ରାଜଧାନୀରେ ବଢ଼ୁଛି ନିଶା କାରବାର

ଭୁବନେଶ୍ୱର,୨୨।୨(ତ୍ରିନାଥ ମହାନ୍ତି): ଟ୍ବିନ୍‌ ସିଟିରେ ଛାଇଗଲେଣି ନିଶା ବେପାରୀ। ପ୍ରତିବର୍ଷ ଗିରଫ ହେଉଥିବା ନିଶା ବ୍ୟବସାୟୀଙ୍କ ସଂଖ୍ୟା ଏବଂ ମାମଲା ରୁଜୁର ତଥ୍ୟକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି। ଯୁବପିଢ଼ିଙ୍କୁ ଟାର୍ଗେଟ କରି ସହରର ଗଳିକନ୍ଦିରେ ନିଶା ବିକ୍ରି କରାଯାଉଥିବା ଜଣାପଡ଼ିଛି। ଶନିବାର କମିଶନରେଟ୍‌ ପୋଲିସ ପକ୍ଷରୁ ୩ ବର୍ଷର ଏନ୍‌ଡିପିଏସ୍‌ ତଥ୍ୟ ପ୍ରକାଶ ପାଇଛି। ତଥ୍ୟ ଅନୁସାରେ, ୩ ବର୍ଷ(୨୦୨୩-୨୦୨୫)ରେ ସମୁଦାୟ ୪୬୦ ଏନ୍‌ଡିପିଏସ୍‌ ମାମଲା ରୁଜୁ ହୋଇଥିବା ବେଳେ ୯୪୫ ଜଣ ନିଶା ବେପାରୀ ଗିରଫ ହୋଇଛନ୍ତି। ୩ ବର୍ଷରେ ୧୨.୮୭୯ କେଜି ବ୍ରାଉନ୍‌ସୁଗାର, ୧୫୬ କୁଇଣ୍ଟାଲ ୨୬ କେଜି ଗଞ୍ଜେଇ ଏବଂ ୨,୬୩୧.୪୦୩ ଲିଟର କଫ୍‌ ସିରପ ଜବତ କରାଯାଇଛି। କେବଳ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ୩ ବର୍ଷରେ ୩୦ଟି ମାମଲା ରୁଜୁ କରିବା ସହ ୮୪ ଜଣଙ୍କୁ ଗିରଫ କରାଯାଇଛି।
ତଥ୍ୟ ଅନୁସାରେ, ୨୦୨୩ରେ ସର୍ବାଧିକ ଟ୍ବିନ୍‌ ସିଟିର ବିଭିନ୍ନ ଥାନାରେ ୧୭୦ଟି ମାମଲା ରୁଜୁ ହୋଇଥିବା ବେଳେ ୩୬୩ ନିଶା ବେପାରୀ ଗିରଫ ହୋଇଥିଲେ। ସେହି ବର୍ଷ ୩ କେଜି ୭୭୫ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରାଯାଇଥିବାବେଳେ ୩୧.୫୯କୁଇଣ୍ଟାଲ ଗଞ୍ଜେଇ ଏବଂ ୫୯୬ ଲିଟର କଫ୍‌ ସିରପ ଜବତ କରାଯାଇଥିଲା। ୨୦୨୪ରେ ୧୫୮ଟି ମାମଲା ରୁଜୁ ହୋଇଥିବା ବେଳେ ୩୧୮ଜଣ ଗିରଫ ହୋଇଥିଲେ। ସେମାନଙ୍କ ନିକଟରୁ ୪.୧୩୮ କେଜି ବ୍ରାଉନ୍‌ସୁଗାର, ୧୦୩.୮୩ କୁଇଣ୍ଟାଲ ଗଞ୍ଜେଇ ଏବଂ ୧୬୯.୩୦୩ ଲିଟର କଫ୍‌ ସିରପ ଜବତ କରାଯାଇଛି। ସେହିପରି ୨୦୨୫ରେ ୧୩୨ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୬୪ ଜଣଙ୍କୁ ଗିରଫ କରାଯାଇଥିଲା। ନିଶା ବେପାରୀଙ୍କଠାରୁ ୪.୧୯୪ କେଜି ବ୍ରାଉନ୍‌ସୁଗାର, ୨୦.୮୪ କୁଇଣ୍ଟାଲ ଗଞ୍ଜେଇ ଏବଂ ୧୮୬୬.୧ ଲିଟର କଫ୍‌ ସିରପ ଜବତ କରାଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନା ଦେଇ ଟଙ୍କା ନେଲେ, ମୂଳଧନ ଫେରାଇ ମାଗିବାରୁ ମିଳିଲାନି ଅଳଙ୍କାର: ୭୧ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ ପରେ…

ପାରଳାଖେମୁଣ୍ଡି,୨ା୯(ଗିରିଧାରୀ ପରିଛା): ସୁନା ଅଳଙ୍କାର ବନ୍ଧକ ରଖି ୫ ଲକ୍ଷ ଟଙ୍କା ଋଣ ନେବା ପରେ, ସୁଧ ଓ ମୂଳଧନ ଟଙ୍କା ଫେରସ୍ତ କରିବାରୁ ଅଳଙ୍କାର ଫେରାଇବାକୁ…

ଶାଢ଼ି ସେଣ୍ଟର ନାଁରେ ବଲାଙ୍ଗୀରରୁ ଗଞ୍ଜେଇ ଚାଲାଣ, ଆମାଜନ୍ ନାଁରେ ପାର୍ସଲ କରି ବିକୁଥିଲେ

ବଲାଙ୍ଗୀର,୨ା୯(ସୁନିଲ କୁମାର ମହାନ୍ତି): ସମ୍ବଲପୁରୀ ଶାଢ଼ି ସେଣ୍ଟର ନାଁରେ କୋରିଅରରେ ଚାଲିଥିଲା ଗଞ୍ଜେଇ ଚାଲାଣ । ମାଡ଼ିବସିଲା ବଲାଙ୍ଗୀର ପୋଲିସ । ଅନଲାଇନରେ ଦିଲ୍ଲୀ, ଗଜିଆବାଦ ପରି…

ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ରହସ୍ୟମୟ ଦଧିନଉତି, ସ୍ଥାନୀୟ ଲୋକେ କହୁଛନ୍ତି….

ଗଞ୍ଜାମ,୨।୯ (ବିଦ୍ୟାଧର ସାହୁ ): ସମୁଦ୍ର ବେଳାଭୂମିରେ ଦେଖାଯାଉଛି ଏକ ମନ୍ଦିରର ଦଧିନଉତି । ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରେ…

ପୌରପରିଷଦ ନିର୍ବାଚନ ପୂର୍ବରୁ ଛତ୍ରପୁର ରାଜନୀତି ସରଗରମ: ବିଜେଡି ଛାଡ଼ି…

ଛତ୍ରପୁର,୨ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୦ ଜଣ କାଉନସିଲର ବୁଧବାର ବିଜେଡି ଛାଡି ଭାଜପାରେ ସାମିଲ ହେବେ। ଏଥିପାଇଁ ସେମାନେ ଛତ୍ରପୁର…

ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ…

MKCG ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ରେଲ୍‌ୱେ ଷ୍ଟେଶନରୁ ମିଳିଲା ମୋବାଇଲ

ବ୍ରହ୍ମପୁର,୨।୯(ସୁବାସ ଚନ୍ଦ୍ର ପାଢ଼ୀ) : ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟର ଜଣେ ଛାତ୍ର ନିଖୋଜ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା କ୍ରମେ…

ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ

ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ…

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri