ସରିଲା ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦରର ଡ୍ରୋନ୍‌ ସର୍ଭେ

ଭୁବନେଶ୍ୱର,୨୭।୬: ଦେଶର ପ୍ରମୁଖ ଘରୋଇ ଡ୍ରୋନ୍‌ ଟେକ୍‌ ଏବଂ ଆନାଲିଟିକ୍ସ କମ୍ପାନୀ ‘ଆଇଜି ଡ୍ରୋନ୍‌ସ’ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ତଥା ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦରର ଡ୍ରୋନ୍‌ ସର୍ଭେ କାର୍ଯ୍ୟ ନିକଟରେ ଶେଷ ହୋଇଛି। ଏପରିକି ଆଇଜି ଡ୍ରୋନ୍‌ସ ଏହି ସର୍ଭେ କାର୍ଯ୍ୟ ଗତ ୨ମାସରେ ସମ୍ପୂର୍ଣ୍ଣ କରିଥିଲା। ସେହିଭଳି ହାଇଟେକ୍‌ ଡ୍ରୋନ୍‌ଗୁଡିକ ଜରିଆରେ କମ୍ପାନୀ ଏହି ପ୍ରକଳ୍ପର ସର୍ବେକ୍ଷଣ କରିଥିଲାବେଳେ ଏହା ଡିଟେଲ୍‌ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରିବାରେ ବେଶ୍‌ ସହାୟକ ହେବ ବୋଲି କୁହାଯାଉଛି। ଅପରପକ୍ଷରେ କମ୍ପାନୀ ବିମାନବନ୍ଦର କାର୍ଯ୍ୟର ବିଦ୍ୟମାନ ପ୍ରଗତିକୁ ନିୟମିତ ତଦାରଖ କରିବା ପାଇଁ ଘରୋଇ ଭାବେ ବିକଶିତ ଡ୍ରୋନ୍‌ଗୁଡିକର ଉପଯୋଗ କରିବ। ଏପରିକି ଏହି ଡ୍ରୋନ୍‌ଗୁଡିକରେ ହାଇ ରିଜୋଲ୍ୟୁଶନ ଇମେଜ, ଭିଡିଓ ଓ ଅତିରିକ୍ତ ଡାଟା ହାସଲ କରିବା ପାଇଁ ଆଡଭାନ୍ସଡ୍‌ ସେନ୍ସର ସାମିଲ ରହିଛି। ଏହି ଡାଟାକୁ କମ୍ପାନୀର ନିଜସ୍ବ ସଫ୍ଟୱେର ଆଇଜି ୱାନ୍‌ ମାଧ୍ୟମରେ ପ୍ରୋସେସ୍‌ କରାଯିବ, ଯାହା ଗଭୀର ବୈଷୟିକ ତଥ୍ୟ ଓ ରିଅଲ-ଟାଇମ ପ୍ରୋଜେକ୍ଟ ଟ୍ରାକିଂ ପ୍ରଦାନ କରିବ।

ଏ ସମ୍ପର୍କରେ ଆଇଜି ଡ୍ରୋନ୍‌ସର ପ୍ରତିଷ୍ଠାତା ତଥା ସିଇଓ ବୋଧିସତ୍ୱା ସଂଘପ୍ରିୟା କହିଛନ୍ତି, ଓଡ଼ିଶାର ଏକ ଅଗ୍ରଣୀ ଟେକ୍‌ କମ୍ପାନୀ ଭାବେ ଆମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପ୍ରକଳ୍ପର ସର୍ଭେ କାର୍ଯ୍ୟ କରିବା ପାଇଁ ସୁଯୋଗ ପାଇଥିଲାବେଳେ ସରକାରଙ୍କଠାରୁ କଣ୍ଟ୍ରାକ୍ଟ ପାଇବା ପରେ ଆମେ ତତ୍‌କ୍ଷଣାତ ଆମର ହାଇଟେକ୍‌ ଡ୍ରୋନ୍‌ ଟେକ୍ନୋଲୋଜି ସହ କାର୍ଯ୍ୟ ଆରମ୍ଭ କରିଥିଲୁ। ଏପରିକି ଆମର ଟିମ୍‌ ମ୍ୟାପିଂ ଓ ସର୍ଭେ କାର୍ଯ୍ୟରେ ନିଜର ସମସ୍ତ ପ୍ରୟାସ ବିନିଯୋଗ କରିଥିଲାବେଳେ ଆମେ ଏହି ପ୍ରକଳ୍ପ ପାଇଁ ୧୦ ଟି ଡ୍ରୋନ ନିୟୋଜିତ କରିଥିଲୁ। ସେହିଭଳି ଆମେ ଅତୀତରେ ମେଟ୍ରୋ ରେଲ୍‌, ବୁଲେଟ ଟ୍ରେନ ଓ ଖଣ ପ୍ରକଳ୍ପ ଭଳି ଅନେକ ପ୍ରକଳ୍ପର ସର୍ଭେ କରିଛୁ ଏବଂ ଏହି ପ୍ରକଳ୍ପ ଆମର ଆଉ ଏକ ସଫଳତା ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

ଅପରପକ୍ଷରେ କମ୍ପାନୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାରା ଅନୁପ୍ରାଣିତ ଆଇଜି ଡ୍ରୋନ୍‌ସ ଜଗାର ଶୁଭାରମ୍ଭ କରିଛି, ଯାହାକି ସୁରକ୍ଷା, ପ୍ରତିରକ୍ଷା, କୃଷି, ଭିତ୍ତିଭୂମି କ୍ଷେତ୍ରର ତଦାରଖରେ ସଫଳତା ହାସଲ କରିଥିବା ଅତ୍ୟାଧୁନିକ ସର୍ଭେଲାନ୍ସ ଡ୍ରୋନ୍‌ । ହାଇ ରିଜୋଲ୍ୟୁଶନ କ୍ୟାମେରା ଓ ଆଡ୍‌ଭାନ୍ସଡ ସେନ୍ସରେ ସୁସଜ୍ଜିତ ଏହାର ମଜଭୁତ ଡିଜାଇନ ଠିକ୍‌ ଡାଟା ସଂଗ୍ରହ ଓ ବାସ୍ତବ ସମୟର ନିରୀକ୍ଷଣ ସୁନିଶ୍ଚିତ କରିଥାଏ। ଉଦ୍ଭାବନ ସହ ନିର୍ଭରଯୋଗ୍ୟକୁ ଏକତ୍ରିତକରି ଏହା ଅତୁଳନୀୟ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

୧.୫ ବର୍ଷର ନିଜ ଝିଅକୁ ଗଛରେ ଝୁଲାଇ ହତ୍ୟା କଲା ପିଶାଚୀ ମା’

ପୁରୀ,୫।୧୨: ପାରିବାରିକ କଳହର ଏକ ଅତ୍ୟନ୍ତ ଦୁଃଖଦ ପରିଣାମରେ, ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଜଣେ ମା’ ନିଜର ଦେଢ଼ ବର୍ଷର ଶିଶୁ କନ୍ୟାକୁ ହତ୍ୟା...

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...

ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri