ଆସନ୍ନ ମରୁଡ଼ି ଆଶଙ୍କା

ରତନ ନାୟାର   ଢେଙ୍କାନାଳ ଅଫିସ, ୧୮।୮ – ସରିବାକୁ ବସିଲାଣି ଶ୍ରାବଣ। ଭଲ ବର୍ଷା ହୋଇଥିଲେ ଚାଷ କାର୍ଯ୍ୟରୁ ତର ପାଇ ନ ଥାନ୍ତା ଚାଷୀପୁଅ। ହେଲେ ଧାରାଶ୍ରାବଣରେ ତିନ୍ତୁନି ଭୂଇଁ କି ଅଣ୍ଟୁନି ପାଣି। ଜମି ଫାଟି ଆଁ କରିଛି। ରୁଆ ସମୟ ଗଡ଼ିଯିବା ପରେ ତଳିସବୁ ବୁଢ଼ା ହୋଇଗଲାଣି। ଯେଉଁ ସବୁ ସ୍ଥାନରେ ରୁଆ କାର୍ଯ୍ୟ ସରିଥିଲା, ସେଠାରେ ଗଛ ସବୁ ମରିଯିବାକୁ ବସିଲାଣି। ଶୁଭିଲାଣି ମରୁଡ଼ିର ପଦଧ୍ୱନି। ସପ୍ତାହକ ଭିତରେ ଭଲ ବର୍ଷା ନ ହେଲେ ଢେଙ୍କାନାଳ ଜିଲାରେ ଖରିଫ ଚାଷ ଭୟଙ୍କର ଭାବେ ପ୍ରଭାବିତ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଚାଷୀ।
ଢେଙ୍କାନାଳ ଜିଲାରେ ଗତ ୩ ମାସରେ ଆବଶ୍ୟକତାଠାରୁ ଯଥେଷ୍ଟ କମ୍‌ ବର୍ଷା ହୋଇଛି। ଫଳରେ ୬ ବ୍ଲକର ୪୮ ପଞ୍ଚାୟତରେ ଧାନଚାଷ ଉଜୁଡ଼ି ଯିବାକୁ ବସିଲାଣି। ୭ରୁ ୧୦ ଦିନ ମଧ୍ୟରେ ବର୍ଷା ନ ହେଲେ ମରୁଡ଼ି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କୃଷି ବିଭାଗ ଅଧିକାରୀ ମଧ୍ୟ ସତର୍କ କରାଇ ସାରିଲେଣି। ଜିଲାରେ ଅଗଷ୍ଟ ପହିଲାରୁ ବର୍ତ୍ତମାନ ସୁଦ୍ଧା ୩୦% କମ୍‌ ବର୍ଷିଛି। ଏଥିରେ ଓଡ଼ାପଡ଼ା ବ୍ଲକର ୮ ପଞ୍ଚାୟତ, ଗଁଦିଆ ବ୍ଲକର ୧୩ ପଞ୍ଚାୟତ, ସଦର ବ୍ଲକର ୪ ପଞ୍ଚାୟତ, ହିନ୍ଦୋଳ ବ୍ଲକର ୧୭ ପଞ୍ଚାୟତ, ପରଜଙ୍ଗ ବ୍ଲକର ୪ ପଞ୍ଚାୟତ, କାମାକ୍ଷାନଗର ବ୍ଲକର ୨ ପଞ୍ଚାୟତରେ ଧାନଚାଷ ପ୍ରଭାବିତ ହୋଇଛି। ଖରିଫ ଋତୁରେ ୯୫ ହେକ୍ଟରରେ ଧାନଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୦ ହଜାରରୁ ଊର୍ଦ୍ଧ୍ୱ ହେକ୍ଟରରେ ବେଉଷଣ ସରିବା କଥା। ହେଲେ ମାତ୍ର ୧୬ ହଜାର ହେକ୍ଟର ଜମିରେ ବେଉଷଣ ହୋଇଛି। ଜମିରେ ପାଣି ନ ଥିବାରୁ ରୁଆକାର୍ଯ୍ୟ ମଧ୍ୟ ଆଗେଇ ପାରୁନି।
ସେହିପରି ଜଳସେଚନ ବ୍ୟବସ୍ଥା ମଧ୍ୟ ସ୍ଥାଣୁ ପାଲଟିଛି। କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ୧୮ ହଜାର ହେକ୍ଟରକୁ ପାଣି ମାଡ଼ିବା ବ୍ୟବସ୍ଥା ରହିଥିବାବେଳେ ମାତ୍ର ୫ ହଜାର ହେକ୍ଟର ଜମିକୁ ପାଣି ମାଡୁଛି। ଉଠା ସେଚପ୍ରକଳ୍ପ ମଧ୍ୟରୁ ଅଧାରୁ ଅଧିକ ଅଚଳ ହୋଇପଡ଼ିଛି। ବିଦ୍ୟୁତ୍‌ ବିଭ୍ରାଟ କାରଣରୁ ଅବଶିଷ୍ଟ ପ୍ରକଳ୍ପ ଶତ ପ୍ରତିଶତ କାର୍ଯ୍ୟ କରିବାକୁ ଅକ୍ଷମ। ଅନ୍ୟପକ୍ଷେ ରେଙ୍ଗାଳି ଦକ୍ଷିଣ ଓ ବାମ କେନାଲ ଅସମ୍ପୂର୍ଣ୍ଣ ଥିବାରୁ ବହୁ ହେକ୍ଟର ଜମି ଜଳସେଚନରୁ ବଞ୍ଚତ୍ତ ହୋଇ ରହିଛି। ୧୯୭୪ରୁ ଶୁଭ ପଡ଼ିଥିବା ଏହି ବହୁ ପ୍ରତୀକ୍ଷିତ ବୃହତ୍‌ ସେଚପ୍ରକଳ୍ପ ଅଧୀନରେ ଏବେ ସୁଦ୍ଧା ୧୨୩ କି.ମି କେନାଲ ନିର୍ମାଣ ଶେଷ ହୋଇଛି। ଆହୁରି ୭୦ କି.ମି. କେନାଲ କାର୍ଯ୍ୟ ବାକି ରହିଛି। ଦିନ ବିତୁଥିବାବେଳେ ଏହି ମେଗା ପ୍ରକଳ୍ପ କେବେ ସରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ କୃଷି ଅଧିକାରୀ ଅଂଶୁମାନ୍‌ ପଟ୍ଟନାୟକ କୁହନ୍ତି, ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷ ପ୍ରଭାବିତ ହୋଇଛି। ଓଡ଼ାପଡ଼ା ବ୍ଲକରେ କମ୍‌ ବର୍ଷା ହୋଇଛି। କୃଷି ବିଭାଗ ଅଧିକାରୀମାନେ ଅଧିକାଂଶ ବ୍ଲକର କ୍ଷେତ୍ର ପରିଦର୍ଶନ କରୁଛନ୍ତି। ଖୁବ୍‌ଶୀଘ୍ର ଏକ ସମନ୍ବୟ ବୈଠକ ଡକାଯାଇ ସ୍ଥିତି ବିଷୟରେ ଆଲୋଚନା କରାଯିବ। ୧୦ଦିନ ଭିତରେ ବର୍ଷା ନ ହେଲେ ପରିସ୍ଥିତି ଜଟିଳ ହୋଇପଡ଼ିବ ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଛନ୍ତି।
ଧାନ ରୁଆ ଆରମ୍ଭ ହୋଇନି
ଶ୍ରାବଣ ସରିବାକୁ ବସିଥିବା ବେଳେ ଏଯାଏ ଧାନତଳି ରୁଆ ହୋଇପାରିନାହିଁ। ରେଙ୍ଗାଳି ଦକ୍ଷିଣ କେନାଲ କାର୍ଯ୍ୟ ସରୁ ନ ଥିବାରୁ ସମସ୍ୟା ଆହୁରି ବଢ଼ିଛି। ସପ୍ତାହକ ଭିତରେ ବର୍ଷା ନ ହେଲେ ମରୁଡ଼ି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
-ସନ୍ତୋଷ କୁମାର ସ୍ବାଇଁ, ଗୋବିନ୍ଦପୁର, ସଦର ବ୍ଲକ
ବିଲରେ ତଳି ବୁଢ଼ା ହେଲାଣି
ଶ୍ରାବଣରେ ଜମି ଶୁଖିଲା ପଡ଼ିଛି। ଜମିରେ ପାଣି ନାହିଁ। ରୁଆ ହୋଇପାରୁନି। ବିଲରେ ତଳି ବୁଢ଼ା ହୋଇଗଲାଣି। କେନାଲ ପାଣି ସବୁ ସ୍ଥାନରେ ପହଞ୍ଚୁନି। ମରୁଡିର ପଦଧ୍ୱନି ଶୁଭିଲାଣି। ବର୍ଷାଭାବରୁ ଖରିଫ ଧାନଚାଷ ପ୍ରଭାବିତ ହେବ।
-ପ୍ରଦ୍ୟୁମ୍ନ ପଣ୍ଡା, କରମୂଳ, ଗଁଦିଆ ବ୍ଲକ
ସାର କଳାବଜାର ବାଧୁଛି
ବର୍ଷା ଅଭାବରୁ ଜିଲାର ଅଧିକାଂଶ ବ୍ଲକରେ ହାରାହାରି ୪୦ରୁ ୫୦% ଯାଏ କୃଷିକାର୍ଯ୍ୟ ପ୍ରଭାବିତ ହୋଇଛି। ତଳି ବୁଢ଼ା ହୋଇଗଲାଣି। ଆବଶ୍ୟକ ବର୍ଷା ହେଲେ ମଧ୍ୟ ତଳି ଆଉ କାମରେ ଆସିବ ନାହିଁ। ଏସବୁ ସମସ୍ୟା ଭିତରେ ସାର କଳାବଜାର ବେଶି ବାଧୁଛି।
-ନିରଞ୍ଜନ ପତି, ଚାଷୀ ପ୍ରତିନିଧି, ଗଁଦିଆ ବ୍ଲକ


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri