ପାନୀୟ ଜଳର ମାନକୁ ନେଇ ଉଠିଲା ପ୍ରଶ୍ନ: ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ହୋର୍ଡିଂରେ ବୋଳିଲେ କଳା

ରାଉରକେଲା,୨୧।୧୨:ରାଉରକେଲାରେ ହଇଜା ସ୍ଥିତିି ଅଣାୟତ୍ତ ହୋଇପଡିଥିବା ବେଳେ ଡାକ୍ତରଖାନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗୁରୁବାର ସୁଦ୍ଧା ବିଭିନ୍ନ ଡାକ୍ତରଖାନାରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚି ଥିବା ବେଳେ ଆର୍‌ଜିଏଚ୍‌ରେ ୬ ଓ ଅନ୍ୟ ଘରୋଇ ହସ୍ପିଟାଲରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟପକ୍ଷେ ବିଭିନ୍ନ ଡାକ୍ତରଖାନାରେ ୧୪ ଶହରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ସହରର ଶକ୍ତିନଗର ଅଞ୍ଚଳରେ ଲଗିଥିବା ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ବିଜ୍ଞାପନ ହୋର୍ଡିଂରେ କଳା ରଙ୍ଗ ଲଗାଇ ସହରରେ ଯୋଗାଇ ଦିଆଯାଇଥିବା ପାନୀୟ ଜଳ ଯୋଗାଣକୁ ଏକ ପ୍ରକାର ବିରୋଧ କରାଯାଇଛି।

ଅନ୍ୟପକ୍ଷେ କୌଣସି ରାଜନୈତିକ ଦଳ ନା ଅନ୍ୟ କୌଣସି ଲୋକ ହୋର୍ଡିଙ୍ଗରେ କଲା ଲଗାଇଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏପରିକି ସହରରେ ହଇଜା ବ୍ୟାପିବା ପରେ ଯୋଗାଣ ହେଉଥିବା ପାନୀୟ ଜଳର ମାନକୁ ନେଇ ସହରବାସୀ ପ୍ରଶ୍ନ ଉଠାଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ୨୬ଜଣ ନୂଆ ଆକ୍ରାନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୁନ୍ଦରଗଡ଼, ଭୁବନେଶ୍ୱରର ବିଶେଷଜ୍ଞ ଡାକ୍ତରମାନେ ରୋଗୀ ଚିକିିତ୍ସା କରୁଛନ୍ତି। ସମସ୍ତ ପ୍ରତିଷେଧକମୂଳକ ପ୍ରତିକାର ସତ୍ତ୍ୱେ ଘରୋଇ ହସ୍ପିଟାଲରେ ରୋଗୀ ସଂଖ୍ୟା ବୃଦ୍ଧି ଯୋଗୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।