ମରୁଡ଼ି ସ୍ଥିତି ଅଣାୟତ୍ତ: ଖାଦ୍ୟ ପାଇଁ ଜାତିସଂଘର ଦ୍ୱାରସ୍ଥ ହେଲା ଆଫଗାନିସ୍ତାନ…

କାବୁଲ,୧୯।୩ : ଦେଶରେ ମରୁଡ଼ି ସ୍ଥିତି ଅଣାୟତ୍ତ ହେବାରୁ ଆଫଗାନିସ୍ତାନ ମିଳିତ ଜାତିସଂଘର ଦ୍ୱାରସ୍ଥ ହୋଇ ସାହାଯ୍ୟ ପାଇଁ ଅନୁରୋଧ କରିଛି। ବାସ୍ତବରେ, ଯୁଦ୍ଧ ପ୍ରଭାବିତ ଦେଶରେ ମରୁଡ଼ି ପରିସ୍ଥିତି ସଙ୍କଟ ଜନକ ହୋଇଛି। ଆଫଗାନିସ୍ତାନ ଜାତିସଂଘକୁ ଗହମ ଯୋଗାଣ ସୁବିଧା ଯୋଗାଇବାକୁ କହିଛି।

ସ୍ଥାନୀୟ ନ୍ୟୁଜ ଏଜେନ୍ସି ଅନୁଯାୟୀ କୃଷି ଏବଂ ପଶୁପାଳନ ବିଭାଗ ପକ୍ଷରୁ ମିଳିତ ଜାତିସଂଘକୁ ସାହାଯ୍ୟ କରିବାକୁ ଆହ୍ବାନ ଦିଆଯାଇଛି। ଏହାଦ୍ୱାରା ୍‌ଆଫଗାନିସ୍ତାନର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ମଧ୍ୟ ସହାୟକ ହେବ ବୋଲି ବିଭାଗ କହିଛି। ବାସ୍ତବରେ, ଅଗଷ୍ଟ ୨୦୨୧ରେ ତାଲିବାନ ଦେଶରେ କ୍ଷମତା ଦଖଲ କରିବା ପରେ ଆଫଗାନିସ୍ତାନର ଅର୍ଥନୀତି ଓଲଟପାଲଟ ହୋଇଯାଇଥିଲା। ସେବେଠାରୁ ଦେଶ ଏକ ମାନବିକ ସଙ୍କଟରେ ପଡିଛି ଏବଂ ଲୋକମାନେ ଖାଦ୍ୟ ଅଭାବରେ ଦୟନୀୟ ଜୀବନ ବିତାଉଛନ୍ତି।

ଏହି ରିପୋର୍ଟରେ ଆଫଗାନିସ୍ତାନର କୃଷି ଏବଂ ପଶୁପାଳନର ଡେପୁଟି ହେଡ ମିରୱାଜ ହାଜିଜାଦା କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିରେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏବଂ ଅନ୍ୟ ଦେଶ ଆଫଗାନିସ୍ତାନକୁ ସମର୍ଥନ କରିବା ଆବଶ୍ୟକ। ଜାରି ରହିଥିବା ଖାଦ୍ୟ ସଙ୍କଟ ସମ୍ପର୍କରେ ତାଲିବାନ ନେତୃତ୍ୱାଧୀନ କୃଷି ମନ୍ତ୍ରଣାଳୟର ମୁଖପାତ୍ର ମୁସବାହୁଦ୍ଦିନ ମୁସ୍ତେନ କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତି ପାଇଁ ଏକ ଲକ୍ଷ ଟନ ଗହମ କ୍ରୟ ପାଇଁ ବଜେଟ ଆବଣ୍ଟନ ପାଇଁ କୃଷି ମନ୍ତ୍ରଣାଳୟ କ୍ୟାବିନେଟକୁ ପଠାଇଛି।

ସମଗ୍ର ବିଶ୍ୱରୁ ମାନବିକ ସହାୟତା ପାଇବା ସତ୍ତ୍ୱେ ଆଫଗାନିସ୍ତାନର ଦାରିଦ୍ର୍ୟ, ପୁଷ୍ଟିହୀନତା ଏବଂ ବେକାରୀ ହାର ଦେଶରେ ସର୍ବୋଚ୍ଚ ସ୍ତରରେ ରହିଛି। ଆଫଗାନିସ୍ତାନର ପରିସ୍ଥିତି ବିଷୟରେ ବର୍ଣ୍ଣନା କରି କୁଟବୁଦ୍ଦିନ ୟାକୁବି ନାମକ ଜଣେ ବିଶ୍ଳେଷକ କହିଛନ୍ତି, ଆଫଗାନିସ୍ତାନକୁ ପ୍ରତିବର୍ଷ ଛଅରୁ ଆଠ ନିୟୁତ ମେଟ୍ରିକ ଟନ ଗହମ ଦରକାର। ବର୍ତ୍ତମାନ ଘରୋଇ ଉତ୍ସରୁ ପ୍ରାୟ ପାଞ୍ଚ ନିୟୁତ ମେଟ୍ରିକ ଟନ ଯୋଗାଇ ଦିଆଯାଉଛି ଏବଂ ଅବଶିଷ୍ଟ ଆମଦାନୀ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri