ଆସନ୍ନ ମରୁଡ଼ି ଆଶଙ୍କା

ରତନ ନାୟାର   ଢେଙ୍କାନାଳ ଅଫିସ, ୧୮।୮ – ସରିବାକୁ ବସିଲାଣି ଶ୍ରାବଣ। ଭଲ ବର୍ଷା ହୋଇଥିଲେ ଚାଷ କାର୍ଯ୍ୟରୁ ତର ପାଇ ନ ଥାନ୍ତା ଚାଷୀପୁଅ। ହେଲେ ଧାରାଶ୍ରାବଣରେ ତିନ୍ତୁନି ଭୂଇଁ କି ଅଣ୍ଟୁନି ପାଣି। ଜମି ଫାଟି ଆଁ କରିଛି। ରୁଆ ସମୟ ଗଡ଼ିଯିବା ପରେ ତଳିସବୁ ବୁଢ଼ା ହୋଇଗଲାଣି। ଯେଉଁ ସବୁ ସ୍ଥାନରେ ରୁଆ କାର୍ଯ୍ୟ ସରିଥିଲା, ସେଠାରେ ଗଛ ସବୁ ମରିଯିବାକୁ ବସିଲାଣି। ଶୁଭିଲାଣି ମରୁଡ଼ିର ପଦଧ୍ୱନି। ସପ୍ତାହକ ଭିତରେ ଭଲ ବର୍ଷା ନ ହେଲେ ଢେଙ୍କାନାଳ ଜିଲାରେ ଖରିଫ ଚାଷ ଭୟଙ୍କର ଭାବେ ପ୍ରଭାବିତ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଚାଷୀ।
ଢେଙ୍କାନାଳ ଜିଲାରେ ଗତ ୩ ମାସରେ ଆବଶ୍ୟକତାଠାରୁ ଯଥେଷ୍ଟ କମ୍‌ ବର୍ଷା ହୋଇଛି। ଫଳରେ ୬ ବ୍ଲକର ୪୮ ପଞ୍ଚାୟତରେ ଧାନଚାଷ ଉଜୁଡ଼ି ଯିବାକୁ ବସିଲାଣି। ୭ରୁ ୧୦ ଦିନ ମଧ୍ୟରେ ବର୍ଷା ନ ହେଲେ ମରୁଡ଼ି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କୃଷି ବିଭାଗ ଅଧିକାରୀ ମଧ୍ୟ ସତର୍କ କରାଇ ସାରିଲେଣି। ଜିଲାରେ ଅଗଷ୍ଟ ପହିଲାରୁ ବର୍ତ୍ତମାନ ସୁଦ୍ଧା ୩୦% କମ୍‌ ବର୍ଷିଛି। ଏଥିରେ ଓଡ଼ାପଡ଼ା ବ୍ଲକର ୮ ପଞ୍ଚାୟତ, ଗଁଦିଆ ବ୍ଲକର ୧୩ ପଞ୍ଚାୟତ, ସଦର ବ୍ଲକର ୪ ପଞ୍ଚାୟତ, ହିନ୍ଦୋଳ ବ୍ଲକର ୧୭ ପଞ୍ଚାୟତ, ପରଜଙ୍ଗ ବ୍ଲକର ୪ ପଞ୍ଚାୟତ, କାମାକ୍ଷାନଗର ବ୍ଲକର ୨ ପଞ୍ଚାୟତରେ ଧାନଚାଷ ପ୍ରଭାବିତ ହୋଇଛି। ଖରିଫ ଋତୁରେ ୯୫ ହେକ୍ଟରରେ ଧାନଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୦ ହଜାରରୁ ଊର୍ଦ୍ଧ୍ୱ ହେକ୍ଟରରେ ବେଉଷଣ ସରିବା କଥା। ହେଲେ ମାତ୍ର ୧୬ ହଜାର ହେକ୍ଟର ଜମିରେ ବେଉଷଣ ହୋଇଛି। ଜମିରେ ପାଣି ନ ଥିବାରୁ ରୁଆକାର୍ଯ୍ୟ ମଧ୍ୟ ଆଗେଇ ପାରୁନି।
ସେହିପରି ଜଳସେଚନ ବ୍ୟବସ୍ଥା ମଧ୍ୟ ସ୍ଥାଣୁ ପାଲଟିଛି। କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ୧୮ ହଜାର ହେକ୍ଟରକୁ ପାଣି ମାଡ଼ିବା ବ୍ୟବସ୍ଥା ରହିଥିବାବେଳେ ମାତ୍ର ୫ ହଜାର ହେକ୍ଟର ଜମିକୁ ପାଣି ମାଡୁଛି। ଉଠା ସେଚପ୍ରକଳ୍ପ ମଧ୍ୟରୁ ଅଧାରୁ ଅଧିକ ଅଚଳ ହୋଇପଡ଼ିଛି। ବିଦ୍ୟୁତ୍‌ ବିଭ୍ରାଟ କାରଣରୁ ଅବଶିଷ୍ଟ ପ୍ରକଳ୍ପ ଶତ ପ୍ରତିଶତ କାର୍ଯ୍ୟ କରିବାକୁ ଅକ୍ଷମ। ଅନ୍ୟପକ୍ଷେ ରେଙ୍ଗାଳି ଦକ୍ଷିଣ ଓ ବାମ କେନାଲ ଅସମ୍ପୂର୍ଣ୍ଣ ଥିବାରୁ ବହୁ ହେକ୍ଟର ଜମି ଜଳସେଚନରୁ ବଞ୍ଚତ୍ତ ହୋଇ ରହିଛି। ୧୯୭୪ରୁ ଶୁଭ ପଡ଼ିଥିବା ଏହି ବହୁ ପ୍ରତୀକ୍ଷିତ ବୃହତ୍‌ ସେଚପ୍ରକଳ୍ପ ଅଧୀନରେ ଏବେ ସୁଦ୍ଧା ୧୨୩ କି.ମି କେନାଲ ନିର୍ମାଣ ଶେଷ ହୋଇଛି। ଆହୁରି ୭୦ କି.ମି. କେନାଲ କାର୍ଯ୍ୟ ବାକି ରହିଛି। ଦିନ ବିତୁଥିବାବେଳେ ଏହି ମେଗା ପ୍ରକଳ୍ପ କେବେ ସରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ କୃଷି ଅଧିକାରୀ ଅଂଶୁମାନ୍‌ ପଟ୍ଟନାୟକ କୁହନ୍ତି, ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷ ପ୍ରଭାବିତ ହୋଇଛି। ଓଡ଼ାପଡ଼ା ବ୍ଲକରେ କମ୍‌ ବର୍ଷା ହୋଇଛି। କୃଷି ବିଭାଗ ଅଧିକାରୀମାନେ ଅଧିକାଂଶ ବ୍ଲକର କ୍ଷେତ୍ର ପରିଦର୍ଶନ କରୁଛନ୍ତି। ଖୁବ୍‌ଶୀଘ୍ର ଏକ ସମନ୍ବୟ ବୈଠକ ଡକାଯାଇ ସ୍ଥିତି ବିଷୟରେ ଆଲୋଚନା କରାଯିବ। ୧୦ଦିନ ଭିତରେ ବର୍ଷା ନ ହେଲେ ପରିସ୍ଥିତି ଜଟିଳ ହୋଇପଡ଼ିବ ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଛନ୍ତି।
ଧାନ ରୁଆ ଆରମ୍ଭ ହୋଇନି
ଶ୍ରାବଣ ସରିବାକୁ ବସିଥିବା ବେଳେ ଏଯାଏ ଧାନତଳି ରୁଆ ହୋଇପାରିନାହିଁ। ରେଙ୍ଗାଳି ଦକ୍ଷିଣ କେନାଲ କାର୍ଯ୍ୟ ସରୁ ନ ଥିବାରୁ ସମସ୍ୟା ଆହୁରି ବଢ଼ିଛି। ସପ୍ତାହକ ଭିତରେ ବର୍ଷା ନ ହେଲେ ମରୁଡ଼ି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
-ସନ୍ତୋଷ କୁମାର ସ୍ବାଇଁ, ଗୋବିନ୍ଦପୁର, ସଦର ବ୍ଲକ
ବିଲରେ ତଳି ବୁଢ଼ା ହେଲାଣି
ଶ୍ରାବଣରେ ଜମି ଶୁଖିଲା ପଡ଼ିଛି। ଜମିରେ ପାଣି ନାହିଁ। ରୁଆ ହୋଇପାରୁନି। ବିଲରେ ତଳି ବୁଢ଼ା ହୋଇଗଲାଣି। କେନାଲ ପାଣି ସବୁ ସ୍ଥାନରେ ପହଞ୍ଚୁନି। ମରୁଡିର ପଦଧ୍ୱନି ଶୁଭିଲାଣି। ବର୍ଷାଭାବରୁ ଖରିଫ ଧାନଚାଷ ପ୍ରଭାବିତ ହେବ।
-ପ୍ରଦ୍ୟୁମ୍ନ ପଣ୍ଡା, କରମୂଳ, ଗଁଦିଆ ବ୍ଲକ
ସାର କଳାବଜାର ବାଧୁଛି
ବର୍ଷା ଅଭାବରୁ ଜିଲାର ଅଧିକାଂଶ ବ୍ଲକରେ ହାରାହାରି ୪୦ରୁ ୫୦% ଯାଏ କୃଷିକାର୍ଯ୍ୟ ପ୍ରଭାବିତ ହୋଇଛି। ତଳି ବୁଢ଼ା ହୋଇଗଲାଣି। ଆବଶ୍ୟକ ବର୍ଷା ହେଲେ ମଧ୍ୟ ତଳି ଆଉ କାମରେ ଆସିବ ନାହିଁ। ଏସବୁ ସମସ୍ୟା ଭିତରେ ସାର କଳାବଜାର ବେଶି ବାଧୁଛି।
-ନିରଞ୍ଜନ ପତି, ଚାଷୀ ପ୍ରତିନିଧି, ଗଁଦିଆ ବ୍ଲକ


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri