କୋଦଳାରେ ଡ୍ରାଇଭର ସଂଘର ବନ୍ଦ ପାଳନ, ଗଡ଼ିଲାନି ଯାତ୍ରୀବାହୀ ବସ୍‌

ବେଗୁନିଆପଡ଼ା,୧୫।୩(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ପରେ ଓ ଡ୍ରାଇଭର ମହାସଂଘର ନିଷ୍ପତ୍ତି କ୍ରମେ ୧୦ଦଫା ଦାବି ନେଇ ବୁଧବାରଠାରୁ ଅନିର୍ଦ୍ଧିଷ୍ଟ କାଳପାଇଁ ଷ୍ଟିଅରିଂ ଛାଡ଼ ଆନ୍ଦେଳନ ଆରମ୍ଭ ହୋଇଯାଇଛି। ଗଞ୍ଜାମ ଜିଲା କୋଦଳାଠାରେ ଡ୍ରାଇଭରମାନେ ଏହି ବନ୍ଦକୁ ପାଳନ କରିଛନ୍ତି। ତେବେ ସରକାର ପ୍ରମୁଖ ୧୦ଦଫା ଦାବି ନ ମାନିଲେ ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ବୋଲି ସେମାନେ କହିଛନ୍ତି। ଶହ ଶହ ଡ୍ରାଇଭର ଏକାଠି ହୋଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଛନ୍ତି। କୌଣସି ଅପ୍ରତିକର ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । କୋଦଳାଠାରେ ଡ୍ରାଇଭର ସଂଘର ଗଞ୍ଜାମ ଜିଲା ସଭାପତି ଓ ରାଜ୍ୟ ଉପସଭାପତି ଯୋଗ ଦେଇଥିଲେ।
ବନ୍ଦ ପାଳନ ଯୋଗୁ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରୁ ବସ ବ୍ରହ୍ମପୁର ଓ ଭୁବନେଶର ଅଭିମୁଖେ ଯାଇନାହିଁ। ଯାତ୍ରୀମାନେ ନିଜନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଥିଲା। କୋଦଳା ବସଷ୍ଟାଣ୍ଡ ଖାଁ ଖାଁ ପରିଲକ୍ଷିତ ହୋଇଛି। ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ସେପଟେ ଡ୍ରାଇଭରମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଯଥାର୍ଥତା ଦର୍ଶାଇ ଏହାକୁ ସମର୍ଥନ କରିଛନ୍ତି କୋଦଳା ଏନ୍‌ଏସିର ପୂର୍ବତନ ଅଧକ୍ଷ ତଥା ବିଜେଡି ନେତା ହରପ୍ରସାଦ ସାହୁ। ସରକାର ଏନେଇ ସଚେତନ ଅଛନ୍ତି। ଖୁବଶୀଘ୍ର ଡ୍ରାଇଭରମାନଙ୍କ ଦାବି ନେଇ ସରକାର ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଅନ୍ୟପଟେ କୋଦଳା ଏନ୍‌ଏସି ଅଧ୍ୟକ୍ଷ ତଥା ବିଜେପି ନେତା ସୂର୍ଯ୍ୟ ନାରାୟଣ ନାୟକ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ସରକାର ଡ୍ରାଇଭରମାନଙ୍କ ଆନ୍ଦୋଳନ ତୁରନ୍ତ ମାନିବା ଉଚିତ ଓ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ରାତି ହେଲେ ଅବକାରୀ ଥାନା ବନ୍ଦ: ଡିସ୍‌ପ୍ଲେ ବୋର୍ଡ ଜଳୁଛି, କାର୍ଯ୍ୟାଳୟରେ ତାଲା ଝୁଲୁଛି

ଲୋଇସିଂହା,୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଅବକାରୀ ଥାନାରେ ରାତି ସମୟରେ କେହି ଷ୍ଟାଫ ରହୁ ନ ଥିବା ଅଭିଯୋଗ ହେଉଛି ା ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟର ଡିସପ୍ଲେ…

ଜବରଦଖଲରେ ସରକାରୀ ଜମି: ୯ ଏପ୍ରିଲରେ ଡିମାର୍କେଶନ ନିର୍ଦ୍ଧାରିତ

ବଞ୍ଚୋ,୪।୪(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲ ନେଇ ସମସ୍ୟା ଗୁରୁତର ରୂପ ନେଇଥିଲା । ଏହି…

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri