ନିଆଁ ଲିଭାଇବା ସହିତ ବୁଲା ପ୍ରାଣୀଙ୍କୁ ଘଉଡ଼ାଇବ ଡ୍ରୋନ୍‌…

କାନପୁର,୭।୧୧: ଡ୍ରୋନ ଏବଂ ଅନ୍ୟାନ୍ୟ ମାନବବିହୀନ ବିମାନ (ୟୁଏଭି) ଏବେ କେବଳ ସର୍ଭେଲାନ୍ସ ଏବଂ ଗୁପ୍ତଚରୀ ପାଇଁ ବ୍ୟବହୃତ ହେଉ ନାହିଁ, ବରଂ ଏହା ସମାଜର ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ବ୍ୟବହୃତ ହେବାରେ ଲାଗିଛି। ଏହାର ଏକ ଉଦାହରଣ ପାଲଟିଛି ହାରକୋର୍ଟ ବଟଲର ବୈଷୟିକ ବିଶ୍ୱବିଦ୍ୟାଳୟ (ଏଚ୍‌ବିୟୁଟି) ର ଛାତ୍ରମାନଙ୍କ ଦ୍ୱାରା ବିକଶିତ କରାଯାଇଥିବା ଡ୍ରୋନ୍‌।

ଏହାକୁ ନିଆଁ ଲିଭାଇବା ଏବଂ ବୁଲା ପ୍ରାଣୀମାନଙ୍କୁ ଘଉଡ଼ାଇବା ପାଇଁ ବ୍ୟବହାର କରାଯାଇପାରିବ। ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ମେସିନ ଲର୍ନିଂ ଟେକ୍ନୋଲୋଜି ଉପରେ ଆଧାରିତ। ଛାତ୍ରମାନେ ବିଶ୍ୱବିଦ୍ୟାଳୟ ବିଲ୍ଡିଂ ଏବଂ ହଷ୍ଟେଲରେ ଏହି ଡ୍ରୋନର ପରୀକ୍ଷା କରିଛନ୍ତି। ଜଳ ପରିବହନ କ୍ଷମତା ବୃଦ୍ଧି ପାଇଁ ଡ୍ରୋନର ଆକାର ବୃଦ୍ଧି କରାଯାଉଛି । ଏହାର ଡେଣାର ଆକାର ବଢ଼ାଇବାକୁ ମଧ୍ୟ କାର୍ଯ୍ୟ ଚାଲିଛି। ବୁଲା ପ୍ରାଣୀଙ୍କୁ ଘଉଡ଼ାଇବା ପାଇଁ ଡ୍ରୋନରେ ସାଇରନ, ହର୍ନ ଏବଂ ରେକର୍ଡ ହୋଇଥିବା ମାନବ ଧ୍ୱନିକୁ ଅନ୍ତର୍ଭୁକ୍ତ କରାଯାଇଛି। ମେକାନିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡ. ସଞ୍ଜୀବ କୁମାର ସିଂ ଯାଦବଙ୍କ ନେତୃତ୍ୱରେ ବିଟେକ ତୃତୀୟ ବର୍ଷର ଛାତ୍ରମାନେ ମିଳିତ ଭାବେ ଏରୋ କ୍ଲବ ଅଧୀନରେ ଡ୍ରୋନ ପ୍ରସ୍ତୁତ କରୁଛନ୍ତି।

ଏଥିରେ ପ୍ଲାଷ୍ଟିକ ଟେକ୍ନୋଲୋଜିର ନିକିତା ମିଶ୍ର, କେମିକାଲ ଇଞ୍ଜିନିୟରିଂର ହର୍ଷ ଚୌଧରୀ, ମେକାନିକାଲର କାର୍ତ୍ତିକ ଚୌହ୍ବାନ, ଇଲେକ୍ଟ୍ରିକାଲର ଶୁଭୀ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏହାର କାର୍ଯ୍ୟ ସମ୍ପର୍କରେ ଶୁଭମ ଗୁପ୍ତା କହିଛନ୍ତି ଯେ ଡ୍ରୋନ ଉପରେ ନିଆଁରେ ପାଣି ସ୍ପ୍ରେ କରିବା ଉପରେ ପରୀକ୍ଷା କରାଯାଇଛି, କିନ୍ତୁ ବାରମ୍ବାର ପାଣି ଭରିବାରେ ସମସ୍ୟା ଦେଖାଦେଇଛି। ବର୍ତ୍ତମାନ ଏହିପରି ଏକ ଡ୍ରୋନ ବିକଶିତ ହେଉଛି, ଯାହା ପାଣି ପାଇପ ନେଇ ଉଡ଼ିବାକୁ ସକ୍ଷମ ହେବ। ଡ୍ରୋନର ପାଇପର ଅଗ୍ରଭାଗକୁ ନିଆଁ ଆଡକୁ ରଖିବ। ଫଳରେ ଏଥିରୁ ପାଣି ସ୍ପ୍ରେ କରିବା ଦ୍ୱାରା ନିଆଁ ଲିଭାଇବା ସମ୍ଭବ ହେବ। ଏହାର ଟ୍ୟାଙ୍କରେ ଫୋମ ଅଗ୍ନି ନିର୍ବାପକ ରସାୟନିକ ଭର୍ତ୍ତି ହେବାର ଏକ ବ୍ୟବସ୍ଥା ମଧ୍ୟ ରହିବ। ଯାହା ଅଗ୍ନିକୁ ଅଧିକ ପ୍ରଭାବଶାଳୀ ଭାବରେ ଲିଭାଇବାରେ ସକ୍ଷମ ହେବ। ସମ୍ପ୍ରତି ବିକଶିତ ହୋଇଥିବା ଡ୍ରୋନ୍‌ର ୧.୫ କିଲୋଗ୍ରାମ ଓଜନ ବୋହି ନେବାକୁ ସକ୍ଷମ।

ଏହାର ମୂଲ୍ୟ ପ୍ରାୟ ୩୫ ହଜାର ଟଙ୍କା ରହିଛି। ପ୍ରାଣୀ ଘଇଡ଼ାଇବାରେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଡ୍ରୋନ ପ୍ରାଣୀଙ୍କ ଶରୀରର ଉତ୍ତାପରେ ସକ୍ରିୟ ହେବ। ଏଥିରେ ଥର୍ମାଲ କ୍ୟାମେରା ଲଗାଯାଇଛି। ଏହା ରାତିରେ ମଧ୍ୟ ଉଡିପାରିବ। ଥର୍ମାଲ ସେନ୍ସର ଉପରେ ଆଧାର କରି ମୋବାଇଲ କିମ୍ବା ଲାପଟପକୁ ମଧ୍ୟ ଆଲର୍ଟ ପଠାଯିବ। ଏଆଇ ସାହାଯ୍ୟରେ ହର୍ନ ବଜାଯିବ ବୋଲି ପ୍ରଫେସର ସଞ୍ଜୀବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri