ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ ଟଙ୍କା ପରିଶୋଧ ନ କରିବାରୁ ଏପରି କରାଯାଇଛି। ଲକ୍‌ ଥାନା ପୋଲିସ ଓ ବ୍ୟାଙ୍କ ଅଫିସରଙ୍କ ଉପସ୍ଥିତିରେ ତାହାକୁ ଜବତ କରାଯାଇଛି। ସୂଚନା ମୁତାବକ, କୁଜଙ୍ଗ ତହସିଲ ଅଧୀନ ଗଡଠାରେ ପ୍ଲଟ ନଂ. ୧୨୫୧/୧୭୬୪, ଖାତା ନଂ. ୫୬୨/୨୧୨ର ୪୦ ଡିସିମିଲ ଜାଗା ବନ୍ଧକ ରଖି ଜାଗା ମାଲିକ ସୁଶାନ୍ତ କୁମାର ସ୍ବାଇଁ ନିକଟସ୍ଥ କାନାରା ବ୍ୟାଙ୍କରୁ ଗତ ୨୦୧୧ ମେ’ ୨୭ ରେ ୩୨ ଲକ୍ଷ ୯୦ ହଜାର ଟଙ୍କା ଋ଼ଣ ନେଇଥିଲେ। ଏହାପରେ ଆଉ ଋ଼ଣ ନ ଶୁଝିବାରୁ ବ୍ୟାଙ୍କ ମୁଖ୍ୟାଳୟ କଟକ ପକ୍ଷରୁ ଅଦାଲତରେ ମାମଲା ନଂ.୧୧୩୩ ରୁଜୁ କରାଯାଇଥିଲା। ବିଚାରପତି ଘର ଦଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜଗତ୍‌ସିଂହପୁର ଜିଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଥିଲା। ଏହିକ୍ରମରେ ପୋଲିସ ସମେତ ଓକିଲ, ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ସପନ ରାଜନଙ୍କ ଉପସ୍ଥିତିରେ ଉକ୍ତ ଘର ଦଖଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ଜଙ୍ଗଲରୁ ମିଳିଲା ଯୁବତୀଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ନା ହତ୍ୟା ବଢିଲା ସସ୍‌ପେନ୍ସ

ପଟ୍ଟାଙ୍ଗି,୨୨।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଅନ୍ତର୍ଗତ କପାଟିଗୁଡା ଜଙ୍ଗଲରୁ ସନ୍ଦେହଜନକ ଭାବେ ଯୁବତୀଯୁବକଙ୍କ ମୃତଦେହ ସୁଙ୍କି ପୋଲିସ ଉଦ୍ଧାର…

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ : ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଲାଞ୍ଜିଗଡ଼,୨୨।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ନିଜେ ଚଳାଉଥିବା ଟ୍ରାକ୍ଟର ଚକରେ ଚାପିହୋଇ ଡ୍ରାଇଭରଙ୍କ…

ନାବାଳିକାଙ୍କୁ ବ୍ଲାକମେଲ କରି ଦୀର୍ଘଦିନ ଧରି ଶୋଷଣ କରୁଥିଲେ ନାବାଳକ, ଅଭିଯୋଗ ପରେ ନାବାଳକଙ୍କୁ …

ପାରଳାଖେମୁଣ୍ଡି, ୨୨।୬(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ…

ଅତର ବ୍ୟବସାୟୀଙ୍କୁ ଠକେଇ, ଅସଲି ନେଇ ନକଲି ଦେଇଦେଲେ, ଠକିନେଲେ ଏତେ କୋଟି ଟଙ୍କା

ଛତ୍ରପୁର, ୨୨।୬( ଦିଲ୍ଲୀପ ସାମଲ): ଅତି ଚତୁରତା ସହ ବ୍ଲୁ ପ୍ରିଣ୍ଟ କରି ଫିଲ୍ମ ଷ୍ଟାଇଲରେ ହୋଇଛି କିଆ ଅତର ଠକେଇ । ଲକ୍ଷ କି ଦୁଇ…

ମହିଳା ଆଇନଜୀବୀଙ୍କ ଆକସ୍ମିକ ବିୟୋଗ: ଚାରିଆଡ଼େ ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି, ୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟା ଆଇନଜୀବି ରମା ସୁବୁଦ୍ଧିଙ୍କ ସୋମବାର ଆକସ୍ମିକ ପରଲୋକ ହୋଇଯାଇଛି। ଗତ ୧୯୫୨…

ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri