ବାଣିଜି୍ୟକ ସମ୍ପର୍କରେ ତାଲିବାନୀ ଅଙ୍କୁଶ: ପାର୍ବଣରେ ‘ଡ୍ରାଏ ଫୁଡ୍‌’ ମହଙ୍ଗା

କାବୁଲ/ନୂଆଦିଲ୍ଲୀ: ଆଫ୍‌ଗାନିସ୍ତାନକୁ କବ୍‌ଜା କରିବା ପରେ ନିଜର ପ୍ରକୃତ ଚେହେରା ଦେଖାଇବା ଆରମ୍ଭ କରିଛି ତାଲିବାନ। ଭାରତ ସହିତ ସମସ୍ତ ଆମଦାନୀ ଏବଂ ରପ୍ତାନି ଉପରେ ରୋକ୍‌ ଲଗାଇ ଦେଇଛି ଏହି ଆତଙ୍କବାଦୀ ସଙ୍ଗଠନ। ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଏକ୍ସପୋର୍ଟ ଅର୍ଗାନାଇଜେଶନ (ଏଫ୍‌ଆଇଇଓ) ମହାନିର୍ଦ୍ଦେଶକ ଡ. ଅଜୟ ସହାଇ ଏ ନେଇ ସୂଚନା ଦେଇଛନ୍ତି। ପାକିସ୍ତାନର ଟ୍ରାଞ୍ଜିଟ୍‌ ରୁଟ୍‌ ଦେଇ ହେଉଥିବା ସମସ୍ତ କାର୍ଗୋ ଗତିବିଧି ଉପରେ ତାଲିବାନ ଅଙ୍କୁଶ ଲଗାଇଛି। ଫଳରେ ଆଫଗାନିସ୍ତାନ-ଭାରତ ମଧ୍ୟରେ ଶତାଧିକ ବର୍ଷ ଧରି ଚାଲିଆସିଥିବା ବାଣିଜି୍ୟକ କାରବାର ପ୍ରଭାବିତ ହୋଇଛି। ଏଥିଯୋଗୁ ଆଗାମୀ ପାର୍ବଣରେ ଡ୍ରାଏ ଫୁଡ୍‌’ ଦର ଆକାଶଛୁଅଁା ହେବା ଏକପ୍ରକାର ନିଶ୍ଚିତ ହୋଇଛି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଏଫ୍‌ଆଇଇଓ ମହାନିର୍ଦ୍ଦେଶକ କହିଛନ୍ତି, ଆଫଗାନିସ୍ତାନ ସହିତ ଭାରତର ସମ୍ପର୍କ ବହୁ ପୁରୁଣା। ସେଠାକାର ଭିତ୍ତିଭୂମିର ବିକାଶ ଲାଗି ଭାରତ ସରକାର ବିପୁଳ ଅର୍ଥନିବେଶ କରିଛନ୍ତି। ହେଲେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଫଗାନିସ୍ତାନର ରାଜନୈତିକ ସ୍ଥିରତା ଉପରେ ସବୁକିଛି ନିର୍ଭର କରୁଛି। କିଛିଦିନ ଭିତରେ ବାଣିଜି୍ୟକ ସମ୍ପର୍କ ସ୍ବାଭାବିକ ହୋଇଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଦକ୍ଷିଣ ଏସିଆରେ ଆଫ୍‌ଗାନିସ୍ତାନର ସବୁଠାରୁ ବଡ଼ ବଜାର ହେଉଛି ଭାରତ। ମୁଖ୍ୟତଃ କିସ୍‌ମିସ୍‌, ଅଖରୋଟ, ବାଦାମ, ପାସ୍ତା ଭଳି ସୌଖୀନ ଖାଦ୍ୟ ସାମଗ୍ରୀ ସେଠାରୁ ଆମଦାନୀ କରାଯାଇଥାଏ। ଏହାକୁ ବାଦ୍‌ଦେଲେ ଡାଳିମ୍ବ, ସେଓ, ଚେରି, ଖଜୁରି, ଖରଭୁଜ, ତରଭୁଜ, ମସଲା ଜାତୀୟ ପଦାର୍ଥ ହିଙ୍ଗୁ, ଜୀରା, ଔଷଧୀୟ ଜଡ଼ିବୁଟି ସମେତ ପିଆଜ ମଧ୍ୟ ଆସିଥାଏ। ସେହିପରି ଭାରତରୁ ଚା, ଚିନି, କଫି, କପା ବସ୍ତ୍ର, ଗୋଲମରିଚ ରପ୍ତାନି କରାଯାଇଥାଏ। ୨୦୨୧ରେ ଭାରତ ଆଫଗାନିସ୍ତାନକୁ ୮୩୫ ମିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିବାବେଳେ ୫୧୦ ମିଲିୟନ ଡଲାରର ସାମଗ୍ରୀ ଆମଦାନୀ କରିଥିଲା। ହେଲେ ତାଲିବାନୀ ଗୋଷ୍ଠୀର ଏଭଳି ଭାରତ ବିରୋଧୀ ମନୋଭାବ ପରେ ଆଫ୍‌ଗାନିସ୍ତାନ ସହ ରହି ଆସିଥିବା ଦୀର୍ଘ ଶତାବ୍ଦୀର ବାଣିଜି୍ୟକ ସମ୍ପର୍କ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ବିଶେଷ କରି ‘ଡ୍ରାଏ ଫୁଡ୍‌’ ଦର ଉପରେ ଏହାର ପ୍ରଭାବ ପଡ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଆଫଗାନିସ୍ତାନରୁ ଓ୍ବାଘା-ଅଟାରୀ ବୋର୍ଡର ଦେଇ ଡ୍ରାଏ ଫୁଡ୍‌ ଆମଦାନୀ କରାଯାଇଥାଏ। ହେଲେ ବାଣିଜି୍ୟକ ଅଙ୍କୁଶ ପରେ ଏହା ବନ୍ଦ ହୋଇଯିବା ଆଶଙ୍କା ବଢ଼ିଛି।
ପଞ୍ଜାବର ବ୍ୟବସାୟୀଙ୍କ ସୂଚନା ଅନୁଯାୟୀ, ଆଫ୍‌ଗାନିସ୍ତାନ ‘ଡ୍ରାଏ ଫୁଡ୍‌’ର ସବୁଠାରୁ ବଡ଼ ବଜାର ହେଉଛି ଭାରତ। ବାର୍ଷିକ ୨୯୦୦ କୋଟି ଟଙ୍କାର ଡ୍ରାଏ ଫୁଡ୍‌ ଆମଦାନୀ ହୋଇଥାଏ। ହିଂସାଗ୍ରସ୍ତ ଆଫ୍‌ଗାନିସ୍ତାନରୁ ଏସବୁ ସାମଗ୍ରୀ ସ୍ବାଭାବିକ ଭାବେ ଆମଦାନୀ ହୋଇପାରୁ ନ ଥିବାରୁ ଡ୍ରାଏ ଫୁଡ୍‌ ଦର ୨୫ରୁ ୩୦% ଯାଏ ବୃଦ୍ଧି ଘଟିଛି। କେଜି ପିଛା ୬୦୦ ଟଙ୍କାରେ ବିକ୍ରି ହେଉଥିବା ପାସ୍ତା ବାଦାମ ମୂଲ୍ୟ ୧୦୦୦ ଟଙ୍କାରେ ପହଞ୍ଚତ୍ଛି। ପୂର୍ବରୁ ଦୈନିକ ୮ରୁ ୧୦ ଟ୍ରକ୍‌ ‘ଡ୍ରାଏ ଫୁଡ୍‌’ ଆସୁଥିବାବେଳେ ତାଲିବାନର ନିର୍ଦ୍ଦେଶ ପରେ ଏବେ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କେବଳ ଏତିକି ନୁହେଁ, ଭୟଭୀତ ଆଫଗାନ ବ୍ୟବସାୟୀ ଭାରତୀୟ ବଜାରରୁ ବକେୟା ଅର୍ଥ ସଂଗ୍ରହ କରିବାକୁ ମଧ୍ୟ ଇଚ୍ଛୁକ ହେଉନାହାନ୍ତି। ସ୍ଥିତି ସୁଧୁରିଲେ ସେମାନେ ଏହି ଅର୍ଥ ନେବେ ବୋଲି କହୁଛନ୍ତି। ଆଗକୁ ଭାରତରେ ପାର୍ବଣ ଋତୁ ଆରମ୍ଭ ହେବାକୁ ଥିବାବେଳେ ‘ଡ୍ରାଏ ଫୁଡ୍‌’ ବଜାର ମହଙ୍ଗା ହେବ ବୋଲି ଅଧିକାଂଶ ବ୍ୟବସାୟୀ କହିଛନ୍ତି। ସେହିପରି ଲୁଧିଆନାର ହୋସିଏରି ଉଦ୍ୟୋଗୀ ବାର୍ଷିକ ୫୦ କୋଟି ଏବଂ ଟୁଲ୍‌ ଉଦ୍ୟୋଗୀ ୨୦ କୋଟି ଟଙ୍କାର ସାମଗ୍ରୀ ରପ୍ତାନି କରୁଥିଲେ। ଏବେ ଏସବୁ ବ୍ୟବସାୟିକ କାରବାର ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିବା ଜଳଜଳ ହୋଇ ଦିଶିଲାଣି।
ଅନ୍ୟପକ୍ଷେ ୨୦୧୧ରୁ ଭାରତ ଆଫ୍‌ଗାନିସ୍ତାନର ଭିତ୍ତିଭୂମି ବିକାଶରେ ବିପୁଳ ଅର୍ଥ ବିନିଯୋଗ କରିଛି। ସଡ଼କ, ନଦୀବନ୍ଧ, ହସ୍ପିଟାଲ, ବିମାନବନ୍ଦର ଭଳି ଯୋଜନାରେ ୨୨ ହଜାର ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନିବେଶ କରାଯାଇଛି। ଦୀର୍ଘ ୨ ଦଶନ୍ଧି ପରେ ଆଫ୍‌ଗାନିସ୍ତାନର ଶାସନ କ୍ଷମତା ପୁନର୍ବାର ତାଲିବାନ ହାତକୁ ଚାଲିଯିବା ପରେ ଏସବୁ ପ୍ରକଳ୍ପର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri