ନିର୍ବାଚନରେ ଡ୍ରୋନ୍‌ ବ୍ୟବହାର କରାଯିବ: ଡିଜିପି

ମାଲକାନଗିରି,୧୧।୨(ଡି.ଏନ୍‌.ଏ.): ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ନିର୍ବାଚନରେ ଆବଶ୍ୟକ ହେଲେ ହେଲିକପ୍ଟର ଏବଂ ଡ୍ରୋନ୍‌ ବ୍ୟବହାର କରାଯିବ। ଏ ନେଇ ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ଆଜି କୋରାପୁଟ ଗସ୍ତରେ ଆସିଥିଲେ ପୋଲିସ ଡିଜି ସୁନୀଲ ବଂଶଲ। ଜିଲାରେ ମାଓବାଦୀ ସ୍ଥିତିର ସମୀକ୍ଷା କରିବା ସହ ଆଗକୁ କିଭଳି ସୂଚାର ରୂପେ ପଞ୍ଚାୟତ ନିର୍ବାଚନ ହୋଇପାରିବ ସେନେଇ ଆଲୋଚନା କରିଥିଲେ। ଏହା ପରେ ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ଗସ୍ତ କରିଥିଲେ।