ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା: ୟୁଟ୍ୟୁବ୍‌ର ଅନିମେଷ ପଶ୍ଚିମବଙ୍ଗରୁ ଗିରଫ

ପୁରୀ ଅଫିସ, ୧୯ା୧: ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଇ ଭିତରବେଢ଼ାର ଭିଡିଓ ଭାଇରାଲ କରିବା ସହ ଟଙ୍କା ମାଗିବା ଘଟଣାରେ ଅଭିଯୁକ୍ତ ବଙ୍ଗୀୟ ୟୁଟ୍ୟୁବ୍‌ର ଅନିମେଷ ଚକ୍ରବର୍ତ୍ତୀଙ୍କୁ ବୁଧବାର ପୁରୀ ପୋଲିସ ଗିରଫ କରିଛି। ପୁରୀ ସିଟି ଡିଏସ୍‌ପି କେ. କେ. ହରିପ୍ରସାଦଙ୍କ ନେତୃତ୍ୱରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ କୋଲକାତା ଯାଇ ସେଠାରେ ୫ଦିନ ରହି ଅନିମେଷଙ୍କ ଗତିବିଧି ଉପରେ ନଜର ରଖିଥିଲେ। ବୁଧବାର ପଶ୍ଚିମବଙ୍ଗର ବାରାକପୁର ଜିଲାରୁ ଅନିମେଷଙ୍କୁ ଗିରଫ କରାଯାଇଥିବା ପୁରୀ ଏସ୍‌ପି କନଓ୍ବର ବିଶାଲ୍‌ ସିଂହ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ତଥା ନୋ ଫ୍ଲାଇଂ ଜୋନ୍‌ରେ ପଶ୍ଚିମବଙ୍ଗ ନର୍ଥ ଚବିଶପ୍ରଗଣା ଗୁମା ଆମଡଙ୍ଗା ଅଞ୍ଚଳର ଅନିମେଷ ଡ୍ରୋନ ଉଡାଇ ଭିଡିଓ ଭାଇରାଲ କରିଥିବା ଘଟଣା ଗତବର୍ଷ ନଭେମ୍ବର ୧୯ରେ ସାମ୍ନାକୁ ଆସିଥିଲା। ସେ ପତିତପାବନ ବାନା ପରିବର୍ତ୍ତନ ଓ ଶ୍ରୀମନ୍ଦିର ଭିତରବେଢାର ଦୃଶ୍ୟକୁ କଏଦ୍‌ କରି ୟୁନିଫାଏଡ୍‌ ନାମକ ୟୁଟ୍ୟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ୍‌ କରିଥିଲେ, ଯାହାକୁ ସାରା ବିଶ୍ୱବାସୀ ଦେଖିଥିଲେ। ଉକ୍ତ ଚ୍ୟାନେଲରେ ଦିଆଯାଇଥିବା ଯୋଗାଯୋଗ ନମ୍ବରରେ ସମ୍ପର୍କ କରିବାରୁ ସେ ପ୍ରତି ଆଙ୍ଗେଲ୍‌ ପିଛା ଫୁଟେଜ୍‌ ନେବାପାଇଁ ୨୦ ହଜାର ଟଙ୍କା ଦାବି କରୁଥିବା ଜଣାପଡ଼ିିଥିଲା। ଭିଡିଓର ପ୍ରାରମ୍ଭରେ ଓଡ଼ିଶା ପୋଲିସକୁ ସ୍ବତନ୍ତ୍ର ଧନ୍ୟବାଦ ଦିଆଯାଇଥିବା ଏହି ୟୁଟ୍ୟୁବ୍‌ ଚ୍ୟାନେଲରେ ଦେଖିବାକୁ ମିଳିଥିଲା। ତେଣୁ ପୋଲିସ ପ୍ରତି ଅଙ୍ଗୁଳି ଉଠିବା ସହ ଏପରି ଭିଡିଓ କରିବା ପାଇଁ ତାଙ୍କୁ କିଏ ଅନୁମତି ଦେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା। ସିଟି ଡିଏସ୍‌ପି ହରିପ୍ରସାଦଙ୍କ ନେତୃତ୍ୱରେ ଏକ ୩ଜଣିଆ ଟିମ୍‌ ଗଠନ କରାଯାଇ ଉକ୍ତ ଭିଡିଓକୁ ଯାଞ୍ଚ କରାଯାଇଥିଲା। ସିଟି ଡିଏସ୍‌ପି ତାଙ୍କ ରିପୋର୍ଟ ଦେବା ପରେ ଡିସେମ୍ବର ୪ରେ ସିଂହଦ୍ୱାର ଥାନାରେ ପୋଲିସ ପକ୍ଷରୁ ଅନିମେଷଙ୍କ ବିରୋଧରେ ଏକ ମାମଲା (ନଂ. ୧୫୦/୨୨) ରୁଜୁ କରାଯାଇଥିଲା। ଅନିମେଷଙ୍କୁ ସିଂହଦ୍ୱାର ଥାନାରେ ହାଜର ହୋଇ ଜବାବ ରଖିବା ସହ ଅଧିକ ଅନୁସନ୍ଧାନ ପାଇଁ ୧୬୦ ସିଆର୍‌ପିସିରେ ନୋଟିସ ପଠାଯାଇଥିଲା। ତେବେ ଅନିମେଷ ଥାନାରେ ହାଜର ହେବା ପରିବର୍ତ୍ତେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଏହାପରେ ପୁରୀ ପୋଲିସ ତାଙ୍କୁ ଗିରଫ କରିବାକୁ କୋଲକାତା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri