ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିଲେ ଆଗକୁ ପରିସ୍ଥିତି ଜଟିଳ ରୂପ ନେବା ସମ୍ଭାବନା ରହିଛି। ମଙ୍ଗଳବାର ଜଗତ୍‌ସିଂହପୁରର ତାପମାତ୍ରା ୪୧ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ଥିବା ଜଣାଯାଇଛି। ପ୍ରତିବର୍ଷ ତାପମାତ୍ରା ନିୟନ୍ତ୍ରଣ ପାଇଁ ବ୍ୟାପକ ଚାରାରୋପଣ, ଜଳାଶୟ ପୁନରୁଦ୍ଧାର ଆଦି କରାଯାଉ ବୋଲି ଦାବି ହୋଇ ଆସୁଛି। କିନ୍ତୁ ସରକାରୀସ୍ତରରେ ସେଭଳି କିଛି କରାଯାଉନାହିଁ। ବନ ବିଭାଗ, ଶିଳ୍ପସଂସ୍ଥା ଆଦି ଚାରାରୋପଣ ଆଳରେ କାଗଜକଲମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଦର୍ଶାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ। ବିଶେଷକରି ଜଳାଶୟଗୁଡିକର ପୁନରୁଦ୍ଧାର ଅପରିହାର୍ଯ୍ୟ ଥିଲେ ସୁଦ୍ଧା ତାହା କରାଯାଉନାହିଁ। ଜଗତ୍‌ସିଂହପୁର ସହରରେ ଏଥିମଧ୍ୟରେ ଏକାଧିକ ଜଳାଶୟ ପୋତି ହୋଇଯାଇଥିବା ବେଳେ ଆଉ କେତୋଟିରୁ କିଛି ଦିନ ଭିତରେ ପାଣି ଶୁଖିଯିବ। ତା’ପରେ ଗାଈ, ବଳଦ, ମଇଁଷି ଆଦି ପ୍ରାଣୀଙ୍କ ପାଇଁ ସମସ୍ୟା ବଢ଼ିଯିବ। ଏ ପରିସ୍ଥିତିରେ ଜିଲା ପ୍ରଶାସନ ତରଫରୁ ବିସ୍ତୃତ ସମୀକ୍ଷା କରାଯିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି।
ଜଗତ୍‌ସିଂହପୁର ସହର ୱାର୍ଡ ନଂ. ୫ ଅନ୍ତର୍ଗତ ମାଧପୁର ଲାଲାସାହିସ୍ଥିତ ରାଧାମାଧବଜୀଉ ଏବଂ ଓହଳ ନୂଆବାଗ ଭୋଇସାହି ପାର୍ଶ୍ୱରେ ଥିବା ରାଧାମାଧବଜୀଉ ଜଳାଶୟର ପୁନରୁଦ୍ଧାର ଆବଶ୍ୟକ ଅଛି। ସେହିପରି ଦେଉଳୀ ଗ୍ରାମେଶ୍ୱର ରାଢ଼ିଆଣୀ ମନ୍ଦିର ନିକଟ ଜଳାଶୟ (ଘୋଷ ପୋଖରୀ) ପୁନରୁଦ୍ଧାର ଅଭାବରୁ ପୋତି ହୋଇଚାଲିଛି। ଦେଉଳୀ ଗ୍ରାମେଶ୍ୱର ବାରିକ ସାହି ଜଳାଶୟଟି ପୋତି ହୋଇଯିବା ସହ ପରିତ୍ୟକ୍ତ ଅବସ୍ଥାରେ ଅଛି। ୱାର୍ଡ ନଂ. ୩ ଅନ୍ତର୍ଗତ ଗୋପାଳସାଗର ଗାଁ ଭିତରେ ଥିବା ଜଳାଶୟ ପୁନରୁଦ୍ଧାର ଆବଶ୍ୟକ ରହିଛି। ୱାର୍ଡ ନଂ.୨ ଅନ୍ତର୍ଗତ ବଡ଼ବାଗ ସର୍ବାଙ୍ଗସୁନ୍ଦରୀଙ୍କ ମନ୍ଦିର ଏବଂ ମୁଚୁକୁନ୍ଦ ସୋମନାଥ ମନ୍ଦିର ନିକଟରେ ଥିବା ପୋଖରୀ ମଧ୍ୟ ପୋତି ହୋଇଗଲାଣି। କେବଳ ମାଛଗାଁ-କନ୍ଦରପୁର ରାସ୍ତାର ଗୋପାଳସାଗର ରାସ୍ତା ପାର୍ଶ୍ୱ ପାଖାପାଖି ୪୦ ଡେସିମିଲ ଜମିରେ ଥିବା ବଡ ଜଳାଶୟଟି ଭଲ ସ୍ଥିତିରେ ଥିଲେ ମଧ୍ୟ ଏହାର ପୁନରୁଦ୍ଧାର ଆରମ୍ଭ ହୋଇଛି। ଏହି ଜଳାଶୟଟି ଗୋପାଳଜୀଉଙ୍କ ନାମରେ ଥିଲେ ସୁଦ୍ଧା ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ପୂର୍ବରୁ ଉନ୍ନତୀକରଣ ପାଇଁ ୧୩ ଲକ୍ଷ ଟଙ୍କା ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଏବେ ପାଖାପାଖି ୩୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏବେ ପୋଖରୀ ଶୁଖାଯାଇ ପଙ୍କ ଉଦ୍ଧାର କାମ ଆରମ୍ଭ ହୋଇଛି। ସିପି ମକୁନ୍ଦପୁରସ୍ଥିତ ବିଧେଇପୋଖରୀ ଜବରଦଖଲ ହୋଇଥିବା ବେଳେ କେତେକାଂଶ ଉଦ୍ଧାର କରାଯାଇଛି। ଖେରସସ୍ଥିତ କନିୟର ପୋଖରୀ ଶୁଖିଯାଇଛି। ତେବେ ଏହି ପୋଖରିର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ନିକଟକୁ ୨ କୋଟି ଟଙ୍କାର ପ୍ରସ୍ତାବ ଯାଇଥିବା କୁହାଯାଇଥିଲେ ସୁଦ୍ଧା ଅନୁମୋଦନ ହୋଇନାହିଁ। ଏହା ଅନୁମୋଦନ ହେଲେ ମାଟି ଖୋଳାଯିବା ସହ ବୋଟିଂ କମ୍ପ୍ଲେକ୍ସ ଓ ପାର୍ଶ୍ୱରେ ପାର୍କ କରାଯିବ ବୋଲି ଚିନ୍ତା କରାଯାଇଛି। ୧୮ ନଂ. ୱାର୍ଡ ବେହେରା ସାହି ପାଖ ପୋଖରୀ ଜନସାଧାରଣଙ୍କ ବହୁ କାମରେ ଲାଗେ। ଏହାର ଚାରିପଟେ ମଶାଣି ଅଛି। କୌଣସି ଲୋକଙ୍କ ମୃତ୍ୟୁ ହୋଇଗଲେ ଶୁଦ୍ଧିକ୍ରିୟା ଆଦି ସେଠାରେ ହୁଏ। ଏଥିରୁ ପାଣି ଶୁଖିଯିବା ଦ୍ୱାରା ଲୋକେ, ଗୃହପାଳିତ ପ୍ରାଣୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତଗୁଡ଼ିକୁ ମୋ ପୋଖରୀ ଯୋଜନାରେ ଟଙ୍କା ଆସୁଛି। କିନ୍ତୁ ସହରରେ ଜଳଶୟର ପୁନରୁଦ୍ଧାର ପାଇଁ ସରକାର ନୀରବ ରହିବା ଅସନ୍ତୋଷର କାରଣ ପାଲଟିଛି। ଏହାବାଦ୍‌ କେତୋଟି ବେସରକାରୀ ଜଳାଶୟରେ ଅଟ୍ଟାଳିକା ତିଆରି ହୋଇଗଲାଣି। ସହରାଞ୍ଚଳ ଛାପରେ ଜଳାଶୟଗୁଡିକର ସ୍ଥିତି ହଜିଯାଉଛି। କିନ୍ତୁ ଏବେ ଯେତୋଟି ଅଛି ତାର ପୁନରୁଦ୍ଧାର ନ ହେଲେ ଆଗକୁ ସହରରେ ଜଳ ସଙ୍କଟ ସମସ୍ୟା ଜଟିଳ ହେବା ସମ୍ଭାବନା ରହିଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ସରକାର ପର୍ଯ୍ୟାୟକ୍ରମେ ପ୍ରକଳ୍ପଗୁଡିକ ହାତକୁ ନେଉଥିବାରୁ ଜଳାଶୟଗୁଡିକର ଶତପ୍ରତିଶତ ପୁନରୁଦ୍ଧାରରେ ବିଳମ୍ବ ହେଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ହଁ ଆମେ ଯୁଦ୍ଧ ଶେଷ କରିବୁ…’, ଆମେରିକାକୁ ଇରାନର ସିଧା ଜବାବ, ସାମ୍ନାରେ ରଖିଲା ୨ ବଡ଼ ସର୍ତ୍ତ

ତେହରାନ୍‌,୨୪।୩: ଆମେରିକା ଏବେ ଇରାନ ସହିତ ସଂଘର୍ଷ ସମାପ୍ତ କରିବାକୁ ପ୍ରସ୍ତୁତ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଆଉ ଯୁଦ୍ଧ କରିବାକୁ…

ପାଡୁଆ ପୋଲିସକୁ ଚ୍ୟାଲେଞ୍ଜ, ବୋଲେରୋ-ବାଇକ ପରେ ଏବେ ସ୍କୁଟି ଚୋରି

ନନ୍ଦପୁର/ପାଡୁଆ,୨୪।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ଥାନା ପୋଲିସକୁ ଗାଡ଼ି ଚୋର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରବିବାର…

ହାର ମାନିବାକୁ ପ୍ରସ୍ତୁତ ନୁହେଁ ଇରାନ, କେମିତି ହେବ ଶାନ୍ତି ଆଲୋଚନା? ଟ୍ରମ୍ପଙ୍କୁ ଫୋନ ଲଗାଇଲେ ନେତାନ୍ୟାହୁ

ଓ୍ବାଶିଂଟନ,୨୪।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏକ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ, ବେଞ୍ଜାମିନ ନେତାନ୍ୟାହୁ ଜାରି ଆକ୍ରମଣ ବିଷୟରେ କହୁଛନ୍ତି, ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

ନଇଁବାକୁ ପ୍ରସ୍ତୁତ ନୁହେଁ ଇରାନ, ଆମେରିକାକୁ ଦେଲା ଅଲ୍ଟିମେଟମ, ‘ଗ୍ୟାରେଣ୍ଟି ଦିଅ, ନଚେତ୍‌ ମୁଣ୍ଡ ବଦଳରେ ମୁଣ୍ଡ…’

ତେହରାନ୍‌,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି କହିଛନ୍ତି ଯେ ଇରାନ ଏକ ଚୁକ୍ତିରେ ପହଞ୍ଚିବାକୁ ଚାହୁଁଛି; କିନ୍ତୁ, ଇରାନ ପକ୍ଷରୁ ଏକ କଠୋର ବିବୃତ୍ତି ଆସିଛି।…

କଲମ୍ବିଆରେ ସେନା ବିମାନ ଦୁର୍ଘଟଣା; ୬୬ ଯବାନ ମୃତ, ଭିଡିଓ ଦେଖିଲେ….

କଲମ୍ବିଆ,୨୪।୩: କଲମ୍ବିଆରେ ଏକ ବଡ଼ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୧୨୫ ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ବିମାନ ପୁଏର୍ଟୋ…

ଇରାନ-ଆମେରିକା ଯୁଦ୍ଧରେ ମଧ୍ୟସ୍ଥତା କରିବ ପାକିସ୍ତାନ! ଟ୍ରମ୍ପଙ୍କ ସହ କଥା ହେଲେ ମୁନିର

ଇସଲାମାବାଦ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ସମାଧାନ ପାଇଁ ପ୍ରୟାସ ତୀବ୍ର ହୋଇଛି। ଗୋଟିଏ କ୍ଷେତ୍ରରେ, ଆମେରିକା ଏବଂ ଇରାନ ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri