ଅନାବୃଷ୍ଟି ଦାଉ ସାଧିଲାଣି: ମୁଣ୍ଡରେ ହାତଦେଲେଣି ଚାଷୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ): କରୋନା ମହାମାରୀ ଅସ୍ତବ୍ୟସ୍ତ କରୁଥିବା ବେଳେ ରାଜ୍ୟରେ ଅନାବୃଷ୍ଟି ଚାଷ ପାଇଁ ଘାତକ ହେଲାଣି। ଜୁଲାଇ ଶେଷ ହେବାକୁ ବସିଥିବା ବେଳେ ରାଜ୍ୟର ଅଧା ଜିଲାରେ ଏବେ ମରୁଡ଼ି ପରିସ୍ଥିତି ମୁଣ୍ଡ ଟେକିଲାଣି। ଧାନତଳି ରୁଆ ହୋଇପାରୁ ନାହିଁ। ଚାଷୀ ମୁଣ୍ଡରେ ହାତଦେଇ ବସିଲେଣି। ୧୨ ଜିଲାରେ ପରିସ୍ଥିତି ସଙ୍ଗିନ ହେଲାଣି। ସେଥି ମଧ୍ୟରେ ପୁରୀ ଜିଲାରେ ସ୍ବାଭାବିକଠାରୁ ୪୭% କମ୍‌ ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୩୨%, ଭଦ୍ରକରେ ୨୩%, କଟକରେ ୩୬%, ଜଗତ୍‌ସିଂହପୁର ୨୩%, ଯାଜପୁରରେ ୩୯%, କେନ୍ଦ୍ରାପଡ଼ାରେ ୪୦%, ଖୋର୍ଦ୍ଧାରେ ୪୦%, କେନ୍ଦୁଝରରେ ୧୯%, ସୁବର୍ଣ୍ଣପୁରରେ ୨୫%, ମୟୂରଭଞ୍ଜରେ ୧୮% ଏବଂ ନୟାଗଡ଼ ଜିଲାରେ ୧୯ ପ୍ରତିଶତ କମ୍‌ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗରୁ ସୂଚନା ମିଳିଛି। ଆସନ୍ତା ସପ୍ତାହକ ମଧ୍ୟରେ ବର୍ଷା ନ ହେଲେ ଅଧିକାଂଶ ଜିଲାରେ ଧାନ ଚାଷ ଉଜୁଡିଯିବ।

ଦକ୍ଷିଣ-ପଶ୍ଚିମ ମୌସୁମୀ ଧୋକା ଦେଇଛି। ଯେତିକି ବର୍ଷା ହେବା କଥା ତାହା ହେଉ ନାହିଁ। ରୁଆ ବେଉଷଣ କରି ନ ପାରି ଚାଷୀ ଆକାଶକୁ ଚାହିଁ ରହିଛନ୍ତି। ଚଳିତ ବର୍ଷ ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। କିନ୍ତୁ ଜୁଲାଇ ଶେଷ ହେବାକୁ ବସିଲାଣି ରାଜ୍ୟରେ ସ୍ବାଭାବିକ ବର୍ଷା ନାହିଁ। ଜୁନ୍‌ ପହିଲାରୁ ଜୁଲାଇ ୨୫ ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ୬ ପ୍ରତିଶତ କମ୍‌ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୪୮୬.୭ ମିଲିମିଟର ବର୍ଷା ହେବା କଥା। କିନ୍ତୁ ୪୫୫.୫ ମିଲିମିଟର ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନାରୁ ଜଣାପଡ଼ିଛି।

ଅନିୟମିତ ବୃଷ୍ଟିପାତ ରାଜ୍ୟର ଚାଷ କାର୍ଯ୍ୟକୁ ଗଭୀର ଭାବେ ପ୍ରଭାବିତ କରୁଛି। ୧୯୯୨ରେ ରାଜ୍ୟରେ ସ୍ବାଭାବିକ ବର୍ଷା ୮୫.୪ ପ୍ରତିଶତ ହୋଇଥିବା ବେଳେ ୨୦୧୬ରେ ଏହା ୮୧.୩ ପ୍ରତିଶତକୁ ଖସିଆସିଛି। ୧୯୯୨ ଜୁନ୍‌ରେ ରାଜ୍ୟରେ ୧୮୫.୮ ମିଲିମିଟର ବର୍ଷା ହୋଇଥିବା ବେଳେ ଜୁଲାଇରେ ୩୯୯.୨ ମିଲିମିଟର ବର୍ଷା ହୋଇଥିଲା। ତେବେ ୨୦୧୬ ଜୁନ୍‌ରେ ବର୍ଷା ୧୫୯.୫ ମିଲିମିଟର ଏବଂ ଜୁଲାଇରେ ୨୭୭.୮ ମିଲିମିଟରକୁ ଖସିଆସିଛି। ୨୦୧୯ରେ ଜୁନ୍‌ ଓ ଜୁଲାଇରେ ରାଜ୍ୟରେ ୧୭.୭ ପ୍ରତିଶତ କମ୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଚଳିତ ବର୍ଷ ମୌସୁମୀ ଜୁନ୍‌ ୧୧ରେ ରାଜ୍ୟକୁ ପ୍ରବେଶ କରିଥିଲା। ଜୁନରେ ୨୭ ପ୍ରତିଶତ ଅଧିକ ବର୍ଷା ହୋଇଥିବାବେଳେ ଜୁଲାଇ ୨୫ ସୁଦ୍ଧା ୬% କମ୍‌ ବର୍ଷା ହୋଇଛି। ଜୁନ୍‌ରେ ୨ଟି ଲଘୁଚାପ ହୋଇଥିବା ବେଳେ ଜୁଲାଇରେ ଆଦୌ ହୋଇନାହିଁ। ଏପରିକି ମୌସୁମୀ ମଧ୍ୟ ଦୁର୍ବଳ ରହିଛି। ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର କୌଣସି ସୂଚନା ଦେଖାଯାଉ ନ ଥିବାରୁ ପରିସ୍ଥିତି ଆହୁରି ବିଗିଡ଼ିବା ନେଇ ଅନୁମାନ କରାଯାଇଛି। ତେବେ ଆସନ୍ତା ୩ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିବ। ଲଘୁଚାପ ପ୍ରଭାବରେ ଜୁଲାଇ ୩୦ ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଅଗଷ୍ଟ ୨ରୁ ଉତ୍ତର ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ବିଶେଷକରି କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ଭଦ୍ରକ, ମୟୂଭରଞ୍ଜ ଜିଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri