ଡ୍ରାଇଭର ମହାସଂଘର ବିକ୍ଷୋଭ ଜାରି: ପିକେଟିଂ ବେଳେ ଚାପା ଉତ୍ତେଜନା

ଦାରିଙ୍ଗବାଡି,୧୫।୦୩(ଡି.ଏନ.ଏ): ସାରା ରାଜ୍ୟରେ ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବିରେ ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଛି। ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଡ୍ରାଇଭର ମହାସଙ୍ଘ ସଙ୍ଘ ମଧ୍ୟ ସାମିଲ ହେବା ସହ ବ୍ଲକର ୨୫ ପଞ୍ଚାୟତର ପ୍ରାୟ ୪ ଶହ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦାରିଙ୍ଗବାଡି ଡ୍ରାଇଭର ମହାସଙ୍ଘର ସଭାପତି ପ୍ରଭଞ୍ଜନ ନାୟକଙ୍କ ନେତୃତ୍ୱରେ ଉପସଭାପତି ସନ୍ତୋଷ ଦିଗାଲ, ସଞ୍ଜୟ ମାଳାବିଶୋଇଙ୍କ ସମେତ ବହୁ କର୍ମକର୍ତ୍ତା ବିକ୍ଷୋଭ କରିଛନ୍ତି। ଉକ୍ତ ବ୍ଲକର ବୁଡଗୁଡା ପଞ୍ଚାୟତ ସମେତ ସିମନବାଡି, ବ୍ରାମୁଣିଗାଁ, କାଟିଙ୍ଗିଆ, ଝିଞ୍ଜିରୀଗୁଡା, ଗଦାପୁର, ସିକରମାହା, ଦାରିଙ୍ଗବାଡିର ଚାରିଛକ, ତିନିଛକ ଏବଂ ଗଞ୍ଜାମ କନ୍ଧମାଳ ସୀମା ବାଇମାଲା ନିକଟରେ ମହାସଙ୍ଘର ସଦସ୍ୟ, କର୍ମକର୍ତ୍ତାମାନେ ଏକାଠି ହୋଇ ବିକ୍ଷୋଭ କରିବା ସହ ପିକେଟିଂ କରୁଛନ୍ତି। ବିଭିନ୍ନ ସ୍ଥାନରୁ ଯେଉଁ ହଳଦିଆ ନମ୍ବର ପ୍ଲେଟ ରହିଥିବା ଗାଡିଗୁଡିକୁ ଅଟକାଇବାରୁ ଚାପା ଉତ୍ତେଜନା ଦେଖାଯାଇଛି। ଡ୍ରାଇଭର ମହାସଙ୍ଘ ପକ୍ଷରୁ ସମସ୍ତ ଯାତାୟତ କରୁଥିବା ଗାଡି ଗୁଡିକୁ ଅଟକାଇ ତାଙ୍କୁ ସମର୍ଥନ କରିବାକୁ ନିବେଦନ କରାଯାଉଥିବା ମହାସଙ୍ଘ ପକ୍ଷରୁ କୁହାଯାଇଛି। ସେମାନଙ୍କ ପ୍ରମୁଖ ଦାବି ଗୁଡିକ ମଧ୍ୟରେ ଡ୍ରାଇଭରଙ୍କୁ କରୋନା ଯୋଦ୍ଧା ଘୋଷଣା, ୫ ଲକ୍ଷ ଟଙ୍କା ବିନିମୟରେ ଆବାସ ଯୋଜନାରେ ଗୃହ ଯୋଗାଇବା, ୫୫ ବୟସ ପରେ ମାସକୁ ୫ ହଜାର ଟଙ୍କା ପେନସନ, ଗାଡି ପାର୍କିଂ ସୁବିଧା, ଡ୍ରାଇଭରଙ୍କ ବିଶ୍ରାମଗାର, ଡ୍ରାଇଭରଙ୍କୁ ଦିତୀୟ ସୈନିକର ମାନ୍ୟତା, ସେମାନଙ୍କ ପିଲାଙ୍କୁ ଉଚ୍ଚ ଶିକ୍ଷାର ବ୍ୟବସ୍ଥା ଆଦି ଦାବିଗୁଡିକ ରହିଛି। ଏହି ସବୁ ଦାବି ପୁରଣ କରା ନ ଗଲେ ଡ୍ରାଇଭର ସଙ୍ଘ ତାଙ୍କ ପରିବାର, ପିଲାଛୁଆଙ୍କୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଦାରିଙ୍ଗବାଡି ଡ୍ରାଇଭର ମହାସଙ୍ଘ ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri