ଗଞ୍ଜାମ୧୩।୯(ବିଦ୍ୟାଧର ସାହୁ ): ମଦ୍ୟପାନ କରି ଗାଡି ନ ଚଲେଇବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । କିନ୍ତୁ ପ୍ରଶାସନର ତାଗିଦକୁ ଭୃକ୍ଷେପ ନକରି କିଛି ମଦ୍ୟପ ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଇ ଦୁର୍ଘଟଣା ଘଟାଉଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ସହରରେ । ମିଳିଥିବା ସୂଚନା ଅନୁଯାଇ ଟ୍ରକ ନଂ ଓଡ଼ି 02ବିବି 8771ରାତି ପ୍ରାୟ ଏଗାରଟାରେ ବ୍ରହ୍ମପୁରରୁ ଭୁବନେଶ୍ୱର ପଟେ ଯାଉଥିବା ବେଳେ ବାଇପାସରୁ ଗଞ୍ଜାମ ସହରକୁ ପ୍ରବେଶ କରିଥିଲେ । ସାନ ବଜାର ଅତିକ୍ରମ କଲା ପରେ ବଡ଼ ବଜାର ଠାରେ ଡିଭାଇଡ଼ରକୁ ଟ୍ରକ୍ଟି ପିଟି ହୋଇ ଯାଇଥିଲା । ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଗାଡିରୁ ଓହ୍ଲାଇଥିଲେ । ଡ୍ରାଇଭର ଜଣକ ପ୍ରଚୁର ମଦ୍ୟପାନ କରିଥିବା ଦୁର୍ଘଟଣାସ୍ଥଳରେ ଆଲୋଚନା ଜୋର ଧରିଛି ।ଖବର ପାଇ ଗଞ୍ଜାମ ଥାନା ମହିଳା ସେକେଣ୍ଡ ଅଫିସର ସୁପ୍ରଭା ସାହୁ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଖବର ଶେଷ ସୁଦ୍ଧା ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ଟି ସେମିତି ଡିଭାଇଡ଼ରରେ ଲଟକି ରହିଥିବା ଦେଖିବାକୁ ମିଳିଛି ।

