ଯାହା ହେଲା ଏହାପରେ ଗଣମାଧ୍ୟମ ଆଗକୁ ଆସି କିଛି କହିବାକୁ କାହା ପାଖରେ ସାହସ ହେଲା ନାହିଁ। ଦଳର ସଭାପତି ନବୀନ ପଟ୍ଟନାୟକ ନିର୍ବାଚନ ଏମିତି ଆସିବ ଓ ଯିବ ବୋଲି କହିବା ସତ୍ତ୍ୱେ ଶନିବାର ସୁଦ୍ଧା ବିଜେଡିର ଅନ୍ୟ କୌଣସି ନେତା ଉପନିର୍ବାଚନ ବାବଦରେ ପଦୁଟିଏ ମୁହଁ ଖୋଲିପାରୁନାହାନ୍ତି। ପ୍ରଥମେ ନିର୍ବାଚନରେ ୩ ନମ୍ବର ସ୍ଥାନ ପାଇବା ଯୋଗୁ ରାଜ୍ୟବ୍ୟାପୀ କର୍ମୀମାନଙ୍କ ଭିତରେ ନାକାରାତ୍ମକ ଚିନ୍ତା ସୃଷ୍ଟି ହୋଇସାରିଛି, ଏହାପରେ ଯଦି ଦଳର କେଉଁ ନେତା ଗଣମାଧ୍ୟମ ଆଗକୁ ଯାଇ ମୁହଁ ନ ଖୋଲି ଘରେ ରହିବେ, ତେବେ ବିଜେଡି ସମର୍ଥକ କାହିଁକି ଆଉ ସେମାନଙ୍କ ସାଙ୍ଗରେ ରହିବେ ବୋଲି ପ୍ରଶ୍ନ ଉଠୁଛି। ଅନ୍ୟପଟେ ନୂଆପଡ଼ା ଫଳାଫଳ ପରେ ଦଳର ଆଗାମୀ ରଣନୀତି କ’ଣ ହେବ ଏବଂ ନବୀନଙ୍କ ନେତୃତ୍ୱକୁ ଭରସାକରି ସେମାନେ କେତେଦୂର ଆଗକୁ ବଢ଼ିପାରିବେ, ଏପରି ଅନେକ ପ୍ରଶ୍ନ ସେମାନଙ୍କ ଭିତରେ ଉଠିଲାଣି। ଅର୍ଥାତ୍‌ ଦଳର ମୁଖ୍ୟ ନେତୃତ୍ୱ ଉପରେ ଆଗଧାଡ଼ିର ନେତାମାନେ ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି ବୋଲି ଶୁଣାଯାଉଛି, ଯାହା ରାଜନୀତିର ଏକ ବିରାଟ ସମସ୍ୟା ବୋଲି କୁହାଯାଇପାରେ। କାରଣ ଗଁା ଗହଳିର ରାଜନୀତି କରୁଥିବା ଅନେକ ଲୋକ ରାଜନୈତିକ ଦଳ ସହ ରହି କେବଳ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ପତିଆରା ବଢ଼ାଇବା ସେମାନଙ୍କ ମୂଳ ଲକ୍ଷ୍ୟ ରହିଥାଏ। ବିଜେଡି ପ୍ରଥମେ ସରକାରରୁ ଯିବା ସହ ଏବେ ଯେତେବେଳେ ଉପନିର୍ବାଚନରେ ଆହୁରି ଖରାପ ପ୍ରଦର୍ଶନ କରୁଛି, ଏହାର କୁପ୍ରଭାବ ମଧ୍ୟ ଦଳର ଗ୍ରାମାଞ୍ଚଳ ନେତାଙ୍କ ଉପରେ ପଡ଼ିବା ସମ୍ଭାବନା ରହିଛି। ଅନ୍ୟପଟେ ଉପନିର୍ବାଚନ ଲଢ଼ିବା ଲାଗି ଯେତିକି ଅର୍ଥ ଦେବା ପାଇଁ ଦଳ ପକ୍ଷରୁ କୁହାଯାଇଥିଲା ସେତିକି ମଧ୍ୟ ମିଳି ନ ଥିବା ନୂଆପଡ଼ାର ବିଜେଡି ମହଲରେ ଆଲୋଚନା ହେଉଛି। ୨ଥର ଗସ୍ତ କରିବା ପରେ ନବୀନଙ୍କ ଲୋପ୍ରିୟତା ଆଉ ପୂର୍ବଭଳି ନ ଥିବାର ଏକ ବାର୍ତ୍ତା ମଧ୍ୟ ଏହି ଫଳାଫଳ ପରେ ତୃଣମୂଳସ୍ତରକୁ ଯାଇସାରିଛି।

ଭକ୍ତଚରଣ ଦାସ ପୂର୍ବରୁ ଲଢ଼ିଥିବା କଳାହାଣ୍ଡି ଲୋକ ସଭା କ୍ଷେତ୍ର ଅଧୀନରେ ରହିଛି ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ। ଓଡ଼ିଶା ପିସିସି ସଭାପତି ଭାବେ ଭକ୍ତଙ୍କୁ ଦାୟିତ୍ୱ ମିଳିବା ପରେ ତାଙ୍କ ନେତୃତ୍ୱରେ କଂଗ୍ରେସ ପ୍ରଥମ ଉପନିର୍ବାଚନର ସାମ୍ନାକଲା। ହେଲେ ନିଜ ଲୋକ ସଭା କ୍ଷେତ୍ରରେ ନେତୃତ୍ୱ ନେଇ ଭକ୍ତ ଏତେ ନୈରାଶ୍ୟଜନକ ଫଳ ଆଣିବା ଯୋଗୁ ରାଜ୍ୟବ୍ୟାପୀ କଂଗ୍ରେସ ନେତାମାନେ ପିସିସି ସଭାପତିଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଉଥିବା ଚର୍ଚ୍ଚା ହେଉଛି। ଯିଏ ନିଜ ନିର୍ବାଚନମଣ୍ଡଳୀରେ ଲୋକପ୍ରିୟ ହୋଇପାରୁନାହାନ୍ତି ସେ ରାଜ୍ୟରେ ଦଳକୁ କେତେ ଆଗକୁ ନେବେ ତାକୁ ରାଜନୈତିକ ମହଲରେ କୁହାକୁହି ହେଲେଣି। ଏସବୁ ସ୍ଥିତିରେ ବିଜେଡିର ପରବର୍ତ୍ତୀ ଆଭିମୁଖ୍ୟ କ’ଣ ହେବ ଏବଂ ରାଜ୍ୟରେ ଭାଜପା ବିରୋଧରେ କଂଗ୍ରେସ କିପ୍ରକାର ରଣନୀତି କରିବ ଏହା ଉପରେ ବିଶେଷ ଦୃଷ୍ଟି ରହିବ। ସୂଚନାଯୋଗ୍ୟ, ବିଜେଡି ସରକାର ସମୟରେ ୨୦୧୯ ସାଧାରଣ ନିର୍ବାଚନରେ ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଏବଂ ବିଜେପୁର ଆସନରୁ ଲଢ଼ି ବିଜୟୀ ହୋଇଥିଲେ। ଏହାପରେ ସେ ବିଜେପୁର ଆସନରୁ ଇସ୍ତଫା ଦେବାପରେ ସେଠାରେ ଉପନିର୍ବାଚନ ହୋଇଥିଲା। ସେଥିରେ ରୀତା ସାହୁ ବିଜେଡି ପ୍ରାର୍ଥୀ ହୋଇ ଭାଜପା ପ୍ରାର୍ଥୀ ସନତ ଗଡତିଆଙ୍କଠାରୁ ୯୭ ହଜାର ୯୯୦ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଥିଲେ। ସେଥର ଭାଜପା ପ୍ରାର୍ଥୀ ୩୭,୯୬୭ ଖଣ୍ଡ ଭୋଟ୍‌ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦିଲୀପ କୁମାର ପଣ୍ଡା ମାତ୍ର ୫,୮୭୬ ଖଣ୍ଡ ଭୋଟ୍‌ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?