କୋଟିଏ ଟଙ୍କାର ଡ୍ରଗ୍ସ ଜବତ

ଭୁବନେଶ୍ୱର, ୪।୧୦ (ବ୍ୟୁରୋ)/ ବାଲିଅନ୍ତା (ଡି.ଏନ୍‌.ଏ.): ଓଡ଼ିଶା ଏବେ ଡ୍ରଗ୍ସ କାରବାରର ହବ୍‌ ପାଲଟିଛି। କେତେବେଳେ ରାଜ୍ୟରୁ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି ତ ପୁଣି ଆଉ କେତେବେଳେ ବାହାର ଦେଶରୁ ବ୍ରାଉନସୁଗାର ଓ ଅନ୍ୟ ନିଶାଦ୍ରବ୍ୟ ରାଜ୍ୟକୁ ଆସୁଛି। ବିଶେଷକରି ରାଜଧାନୀ ଭୁବନେଶ୍ୱର ଦେଇ ଚୋରାଚାଲାଣ ହେଉଛି। ଶୁକ୍ରବାର ଓ ଶନିବାର ଦୁଇଦିନରେ କୋଟିଏ ଟଙ୍କାର ଡ୍ରଗ୍ସ ଜବତ ହୋଇଛି। ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିବାବେଳେ କମିଶନରେଟ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ କରିଛି।
ଆନ୍ଧ୍ରପ୍ରଦେଶରୁ ବିପୁଳ ପରିମାଣର ଗଞ୍ଜେଇ ଭୁବନେଶ୍ୱର ଦେଇ ବିହାର ଚାଲାଣ ହେଉଥିବାନେଇ ଏନ୍‌ସିବି ନିକଟରେ ଖବର ପହଞ୍ଚତ୍ଥିଲା। ଏହି ଚୋରା ଚାଲାଣକୁ ଧରିବା ପାଇଁ ଏନ୍‌ସିବି ଟିମ୍‌ ଶନିବାର ଖୋର୍ଦ୍ଧା ଗୋଡ଼ିପଡ଼ା ଟୋଲ୍‌ଗେଟ୍‌ରେ ଜଗି ରହି ଯାଞ୍ଚ କରିଥିଲେ। ଏପି୦୫୧୫୬୬ ନମ୍ବର ବିଶିଷ୍ଟ ଟ୍ରକ୍‌ଟି ପହଞ୍ଚତ୍ବାକ୍ଷଣି ଏନ୍‌ସିବି ଅଧିକାରୀମାନେ ଡ୍ରାଇଭରକୁ କାବୁ କରି ନେଇଥିଲେ। ପରେ ଟ୍ରକ୍‌କୁ ଯାଞ୍ଚ କରିବା ପରେ କତା ବୋଝେଇ ବସ୍ତା ଭିତରୁ ୭୦୦ କେଜିର ଗଞ୍ଜେଇ ମିଳିଥିଲା। ଏହାପରେ ଟ୍ରକ୍‌ ସହ ଉକ୍ତ ଗଞ୍ଜେଇକୁ ଜବତ କରାଯିବା ସହ ଡ୍ରାଇଭରଙ୍କୁ ଗିରଫ କରିଥିଲା ଏନ୍‌ସିବି।
ଅନ୍ୟପକ୍ଷରେ ବାଲେଶ୍ୱରରୁ ଭୁବନେଶ୍ୱର ଲମ୍ବିଥିବା ବ୍ରାଉନସୁଗାର ର଼୍ୟାକେଟକୁ ଧରିବା ପାଇଁ କମିଶନରେଟ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ ସ୍ବତନ୍ତ୍ର ଅପରେଶନ ଚଳାଇଛି। ଏହି ଅଭିଯାନରେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳର ଭେଲୋର ଛକ ଜାତୀୟ ରାଜପଥରୁ ଶୁକ୍ରବାର ୨୦୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଥିବାବେଳେ ସମ୍ପୃକ୍ତ ୨ଜଣଙ୍କୁ ଧରିଥିଲା। ପଚରାଉଚରା ପରେ ସେମାନେ ଭୁବନେଶ୍ୱରକୁ ବ୍ରାଉନସୁଗାର ନେଉଥିବା ଜଣାଇଥିଲେ। ଏହାପରେ ଯୋଜନା ମୁତାବକ ଶନିବାର ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ବାଲିଅନ୍ତା ଛକରୁ ଜଣଙ୍କୁ ଧରିବା ସହ ତାଙ୍କଠାରୁ ୧୨୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଦୁଇ ସ୍ଥାନରୁ ଜବତ ବ୍ରାଉନସୁଗାର ମୂଲ୍ୟ ୩୦ଲକ୍ଷରୁ ଊର୍ଦ୍ଧ୍ୱ ହେବ। ଏହାପରେ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବାଲେଶ୍ୱର ଜିଲା ରାଜପୁର ଅଞ୍ଚଳର ଜଳେଶ୍ୱର ଥାନା ରାଜପୁର ଗ୍ରାମର ସେକ୍‌ ସଫିରୁଦ୍ଦିନ, ସେକ୍‌ ରାଜା ଓ ବାଲିଅନ୍ତା ଥାନା ଜଗନ୍ନାଥପୁର ଗ୍ରାମର ବାପି ନାୟକ। ସଫିରୁଦ୍ଦିନ ଓ ରାଜାଙ୍କଠାରୁ ବ୍ରାଉନସୁଗାର ସହ ବାଇକ୍‌ ଓ ୨ଟି ମୋବାଇଲ୍‌ ଫୋନ୍‌ ଜବତ ହୋଇଥିବାବେଳେ ବାପିଙ୍କଠାରୁ ବ୍ରାଉନସୁଗାର ସହ ୫୫ ହଜାର ଟଙ୍କା, ଗୋଟିଏ ବାଇକ ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି କ୍ୟୁଏଟି। ଏ ନେଇ ବାଲିଅନ୍ତା ଥାନାରେ ୨୨୮/୨୦ରେ ମାମଲା ରୁଜୁ କରାଯାଇଛି। ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ତଦନ୍ତ ଜାରି ରହିଛି। ଏହି ଚଢ଼ାଉରେ ବାଲିଅନ୍ତା ପୋଲିସ ସହଯୋଗ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri