ଶ୍ରୀମନ୍ଦିରର ଡ୍ରୋନ୍‌ ଭିଡିଓ ଭାଇରାଲ

ପୁରୀ ଅଫିସ,୪।୧୨: ଶ୍ରୀମନ୍ଦିରର ଭିଡିଓ ପୁଣିଥରେ ଭାଇରାଲ ହୋଇଛି। ଏଥର କିନ୍ତୁ ଭିଡିଓଟି ମନ୍ଦିର ଭିତରର ହୋଇ ନ ଥିବାବେଳେ ସମ୍ପୂର୍ଣ୍ଣ ମନ୍ଦିରର ଚିତ୍ର ଆକାଶରୁ ଡ୍ରୋନ ଦ୍ୱାରା ଉଠାଯାଇ ଭାଇରାଲ କରାଯାଇଛି, ଯାହାକୁ ନେଇ ଅଗଣିତ ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବାରମ୍ବାର ଶ୍ରୀମନ୍ଦିର ଭିତର ତଥା ମହାପ୍ରଭୁଙ୍କ ଫଟୋ, ଭିଡିଓ ଭାଇରାଲ ହେଉଥିବାରୁ ପୋଲିସ ପ୍ରଶାସନର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି। ଶ୍ରୀମନ୍ଦିର ପରିସର ନୋ ଫ୍ଲାଇଁ ଜୋନ୍‌ ଭାବେ କଟକଣା ଥିବା ସତ୍ତ୍ୱେ ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିର ଭିଡିଓ ଭାଇରାଲ କରିବା ସହ ଭିଡିଓ ଦେବା ପାଇଁ ଟଙ୍କା ମାଗିବା ଯୋଗୁ ସମସ୍ତଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି। ପୋଲିସ ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଦୃଢୋକ୍ତି କରାଯାଉଥିଲେ ମଧ୍ୟ କିଛି ମାସ ବ୍ୟବଧାନରେ ଶ୍ରୀମନ୍ଦିର ଭିତର ବେଢା ଓ ଶ୍ରୀମନ୍ଦିର ଫଟୋ, ଭିଡିଓ ଭାଇରାଲ ହେଉଛି। ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରତି କରାଯାଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ୨୦୧୯ରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସତର୍କ ସୂଚନା ଜାରି କରିଥିଲା କେନ୍ଦ୍ରୀୟ ଗୋଇନ୍ଦା ବିଭାଗ। ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ରହୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଆଲୋଚନା ହେବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମାତ୍ର ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା ପଦାରେ ପକାଇଛି।
ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ତଥା ନୋ ଫ୍ଲାଇଁ ଜୋନ୍‌ରେ ଜଣେ ବଙ୍ଗୀୟ ଯୁବକ ଡ୍ରୋନ ଉଡାଇ ଭିଡିଓ ଭାଇରାଲ କରିଥିବା ଜଣାପଡିଛି। ଉକ୍ତ ଯୁବକ ପତିତପାବନ ବାନା ପରିବର୍ତ୍ତନର ଦୁର୍ଲଭ ଦୃଶ୍ୟ ସାଙ୍ଗକୁ ଭିତର ବେଢାର ଦୃଶ୍ୟକୁ କଏଦ୍‌ କରି ୟୁନିଫାଏଡ୍‌ ନାମକ ୟୁଟ୍ୟୁବ୍‌ ଚ୍ୟାନେଲରେ ଅପଲୋଡ କରିଛନ୍ତି, ଯାହାକୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୫୦୦୦ରୁ ଊଦ୍ଧର୍‌ବ ଲୋକ ଦେଖିଛନ୍ତି। ଉକ୍ତ ଚ୍ୟାନେଲରେ ଦିଆଯାଇଥିବା ଯୋଗାଯୋଗ ନମ୍ବରରେ ସମ୍ପର୍କ କରିବାରୁ ପ୍ରତି ଆଙ୍ଗେଲ୍‌ ପିଛା ଫୁଟେଜ୍‌ ନେବା ପାଇଁ ୨୦ ହଜାର ଟଙ୍କା ଦାବି କରାଯାଉଛି। ସେପଟେ ଭିଡିଓର ପ୍ରାରମ୍ଭରେ ଓଡ଼ିଶା ପୋଲିସକୁ ସ୍ବତନ୍ତ୍ର ଧନ୍ୟବାଦ ଦେଇଛି ଏହି ୟୁଟ୍ୟୁବ୍‌ ଚ୍ୟାନେଲ। ତେଣୁ ଏପରି ଭିଡିଓ କରିବା ପାଇଁ ତାଙ୍କୁ କିଏ ଅନୁମତି ଦେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଭିଡିଓଟି ୨ ସପ୍ତାହ ପୂର୍ବେ ଅପଲୋଡ୍‌ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରେ ଏନେଇ ଖବର ନାହିଁ। ଅପରପକ୍ଷେ ଶ୍ରୀମନ୍ଦିର ଭିତରେ ମାଳ ମାଳ ମୋବାଇଲ ପ୍ରବେଶ କରୁଥିବା ବେଳେ ଗୋପନୀୟ ତଥ୍ୟ ଲିକ୍‌ ହେବାର ଆଶଙ୍କା ରହୁଛି। ତେଣୁ ଭିଡିଓ ଉତ୍ତୋଳନ କରିଥିବା ଯୁବକଙ୍କ ସହ ତାଙ୍କୁ କିଏ ଏବଂ କାହିଁକି ଅନୁମତି ଦେଲା ତାହାର ତଦନ୍ତ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି। ତେବେ ଏ ନେଇ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ଭି. ଚନ୍ଦ୍ରଶେଖର ରାଓ କହିଛନ୍ତି, ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଙ୍ଗ ଜୋନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସରକାରଙ୍କୁ ଚିଠି ଲେଖାଯାଇଥାଏ। ଏବେ ଯିଏ ବି ଏପରି ଭିଡିଓ ଡ୍ରୋନରେ ଉତ୍ତୋଳନ କରଛନ୍ତି ତାହା ଭୁଲ ଅଟେ। ଯାହା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଯେକୌଣସି ପଦକ୍ଷେପ ନେବାକୁ ପଡ଼ିବ ନିଆଯିବ ବୋଲି ସେ କହିଛନ୍ତି। ସେହିପରି ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ପୂର୍ବତନ ନଗରପାଳ ଗୌରହରି ପ୍ରଧାନଙ୍କ କହିବା ଅନୁଯାୟୀ, ଶ୍ରୀମନ୍ଦିରର ସରକ୍ଷା ଦୃଷ୍ଟିରୁ ରଥଯାତ୍ରା ନୁହେଁ ସବୁ ସମୟରେ ଶ୍ରୀମନ୍ଦିରକୁ ନୋ ଫ୍ଲାଇଙ୍ଗ ଜୋନ କରାଯିବା ଆବଶ୍ୟକ। ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୨ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri