ପୁଣି ମେଣ୍ଡୁଲିଙ୍କ ଆସିଲା ଭିଡିଓ, ଏଥର ସାଂଘାତିକ ବୟାନ

ଭୁବନେଶ୍ୱର,୧୨।୭: ଓଡ଼ିଶା ଡ୍ରାଇଭର ମହାସଂଘରେ ଅଭ୍ୟନ୍ତରୀଣ ବିବାଦ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନେତୃତ୍ୱକୁ ନେଇ ଅନେକ ଡ୍ରାଇଭର ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ଏହି ବିବାଦ ଏକ ନୂଆ ମୋଡ଼ ନେଇଛି। ମେଣ୍ଡୁଲିଙ୍କ ବିରୋଧରେ ମିନି ଟ୍ରକ ମାଲିକ ସଂଘ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଏକ ଅଭିଯୋଗ ଦାୟର କରିଛନ୍ତି, ଯେଉଁଥିରେ ସେ ଅଗଣତାନ୍ତ୍ରିକ ପଦ୍ଧତିରେ ହକ ମାଗୁଥିବା ଏବଂ ଡ୍ରାଇଭର ଓ ମାଲିକମାନଙ୍କୁ ଅପମାନିତ କରୁଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ପ୍ରଶାନ୍ତ ମେଣ୍ଡୁଲି ଏକ ଭାବପ୍ରବଣ ଭିଡିଓ ଜାରି କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ଡ୍ରାଇଭର ସଂଘରେ ଫାଟ ନେଇ ଭିଡିଓ କରି ସେ କାନ୍ଦି କାନ୍ଦି କହିଛନ୍ତି, ଡ୍ରାଇଭର୍‌ ଭାଇମାନେ ବିଚାର କରନ୍ତୁ, ଏ ସମୟ ଆଉ ପାଇବନି। ଯେଉଁ ଭାଇମାନେ ମାଲିକଙ୍କୁ ଚାହୁଁଛନ୍ତି, ମହାସଂଘ ଛାଡ଼ି ଦିଅନ୍ତୁ। ଯେଉଁ ଭାଇମାନେ ଗାଡ଼ି ଚଲାଇବେ ସମସ୍ତଙ୍କ ଫଟୋ ଉଠାଯିବ। ଯେଉଁମାନେ ସଂଘକୁ ପଇସା ଦେଇଛନ୍ତି ତାକୁ ବି ଫେରେଇ ଦେବୁ। ଟଙ୍କା ଫେରେଇ ଦେବୁ କିନ୍ତୁ ସଦସ୍ୟ ଭାବେ ରଖିବୁ ନାହିଁ। ଭାଇମାନେ ଧର୍ଯ୍ୟ ରଖନ୍ତୁ, ଆମକୁ କେହି କିଛି କରିପାରିବେ ନାହିଁ। ଏକ ରହେଙ୍ଗେ ତୋ ସବ ସେଫ ରହେଙ୍ଗେ।

ସୂଚନାଥାଉ କି, ମେଣ୍ଡୁଲି ଡ୍ରାଭର ସଂଘଙ୍କୁ ଆହ୍ବନ ଦେଇ କହିଥିଲେ କି, ସରକାର ଯଦି ସେମାନଙ୍କ ସାତୋଟି ଦାବି ମଧ୍ୟରୁ ପାଞ୍ଚୋଟି ଦାବି ପୂରଣ ପାଇଁ ରାଜି ହୋଇଛନ୍ତି, କିନ୍ତୁ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ସଂଘ ଆନ୍ଦୋଳନ ବନ୍ଦ କରିବ ନାହିଁ। ସେ ରାଜ୍ୟର ୩୦ଟି ଜିଲ୍ଲାର ଡ୍ରାଇଭରମାନଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରିଥିଲେ।
ତେବେ, ସଂଘ ଭିତରେ ଅସନ୍ତୋଷ ବଢୁଥିବା ବେଳେ ଏକ ଗୋଷ୍ଠୀ ମେଣ୍ଡୁଲିଙ୍କ ନେତୃତ୍ୱ ବିରୋଧରେ ରୋଷ ପ୍ରକାଶ କରିଛନ୍ତି। ଏକ ବୈଠକରେ ମେଣ୍ଡୁଲିଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଅନ୍ୟପକ୍ଷରେ, ମେଣ୍ଡୁଲି କହିଛନ୍ତି ଯେ ସେ ଲୋକଙ୍କୁ ହଇରାଣ କରିବାକୁ ଚାହୁଁନାହାନ୍ତି ଏବଂ ସରକାର ଶୀଘ୍ର ସେମାନଙ୍କ ଦାବି ପୂରଣ କଲେ ଆନ୍ଦୋଳନ ସମାପ୍ତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri