ବର୍ଷାରେ ଗାଡ଼ି ଚଲାଉଥିଲେ …

ବର୍ଷାଦିନେ ଯେକୌଣସି ସମୟରେ, କେବେକେବେ ଦିନ ରାତି ଲଗାଣ ବର୍ଷା ହୋଇଥାଏ। ଏମିତିରେ ପାଠପଢ଼ା ଅବା ଚାକିରି ପାଇଁ ପ୍ରତିଦିନ ବାହାରକୁ ଯାଉଥିବା ଯୁବପିଢ଼ିଙ୍କୁ ବର୍ଷାରେ ଗାଡ଼ି ଚଲାଇ ଯିବା ବେଳେ ବିଭିନ୍ନ ସମସ୍ୟା ଉପୁଜିଥାଏ। ତେଣୁ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ସଜାଗ ରହିବା ଆବଶ୍ୟକ…

*ଗାଡ଼ି ଚଲାଉଥିଲେ ବର୍ଷାଦିନେ ପାଖରେ ରେନ୍‌କୋଟ୍‌ ନିହାତି ରଖନ୍ତୁ। ନଚେତ୍‌ ହଠାତ୍‌ ବର୍ଷା ହେଲେ ଭିଜିଯିବା ସହ ଥଣ୍ଡା, ଜ୍ୱର, କାଶ ଭଳି ବିଭିନ୍ନ ସମସ୍ୟା ଉପୁଜିପାରେ। ଯଦି ପାଖରେ ରେନ୍‌କୋଟ୍‌ ନାହିଁ, ତେବେ ତରବର ହୋଇ ସ୍ପିଡ୍‌ ଗାଡି ଚଲାଇ ଦୁର୍ଘଟଣାର ସମ୍ମୁଖୀନ ହେବା ବଦଳରେ ଧୀରେ ଧୀରେ ଚଲାଇ ନିକଟରେ ଥିବା କୌଣସି ସୁରକ୍ଷିତ ସ୍ଥାନ ଦେଖି ଠିଆ ହୋଇ ଯାଆନ୍ତୁ।
*ଅନେକ ସମୟରେ ଦେଖାଯାଏ ବର୍ଷାରେ ବଡ଼ ବଡ଼ ଗଛମୂଳେ ଯାତ୍ରୀ ଠିଆ ହୁଅନ୍ତି। ହେଲେ ଏହା ବିପଜ୍ଜନକ। କାରଣ ବେଳେବେଳେ ବର୍ଷାରେ ଗଛ ଡାଳ ଭାଙ୍ଗିବା କିମ୍ବା ଘଡ଼ଘଡ଼ି ପଡ଼ିବା ଦ୍ୱାରା ଗଛ ଜଳିଯାଇ ଅନେକ ଦୁର୍ଘଟଣା ଘଟିଥିବାର ନଜିର ରହିଛି।
*ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ମନେରଖନ୍ତୁ। ବର୍ଷାବେଳେ ଇଲେକ୍‌ଟ୍ରି ଖୁଣ୍ଟ ମୂଳରେ ଠିଆ ହେବା ବିପଦପୂର୍ଣ୍ଣ। ଏହାଦ୍ୱାରା ବିଜୁଳି ସଂସ୍ପର୍ଶରେ ଆସି ବିଭିନ୍ନ ଦୁର୍ଘଟଣା ଘଟିପାରେ।
*ଗାଡ଼ି ଚଲାଉଥିବା ବେଳେ ବର୍ଷା ହେଲେ କିମ୍ବା ବର୍ଷା ଛାଡ଼ିବା ପରେ ରାସ୍ତା ଖସଡ଼ା ହୋଇଥାଏ। ଏମିତିରେ ସ୍ପିଡ୍‌ ଚଲାନ୍ତୁ ନାହିଁ କିମ୍ବା ହଠାତ୍‌ ବ୍ରେକ୍‌ କରନ୍ତୁ ନାହିଁ, ନଚେତ୍‌ ଗାଡ଼ି ସ୍ଲିପ୍‌ ହୋଇପାରେ। ତା’ଛଡ଼ା ଖାଲ ସ୍ଥାନରେ ପାଣି ଜମାଥିବାରୁ ଦୁର୍ଘଟଣାର ଆଶଙ୍କା ଥାଏ। ତେଣୁ ବର୍ଷାରେ ଅଧିକ ସ୍ପିଡ୍‌ରେ ଗାଡ଼ି ନ ଚଲାଇ ଧୀରେ ଏବଂ ସତର୍କତାର ସହ ଚଲାଇବା ବୁଦ୍ଧିମତ୍ତାର କାର୍ଯ୍ୟ।
*ବର୍ଷା ସମୟରେ ହେଲ୍‌ମେଟ୍‌ ଗ୍ଲାସ୍‌ ଉପରେ ପାଣି ପଡ଼ି କୁହୁଡ଼ି ଭଳି ଦେଖାଯାଏ। ତେଣୁ ଅନେକେ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇଥା’ନ୍ତି। ହେଲେ ଏପରି କରିବା ଆଦୌ ନିରାପଦ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri