ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ: ଫଶିଲେ ୪୦ ତୀର୍ଥଯାତ୍ରୀ

ବାଲିଗୁଡ଼ା,୧୫।୩:(ଡି.ଏନ.ଏ): ସାରା ରାଜ୍ୟରେ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡାକରା ଦେଇଛନ୍ତି। ଏହାର ପ୍ରଭାବ କନ୍ଧମାଳ ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ବାଲିଗୁଡ଼ାଠାରେ ଡ଼୍ରାଇଭରମାନେ ଏକତ୍ରିତ ହୋଇ ଗାନ୍ଧୀ ଛକଠାରେ ଧାରଣା ଦେଇଛନ୍ତି। ଏଠାରୁ ବିଭିନ୍ନ ଅଞ୍ଚଳକୁ ବେସରକାରୀ ବସ ଚଳାଚଳ ନ କରି ବସଷ୍ଟାଣ୍ଡରେ ଅଟକି ରହିଥିଲା। ସେଥିରେ ମଧ୍ୟ ଏକ ତୀର୍ଥଯାତ୍ରୀ ବସ ମଧ୍ୟ ଅଟକି ରହିଥିଲା। ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁ ତୀର୍ଥଯାତ୍ରୀ ହଇରାଣ ହୋଇଥିଲେ। ଆନ୍ଦୋଳନରେ ସାମିଲ ହେବା ପାଇଁ ଅଧା ରାସ୍ତାରେ ବସ ଡ୍ରାଇଭର ଛାଡି ଦେବାରୁ ବାଲିଗୁଡା ବସଷ୍ଟାଣ୍ଡରେ କୋରାପୁଟ ଜିଲା ବୈପାରୀଗୁଡାର ୪୦ ତୀର୍ଥଯାତ୍ରୀ ଫସି ରହିଥିଲେ। ଗତ ୧ରୁ ତୀର୍ଥଯାତ୍ରୀ ଉତ୍ତର ଭାରତ ଭ୍ରମଣରେ ଯାଇଥିଲେ। ବୁଧବାର ସକାଳେ ଆସି ବାଲିଗୁଡାରେ ପହଞ୍ଚିଥିଲେ। ହେଲେ ବସ ଡ୍ରାଇଭର ଆନ୍ଦୋଳନରେ ସାମିଲ ହେବା ପାଇଁ ଅଧାରେ ଛାଡି ଦେଇଥିଲେ।
ସରକାର ଓ ପ୍ରଶାସନକୁ ନିବେଦନ କରିବା ପରେ ଏଥିରେ ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ ହସ୍ତକ୍ଷେପ କରି ତୀର୍ଥଯାତ୍ରୀ ବସଟିକୁ ସୁରକ୍ଷା ଯୋଗାଇ ସହର ଅତିକ୍ରମ କରାଇଥିଲେ। ଦୀର୍ଘ ୫ଘଣ୍ଟା ଅଟକିବା ପରେ ତୀର୍ଥଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇ ପାରିଥିବାରୁ ବାଲିଗୁଡା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଆଟେଣ୍ଡାଣ୍ଟଙ୍କ ଦ୍ୱାରା ଚାଲିଛି ପ୍ରାଣୀ ଚିକିତ୍ସା

ଗୋପାଳପୁର,୮ା୨-କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ବଜେଟରେ ମଧ୍ୟ କୃଷକଙ୍କ ବିକାଶ ପାଇଁ ଲୋକାଭିମୁଖୀ...

ହୋଇନି ଛତ୍ରପୁର, ଭଞ୍ଜନଗର, ଆସିକା ମ୍ୟୁନିସିପାଲିଟି

ଛତ୍ରପୁର,୮ା୮(ଡି.ଏନ.ଏ):ଗଞ୍ଜାମ ଜିଲାର ଛତ୍ରପୁର, ଭଞ୍ଜନଗର ଓ ଆସିକା ଏନ୍‌ଏସିକୁ ୩ ମାସ ମଧ୍ୟରେ ମ୍ୟୁନିସିପାଲିଟି ଭାବେ ଘୋଷଣା କରିବାକୁ ଉଚ୍ଚ ନ୍ୟାୟାଳୟ ୨୦୧୯ ଅଗଷ୍ଟ ୫...

ବଢୁଛି ସଂଖ୍ୟା: କଟକରୁ ଆଉ ୩୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୩।୭: କଟକ ସହରରେ ଗୁରୁବାର ୩୪ ନୂୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ କେସ୍‌, ୨୧ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌,...

ସମ୍ବଲପୁରରେ ବିସିଆଇ ଟିମ୍‌

ସମ୍ବଲପୁର,୨୬।୨(ବ୍ୟୁରୋ): ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସମ୍ବଲପୁରଠାରେ ଜିଲା ଓକିଲ ସଂଘ ଆନ୍ଦୋଳନରେ ସାମିଲ ହୋଇଥିଲା।...

ଶେରଗଡ଼ରେ ଲକ୍‌ଡାଉନ୍‌ ପ୍ରଭାବ: ପନିପରିବା ଦରବୃଦ୍ଧି, ଆଳୁ କହୁଛି ଛୁଉଁନା

ଶେରଗଡ଼,୨୬।୩(ଡି.ଏନ୍‌.ଏ.): ଶେରଗଡ଼ ବଜାରରେ କରୋନାକୁ ନେଇ କରାଯାଇଥିବା ଲକ୍‌ଡାଉନ୍‌ର ପ୍ରଭାବ ଦେଖିବାକୁ ମିଳିଛି। ବୁଧବାରଠାରୁ ପୋଲିସ କଡ଼ାକଡ଼ି ଭାବେ ଯାଞ୍ଚ କରୁଥିବା ବେଳେ ଅଞ୍ଚଳରେ କେବଳ...

ଲଘୁଚାପ ବର୍ଷା : ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା

ବ୍ରହ୍ମପୁର ଅଫିସ,୭।୮: ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାରେ ସୋମବାର ରାତିରୁ ପ୍ରବଳ ବର୍ଷା ଲାଗିରହିଛି। ବୁଧବାର ମଧ୍ୟ ଅନବରତ ବର୍ଷା ହେଉଥିବାରୁ ଜନଜୀବନ ପ୍ରଭାବିତ ହୋଇଛି।...

ହାତ ଚଳୁଥିଲା ପର୍ଯ୍ୟନ୍ତ ଭାତ ମିଳୁଥିବ

କଟକ ଅଫିସ,୨୮।୨: କର୍ମ ହିଁ ମଣିଷକୁ ପରିଚୟ ଦିଏ। ହେଲେ ସମୟ ମଣିଷର କର୍ମ ଓ ପରିଚୟକୁ ବି ବଦଳାଇପାରେ। ସମୟ ବଦଳିବା ସହିତ ମଣିଷ...

ଯୁବକଙ୍କ ସହ ବଟି ମୂଲଚାଲର ଭିଡିଓ ଭାଇରାଲ: ରାତାରାତି ବଦଳିଲେ ବଡ଼ସାହି ଥାନା ଅଧିକାରୀ

ବାରିପଦା ଅଫିସ/ବଡ଼ସାହି,୧୨ା୧୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧିକାରୀ ବିଶ୍ୱଜ କୁମାର ରାଉତରାୟଙ୍କୁ ସୋମବାର ରାତିରେ ବଦଳି କରାଯାଇଛି। ତାଙ୍କୁ ଜିଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ...

Advertisement
Archives

Model This Week