ପୁଣି ମେଣ୍ଡୁଲିଙ୍କ ଆସିଲା ଭିଡିଓ, ଏଥର ସାଂଘାତିକ ବୟାନ

ଭୁବନେଶ୍ୱର,୧୨।୭: ଓଡ଼ିଶା ଡ୍ରାଇଭର ମହାସଂଘରେ ଅଭ୍ୟନ୍ତରୀଣ ବିବାଦ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନେତୃତ୍ୱକୁ ନେଇ ଅନେକ ଡ୍ରାଇଭର ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ଏହି ବିବାଦ ଏକ ନୂଆ ମୋଡ଼ ନେଇଛି। ମେଣ୍ଡୁଲିଙ୍କ ବିରୋଧରେ ମିନି ଟ୍ରକ ମାଲିକ ସଂଘ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଏକ ଅଭିଯୋଗ ଦାୟର କରିଛନ୍ତି, ଯେଉଁଥିରେ ସେ ଅଗଣତାନ୍ତ୍ରିକ ପଦ୍ଧତିରେ ହକ ମାଗୁଥିବା ଏବଂ ଡ୍ରାଇଭର ଓ ମାଲିକମାନଙ୍କୁ ଅପମାନିତ କରୁଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ପ୍ରଶାନ୍ତ ମେଣ୍ଡୁଲି ଏକ ଭାବପ୍ରବଣ ଭିଡିଓ ଜାରି କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ଡ୍ରାଇଭର ସଂଘରେ ଫାଟ ନେଇ ଭିଡିଓ କରି ସେ କାନ୍ଦି କାନ୍ଦି କହିଛନ୍ତି, ଡ୍ରାଇଭର୍‌ ଭାଇମାନେ ବିଚାର କରନ୍ତୁ, ଏ ସମୟ ଆଉ ପାଇବନି। ଯେଉଁ ଭାଇମାନେ ମାଲିକଙ୍କୁ ଚାହୁଁଛନ୍ତି, ମହାସଂଘ ଛାଡ଼ି ଦିଅନ୍ତୁ। ଯେଉଁ ଭାଇମାନେ ଗାଡ଼ି ଚଲାଇବେ ସମସ୍ତଙ୍କ ଫଟୋ ଉଠାଯିବ। ଯେଉଁମାନେ ସଂଘକୁ ପଇସା ଦେଇଛନ୍ତି ତାକୁ ବି ଫେରେଇ ଦେବୁ। ଟଙ୍କା ଫେରେଇ ଦେବୁ କିନ୍ତୁ ସଦସ୍ୟ ଭାବେ ରଖିବୁ ନାହିଁ। ଭାଇମାନେ ଧର୍ଯ୍ୟ ରଖନ୍ତୁ, ଆମକୁ କେହି କିଛି କରିପାରିବେ ନାହିଁ। ଏକ ରହେଙ୍ଗେ ତୋ ସବ ସେଫ ରହେଙ୍ଗେ।

ସୂଚନାଥାଉ କି, ମେଣ୍ଡୁଲି ଡ୍ରାଭର ସଂଘଙ୍କୁ ଆହ୍ବନ ଦେଇ କହିଥିଲେ କି, ସରକାର ଯଦି ସେମାନଙ୍କ ସାତୋଟି ଦାବି ମଧ୍ୟରୁ ପାଞ୍ଚୋଟି ଦାବି ପୂରଣ ପାଇଁ ରାଜି ହୋଇଛନ୍ତି, କିନ୍ତୁ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ସଂଘ ଆନ୍ଦୋଳନ ବନ୍ଦ କରିବ ନାହିଁ। ସେ ରାଜ୍ୟର ୩୦ଟି ଜିଲ୍ଲାର ଡ୍ରାଇଭରମାନଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରିଥିଲେ।
ତେବେ, ସଂଘ ଭିତରେ ଅସନ୍ତୋଷ ବଢୁଥିବା ବେଳେ ଏକ ଗୋଷ୍ଠୀ ମେଣ୍ଡୁଲିଙ୍କ ନେତୃତ୍ୱ ବିରୋଧରେ ରୋଷ ପ୍ରକାଶ କରିଛନ୍ତି। ଏକ ବୈଠକରେ ମେଣ୍ଡୁଲିଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଅନ୍ୟପକ୍ଷରେ, ମେଣ୍ଡୁଲି କହିଛନ୍ତି ଯେ ସେ ଲୋକଙ୍କୁ ହଇରାଣ କରିବାକୁ ଚାହୁଁନାହାନ୍ତି ଏବଂ ସରକାର ଶୀଘ୍ର ସେମାନଙ୍କ ଦାବି ପୂରଣ କଲେ ଆନ୍ଦୋଳନ ସମାପ୍ତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri