ଓଡ଼ିଶାରେ ଗ୍ରାହକଙ୍କ କ୍ରୟଶକ୍ତି ବେଶ୍‌ ଉନ୍ନତ: ସଞ୍ଜୟ ଲୋହିଆ

ବ୍ରାଣ୍ଡେଡ୍‌ ଜୋତାର ସୁପର ଷ୍ଟକିଷ୍ଟ ଭାବେ ଭୁବନେଶ୍ୱରର ରାମ୍‌ଜୀ ଏଣ୍ଟରପ୍ରାଇଜେସ ଡିଲର ଏବଂ ଡିଷ୍ଟ୍ରିବ୍ୟୁଟର୍ସଙ୍କ କ୍ଷେତ୍ରରେ ବେଶ୍‌ ଜଣାଶୁଣା। ଶୁ’ର ବିଭିନ୍ନ ବ୍ରାଣ୍ଡ ଯୋଗାଣ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ଏହାର ସ୍ବତ୍ୱାଧିକାରୀ ସଞ୍ଜୟ ଲୋହିଆ। ବର୍ତ୍ତମାନ ୨୦୦ ଡିଲର ଏବଂ ଡିଷ୍ଟ୍ରିବ୍ୟୁଟର୍ସଙ୍କ ସହ ରାମ୍‌ଜୀ ଏଣ୍ଟରପ୍ରାଇଜେସ ଯୋଡ଼ିହୋଇଛି। ଏହି ଧାରା ବୃଦ୍ଧି ଦିଗରେ ଲକ୍ଷ୍ୟ ରଖାଯାଇଛି ବୋଲି ସେ କୁହନ୍ତି। ବର୍ତ୍ତମାନର ବଜାର ସ୍ଥିତି ଏବଂ ସଂସ୍ଥାର କାର୍ଯ୍ୟଧାରା ନେଇ ଲୋହିଆଙ୍କ ସହ ‘ଧରିତ୍ରୀ’ର ସ୍ବତନ୍ତ୍ର ସାକ୍ଷାତ୍‌କାର…

ପ୍ରଶ୍ନ- ଶୁ’ର ସୁପର ଷ୍ଟକିଷ୍ଟ ଭାବେ ରାମ୍‌ଜୀ ଏଣ୍ଟରପ୍ରାଇଜେସ ଡିଲର, ଡିଷ୍ଟ୍ରିବ୍ୟୁଟର୍ସ ଏବଂ ଅନ୍ୟ ଅଂଶୀଦାରଙ୍କ ମଧ୍ୟରେ ଏତେ ଆଦୃତ କିଭଳି ହୋଇପାରିଛି?
ଉତ୍ତର- ଆମେ ସମ୍ପୂର୍ଣ୍ଣ ଭାବେ ବ୍ରାଣ୍ଡେଡ୍‌ ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଇ ଆସିଛୁ। ରାଜ୍ୟରେ ଅନ୍ୟ କୌଣସି ଷ୍ଟକିଷ୍ଟ ଏତେ ସଂଖ୍ୟକ ବ୍ରାଣ୍ଡର ଯୋଗାଣ କରୁନାହାନ୍ତି। ଗୋଟିଏ ଛାତ ତଳେ ଅଂଶୀଦାରଙ୍କ ଲାଗି ବହୁ ବ୍ରାଣ୍ଡ୍‌ ବିକଳ୍ପ ରହୁଥିବାରୁ ଡିଲରମାନେ ଆମ ସହ ଯୋଡ଼ିହେବାକୁ ପସନ୍ଦ କରୁଛନ୍ତି। ଆମର ଗୁଣବତ୍ତା ସେବା ଯୋଗୁ ଏହା ସମ୍ଭବ ହୋଇପାରିଛି।
ପ୍ରଶ୍ନ- ଆପଣଙ୍କ ସହ କେଉଁ ଶୁ ବ୍ରାଣ୍ଡ୍‌ ବର୍ତ୍ତମାନ ଯୋଡ଼ିି ହୋଇଛନ୍ତି?
ଉତ୍ତର- ବର୍ତ୍ତମାନ ଆମ ସହ ପ୍ରମୁଖ ବ୍ରାଣ୍ଡଗୁଡିକ ଯୋଡ଼ି ହୋଇଛନ୍ତି। ଏହା ମଧ୍ୟରେ ଲିବର୍ଟି, ଲିକୁପର, ରେଡ୍‌ଚିଫ୍‌, ଉଡ୍‌ଲ୍ୟାଣ୍ଡ, ଆବ୍‌ରସ୍‌, ଏରୋବ୍ଲୁ, ହିଟ୍ସ, ଦା ନାଚ୍ୟୁରୋ ସହ ଅନ୍ୟ କିଛି ବ୍ରାଣ୍ଡ ଏବଂ ଆସୋସୋରିଜ ବ୍ରାଣ୍ଡ୍‌ ମଧ୍ୟ ସାମିଲ ଅଛନ୍ତି।
ପ୍ରଶ୍ନ- ଯୋଗାଣ ଚେନ୍‌କୁ କରୋନା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ କରିଥିଲା। ଆପଣଙ୍କ କାରବାର ଏହାଦ୍ୱାରା କିଭଳି ପ୍ରଭାବିତ ହୋଇଛି?
ଉତ୍ତର-୨ ମାସ ଲକ୍‌ଡାଉନରେ କାରବାର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଲକ୍‌ଡାଉନ ପରେ ବେପାର ମୋଟାମୋଟି ଭାବେ ଠିକ୍‌ ରହିଥିଲା। ପାର୍ବଣ ଏବଂ ବିବାହ ଉପରେ କରୋନା ପ୍ରଭାବ ରହିବାରୁ ଆମ ବ୍ୟବସାୟକୁ ଏହା କ୍ଷତିଗ୍ରସ୍ତ କରିଛି। ହାଇଏଣ୍ଡ ସେଗ୍‌ମେଣ୍ଟ କାରବାର ଠପ୍‌ ହୋଇଥିବା ବେଳେ ମିଡିୟମ ଏବଂ ଲୋ ସେଗ୍‌ମେଣ୍ଟ ବର୍ଗରେ ପ୍ରଡକ୍ଟ ବିକ୍ରି ଠିକ୍‌ ରହିଥିଲା। ୨୦-୨୫% କାରବାର କ୍ଷତି ସହିଛୁ।
ପ୍ରଶ୍ନ- ବିଜ୍‌ନେସ ଟ୍ରାକ୍‌କୁ ଆସୁଥିବା ଅନୁଭବ କରୁଛନ୍ତି କି?
ଉତ୍ତର- ହଁ। କାରବାର ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି। ଅଗଷ୍ଟରେ ବର୍ଷା ଏବଂ ପାର୍ବଣ କମ୍‌ ଥିବାରୁ ବେପାର ଏବେ ଧୀମା ରହିଛି। ମାତ୍ର ମୋଟାମୋଟି ଭାବେ ବେପାର ସୁଧାର ପଥକୁ ଫେରୁଥିବା କହିହେବ।
ପ୍ରଶ୍ନ- ତୃତୀୟ ଲହର ନ ଆସିଲେ ବଜାରରେ ସବୁ କିଛି ଠିକ୍‌ ହୋଇଯିବ ବୋଲି ଭାବୁଛନ୍ତି କି?
ଉତ୍ତର- ତୃତୀୟ ଲହରକୁ ନେଇ ଆଶଙ୍କାରେ ଅଛୁ। କେବେ କ’ଣ ଆସିବ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନ ହେଲେ ବି ମିଡିଆରେ ବିଭିନ୍ନ ଖବର ଆସୁଛି। ଭଗବାନଙ୍କ କୃପାରୁ ଯଦି ତୃତୀୟ ଲହର ନ ଆସେ ତେବେ ବିଜ୍‌ନେସ ଭଲ ହେବା ସହ ଅନ୍‌ଟ୍ରାକ୍‌କୁ ଆସିଯିବ ବୋଲି ଆଶା।
ପ୍ରଶ୍ନ- ରାଜ୍ୟରେ ଫୁଟ୍‌ଓ୍ବେର ଟ୍ରେଣ୍ଡକୁ ନେଇ ଆପଣଙ୍କ ମତ କ’ଣ?
ଉତ୍ତର- ଓଡ଼ିଶାରେ ଫୁଟ୍‌ଓ୍ବେର ଟ୍ରେଣ୍ଡ୍‌ ସ୍ବତନ୍ତ୍ର ରହିଛି। ଗ୍ରାହକମାନେ ସବୁ ବର୍ଗରେ ପ୍ରଡକ୍ଟ କିଣିବାକୁ ପସନ୍ଦ କରୁଛନ୍ତି। ସ୍ପୋଟର୍‌ସ ଶୁ’ର ବିକ୍ରି ବହୁତ ଭଲ ରହିଛି। ଫର୍ମାଲ ଶୁ, ସ୍ଲିପର, ସାଣ୍ଡାଲ, ଲେଡିଜ୍‌ ସହ ଅନ୍ୟ ବର୍ଗଗୁଡିକର ପ୍ରଡକ୍ଟ ବିକ୍ରି ସାରା ରାଜ୍ୟରେ ବେଶ୍‌ ଭଲ ହେଉଥିବା ଦେଖିବାକୁ ପାଉଛୁ। ଗ୍ରାହକ ପ୍ରାୟ ସବୁ ସେଗ୍‌ମେଣ୍ଟକୁ ଭଲ ରେସ୍‌ପନ୍ସ ଦେଖାଉଛନ୍ତି।
ପ୍ରଶ୍ନ- ପ୍ରମୁଖ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ଅଫ୍‌ଲାଇନ ବିଜ୍‌ନେସକୁ କ୍ଷତି କରୁଥିବା ଅଭିଯୋଗ ହୋଇ ଆସୁଛି। ଏ ନେଇ କ’ଣ କହିବେ?
ଉତ୍ତର- ଅନ୍‌ଲାଇନ ପ୍ଲାଟ୍‌ଫର୍ମ ଦ୍ୱାରା ସାରା ଦେଶର ଅଫ୍‌ଲାଇନ ଟ୍ରେଡରମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନ୍‌ଲାଇନ କାରବାର ଦ୍ୱାରା ଆମକୁ ଯେଭଳି ଅଧିକ ସମସ୍ୟା ସାମ୍ନା କରିବାକୁ ନ ହେବ ସେ ନେଇ ମାନୁଫାକଚରିଂ କମ୍ପାନୀଗୁଡିକ ସହ ଆଲୋଚନା କରୁଛୁ। ଓଡ଼ିଶା ଫୁଟ୍‌ଓ୍ବେର ଆସୋସିଏଶନ ଏ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରୁଛି। ଏ ନେଇ ବର୍ତ୍ତମାନ କିଛି ସ୍ପଷ୍ଟ ଭାବେ କହି ହେବ ନାହିଁ। ମାତ୍ର ଅନ୍‌ଲାଇନ ପ୍ଲାଟ୍‌ଫର୍ମ ଯେଭଳି ଅଫ୍‌ଲାଇନ କାରବାରକୁ କ୍ଷତି ନ ପହଞ୍ଚାଉ ସେ ନେଇ ଉଦ୍ୟମ ଜାରି ରହିବ।
ପ୍ରଶ୍ନ- ଅନ୍‌ଲାଇନରୁ କ୍ରୟ କରୁଥିବା ଗ୍ରାହକଙ୍କୁ ଆପଣଙ୍କର କ’ଣ ପରାମର୍ଶ ରହିବ?
ଉତ୍ତର- ଷ୍ଟୋର ଯାଇ ପ୍ରଡକ୍ଟ ପସନ୍ଦ କରିବା ସହ ଏହାକୁ ନ ପିନ୍ଧିବା ଯାଏ ଆପଣ ଜାଣିବା କଷ୍ଟକର ଯେ ପ୍ରଡକ୍ଟ କିଭଳି ରହିଛି। କେବଳ ଅନ୍‌ଲାଇନରେ ଦେଖି ଦେଇ ସାମଗ୍ରୀ କେମିତି ରହିବ ଜାଣି ହେବ ନାହିଁ। ପ୍ରଡକ୍ଟ କିଣାରେ ଟଚ୍‌ ଆଣ୍ଡ ଫିଲ୍‌ ଅନ୍‌ଲାଇନରେ ନ ଥାଏ। ଫୁଟ୍‌ଓ୍ବେର ବର୍ଗରେ ଟ୍ରାଏଲ, ଆରାମ ଭଳି ପ୍ରସଙ୍ଗ ଅନ୍‌ଲାଇନରେ ମିଳି ନ ଥାଏ। ଗ୍ରାହକଙ୍କ ସାଇଜ, ଗୁଣବତ୍ତା ଏବଂ ସନ୍ତୁଷ୍ଟି ଭଳି ଦିଗକୁ ଧ୍ୟାନଦେବାକୁ ପଡିବ, ଯାହା କେବଳ ଅଫ୍‌ଲାଇନ କ୍ରୟରେ ସମ୍ଭବ।
ପ୍ରଶ୍ନ- ପାର୍ବଣ ପାଇଁ କ’ଣ ଯୋଜନା ସବୁ ରଖିଛନ୍ତି?
ଉତ୍ତର-ପାର୍ବଣ ପାଇଁ କିଛି କିଛି ସ୍କିମ୍‌ ରହିଛି। କମ୍ପାନୀଗୁଡିକ ପ୍ରଦାନ କରୁଥିବା ବିଭିନ୍ନ ଅଫର ଡିଲର ଏବଂ ଡିଷ୍ଟ୍ରିବ୍ୟୁଟର୍ସଙ୍କୁ ଦେବୁ। ପ୍ରତିବର୍ଷ ଡିଲର ଡିଷ୍ଟ୍ରିବ୍ୟୁଟର୍ସ ନେଇ ଏକ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଆୟୋଜନ କରିଥାଉ। କରୋନା କଟକଣା ପାଇଁ ଏହା ଗତ ବର୍ଷଠାରୁ ହୋଇପାରୁନାହିଁ। ଏଠାରେ ବିଭିନ୍ନ ସୁବିଧା ସେମାନଙ୍କ ପ୍ରଦାନ କରିଥାଉ।
ପ୍ରଶ୍ନ- ସମ୍ପ୍ରସାରଣ ନେଇ ଆପଣଙ୍କ ଯୋଜନା କ’ଣ?
ଉତ୍ତର- ରାଜ୍ୟରେ ବର୍ତ୍ତମାନ ୨୦୦ ଡିଲର ଆମ ସହ ଯୋଡ଼ିହୋଇଛନ୍ତି। ନୂଆ ବ୍ରାଣ୍ଡ୍‌ ଆବ୍‌ରସକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପହଞ୍ଚାଇବାକୁ ବର୍ତ୍ତମାନ କାମ କରୁଛୁ। ଡିସେମ୍ବର ସୁଦ୍ଧା ପ୍ରାୟ ୧ ହଜାର ଡିଲରଙ୍କ ସହ ଯୋଡ଼ିବାକୁ ଯୋଜନା ରହିଛି।
ପ୍ରଶ୍ନ- ଷ୍ଟୋର ଫର୍ମାଟରେ ଆସିବାକୁ ଯୋଜନା ରଖିଛନ୍ତି କି?
ଉତ୍ତର- ବର୍ତ୍ତମାନ ଷ୍ଟୋର ଫର୍ମାଟରେ ଆସିବା ନେଇ କିଛି ଯୋଜନା ନାହିଁ। ଯଦି କିଛି ଯୋଜନା ହୁଏ ତେବେ ଅଂଶୀଦାରଙ୍କୁ ନିଶ୍ଚିତ ଭାବେ ଜଣାଇଦେବୁ।
ପ୍ରଶ୍ନ- ଫ୍ରି ଟାଇମ୍‌ରେ କ’ଣ କରନ୍ତି?
ଉତ୍ତର- ସ୍ପୋଟର୍‌ସରେ ରୁଚି ରଖେ। ଟିଭିରେ ମନୋରଞ୍ଜନ କାର୍ଯ୍ୟକ୍ରମ ଏବଂ ନ୍ୟୁଜ୍‌ ଦେଖେ। ପରିବାରକୁ କିଛି ସମୟ ଦିଏ।
ପ୍ରଶ୍ନ- ଓଡ଼ିଶାରେ ବାଣିଜ୍ୟ କରିବା କେତେ ସହଜ। ଏହାକୁ ନେଇ ଆପଣଙ୍କ ମତ କ’ଣ?
ଉତ୍ତର- ଓଡ଼ିଶାରେ କାରବାର ଲାଗି ଭଲ ସୁଯୋଗ ରହିଛି। ଭବିଷ୍ୟତରେ ମଧ୍ୟ ବହୁ ଭଲ ବ୍ୟବସାୟ ହେବ। ଲୋକଙ୍କ କ୍ରୟ କ୍ଷମତା ଉନ୍ନତ ରହିଛି। ମିଡିୟମ ସେଗ୍‌ମେଣ୍ଟରେ ବ୍ୟବସାୟ ବହୁତ ଭଲ ରହିଛି। ରାଜ୍ୟର ସବୁ ବର୍ଗରେ ଗ୍ରାହକ ରହିଥିବାରୁ କାରବାରରେ କିଛି ସମସ୍ୟା ହେଉନାହିଁ।
ପ୍ରଶ୍ନ- ଫୁଟ୍‌ଓ୍ବେର କମ୍ପାନୀଗୁଡ଼ିକ ଆପଣଙ୍କଠାରୁ ଫିଡ୍‌ବ୍ୟାକ୍‌ ନିଅନ୍ତି କି?
ଉତ୍ତର- ଓଡ଼ିଶା ବଜାରକୁ ନେଇ କମ୍ପାନୀ ପ୍ରବେଶ ବେଳେ ଆମ ସହ ଆଲୋଚନା କରିଥାନ୍ତି। କମ୍ପାନୀ ଯାହା କିଛି ଜାଣିବାକୁ ଚାହାନ୍ତି ସୋମନଙ୍କ ସହ ସହଯୋଗ କରିଥାଉ।

ସାକ୍ଷାତ୍‌କାର: ସତ୍ୟାନନ୍ଦ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?