ମନ୍ଥର ଗତିରେ ପାନୀୟ ଜଳ ପ୍ରକଳ୍ପ କାମ

ଭଞ୍ଜନଗର,୯।୧୧(ଡି.ଏନ.ଏ): ଭଞ୍ଜନଗର ବିଜୁ ପଟ୍ଟନାୟକ ପାର୍କ ରାସ୍ତାରେ ୨ କୋଟି ୩୮ଲକ୍ଷ ଟଙ୍କା ବ୍ୟୟରେ ୪୦ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ଜଳ ବିଶୋଧନାଗାର ନିର୍ମାଣ ଚାଲିଛି । ଏହି କାମ ଗତ ଜୁଲାଇ ସୁଦ୍ଧା ସାରିବା ଲକ୍ଷ୍ୟ ଥିଲା। କିନ୍ତୁ ଠିକାଦାର ମନ୍ଥର ଗତିରେ କାମ କରୁଥିବା ଯୋଗୁ କାମ ସରି ପାରି ନ ଥିବା ଅଭିଯୋଗ ହେଉଛି। ତେବେ ଠିକାଦାର ସମୟ ବଢ଼ାଇ ନଭେମ୍ବର ଶେଷ ସୁଦ୍ଧା କାମ ସାରିବା ପାଇଁ ଲକ୍ଷ୍ୟ ରଖିଥିତ୍ବା ଜଣାପଡ଼ିଛି। ଏଥିରେ ଖିଲାପ କଲେ ଆଉ ସମୟ ବଢ଼ାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି ।
ଆଗାମୀ ୩୦ବର୍ଷକୁ ଆଖି ଆଗରେ ରଖି ଭଞ୍ଜନଗର ସହରରେ ଆଉ ୨ଟି ନୂଆ ଓଭରହେଡ୍‌ ପାଣିଟାଙ୍କି ଏବଂ ୨ଟି ସମ୍ପ ନିର୍ମାଣ ହେବ। ଏଥିସହ ସହରର କେତକ ଅଞ୍ଚଳରେ ନୂତନ ପାଇପ ବିଛାଯିବ । ଏ ବାବଦରେ ୨କୋଟି ୭୮ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଗୋଟିଏ ଓଭର ହେଡ଼୍‌ ପାଣି ଟାଙ୍କି ବ୍ଲକ ନିକଟସ୍ଥ ନିର୍ମାଣଧୀନ ମିଶନ ଶକ୍ତି ଭବନକୁ ଲାଗି ହେବ ା ସେଠାରେ ଏକ ସମ୍ପ ମଧ୍ୟ ନିର୍ମାଣ ହେବ । ସମ୍ପ ଏବଂ ଓଭରହେଡ଼୍‌ ପାଣି ଟାଙ୍କିରେ ମୋଟ ୫ଲକ୍ଷ ଲିଟର ପାଣି ମହଜୁଦ୍‌ ରହିପାରିବ । ପୁରୁଣା ଜେଲ ପଛ ପଟେ ସମ୍ପ ଏବଂ ଓଭର ହେଡ଼୍‌ ଟାଙ୍କି ହେବ। ସେଠାରେ ସାଢ଼େ ୫ଲକ୍ଷ ଲିଟର ପାଣି ମହଜୁଦ୍‌ ରହିବ। ଉକ୍ତ ଦୁଇଟି କାମର ଟେଣ୍ଡର ସରିଛି। କିଛିଦିନ ମଧ୍ୟରେ ତାର କାମ ଆରମ୍ଭ ହେବ । ବର୍ତ୍ତମାନ ମେଡ଼ିକାଲ ପରିସରରେ ୬ଲକ୍ଷ ଲିଟର ପାଣି ମହଜୁଦ୍‌ ରହୁଥିବା ବେଳେ କାର୍ଯ୍ୟାଳୟ ନିକଟରେ ୯ଲକ୍ଷ ଲିଟର ପାଣି ମହଜୁଦ୍‌ ରଖାଯାଉଛି। ସେଠାରେ ସାଢ଼େ ୪ଲକ୍ଷ ଲିଟର ପାଣି ଗଚ୍ଛିତ ରହିବା ଭଳି ଏକ ସମ୍ପ ଅଛି। ବତ୍ତର୍ର୍ମାନ ଜଣ ପିଚ୍ଛା ୧୬୫ ଲିଟର ପାଣି ଦେବା ବ୍ୟବସ୍ଥା କରାଯାଉଛି। ଭଞ୍ଜନଗର ସହରରେ ବର୍ତ୍ତମାନ ୪୩୬୭ ଘରେ ୨୨,୬୨୯ ଲୋକ ବସବାସ କରୁଥିବା ବେଳେ ବେସରକାରୀ ଭାବେ ଏହା ଆହୁରି ଅଧିକ ହେବ। ସମସ୍ତଙ୍କୁ ପାଣି ଯୋଗାଇବାକୁ ହେଲେ ବର୍ତ୍ତମାନ ଦୈନିକ ୩୭ଲକ୍ଷ ୩୦ ହଜାର ଲିଟର ପାଣି ଆବଶ୍ୟକ। ଜଳ ବିଶୋଧନାଗାର ପ୍ରକଳ୍ପ କାର୍ଯ୍ୟ ସରିଲେ ସହରରେ ପାଣି ସମସ୍ୟା ରହିବ ନାହିଁ । ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ନିତ୍ୟାନନ୍ଦ ବେହେରା କହିଛନ୍ତି, ଚଳିତମାସ ଶେଷ ସୁଦ୍ଧା ଜଳ ବିଶୋଧନାଗାର କାମ ସରିଯିବ ବୋଲି ଆଶା କରାଯାଉଛି। ଠିକାଦାର ଏଥିରେ ଖିଲାପ କଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri