ପାଣିଟାଙ୍କି ଥାଇ ଯୋଗାଣ ବନ୍ଦ

ଦାରିଙ୍ଗବାଡ଼ି,୨ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳ ଡକରବାଡ଼ି ଏବଂ ଗବାଟବାଡ଼ି ଗ୍ରାମରେ ପିଇବା ପାଣି ସମସ୍ୟା ଉତ୍କଟରୂପ ଧାରଣ କରିଛି। ଖରାଦିନ ପୂର୍ବରୁ ପାନୀୟଜଳ ଅଭାବ ଦେଖିବାକୁ ମିଳିଛି। ଫଳରେ ଗ୍ରାମବାସୀ ନିକଟ ଚୁଆ, ନାଳରୁ ପାଣି ସଂଗ୍ରହ କରି ପିଉଛନ୍ତି। ଏହାକୁ ନେଇ ଉଭୟ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ଜଳଯୋଗାଣ ଦାୟିତ୍ୱରେ ଥିବା ଅସ୍ଥାୟୀ କର୍ମଚାରୀଙ୍କୁ ଜଣାଇଲେ ସୁଦ୍ଧା ପାଇପ ଯୋଗେ ଜଳଯୋଗାଣ ବନ୍ଦ ରହିଛି। ସେହିପରି ଡକରବାଡ଼ି ଗ୍ରାମର ଅନେକ ସ୍ଥାନରେ ପାଇପ ଫାଟି ରହିଥିଲେ ସୁଦ୍ଧା ତାକୁ ମରାମତି କରାଯାଉନାହିଁ। ସରକାରଙ୍କ ବହୁବିଧ ଯୋଜନାରେ ପାଇପ ଯୋଗେ ଘରକୁ ପାଇପ ଯୋଗାଇ ଦିଆଯାଇଥିଲେ ସୁଦ୍ଧା ପାଣିର ଅଭାବ ଦେଖାଯିବା ସହ ଘରେ ଘରେ ସଠିକ୍‌ ଭାବେ ଜଳ ପହଞ୍ଚିପାରୁନି। ଉଭୟ ଗ୍ରାମ ପାଖାପାଖି ରହିଥିବାରୁ ଗୋଟିଏ ପାଣିଟାଙ୍କିରୁ ଜଳ ଯୋଗାଣ କରାଯାଉଛି। ତେବେ ଏବେ ଜଳ ଯୋଗାଣ ବନ୍ଦ ଯୋଗୁ ଦୁଇଟିଯାକ ଗ୍ରାମ ପ୍ରଭାବିତ ହେଉଛି। ଜଳାଭାବ ଯୋଗୁ ଗ୍ରାମବାସୀ ବହୁ ହଇରାଣ ଭୋଗୁଥିବା ଗ୍ରାମର ନୀଳମଣି ସାହୁ, ରାମଦେଉ ପ୍ରଧାନ, ମେସୁରା ପ୍ରଧାନ ପ୍ରମୁଖ କହିଛନ୍ତି। ତୁରନ୍ତ ଜଳଯୋଗାଣର ବ୍ୟବସ୍ଥା କରାଯିବା ପାଇଁ ଉଭୟ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ା ଝୁଲାପୋଲ ସିଲ୍‌କୁ ବିରୋଧ

ରାୟଗଡ଼ା ଅଫିସ,୨୭ା୯:କଟକ ସ୍ଥିତ ଧବଳେଶ୍ୱର ପରେ ରାୟଗଡ଼ା ସ୍ଥିତ ଝୁଲାପୋଲ ରାଜ୍ୟରେ ଦ୍ୱିତୀୟ ଭାବେ ପ୍ରସିଦ୍ଧ। ବର୍ଷତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ହେଲେ ଏହି...

ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ

ବ୍ରହ୍ମପୁର ଅଫିସ୍‌,୧୫।୮-ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଗୁରୁବାର ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଟି. ଆଓ...

କନ୍ଧମାଳରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ

ଫୁଲବାଣୀ ଅଫିସ, ୧୫ା୪- କରୋନା ଆକ୍ରାନ୍ତଙ୍କ ପାଇଁ କନ୍ଧମାଳ ଜିଲାରେ ପ୍ରଥମ କରି ମଙ୍ଗଳବାରଠାରୁ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ା ଜିଏନ୍‌ଏମ୍‌ କଲେଜ ପରିସରରେ...

ଟ୍ରକ୍‌ ଧକ୍କାରେ ରେଳ ଫାଟକ ଭାଙ୍ଗିଲା: ଅଟକିରହିଲା ଗାଡିମୋଟର

ନିରାକାରପୁର,୨୩ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନରେ ଥିବା ନିରାକାରପୁର ଲେଭଲ କ୍ରସିଂ ଫାଟକ ଏକ ଟ୍ରକ୍‌ ଧକ୍କାରେ ଭାଙ୍ଗିଯାଇଛି। ଶୁକ୍ରବାର ସନ୍ଧ୍ୟାରେ ରାମେଶ୍ୱରରୁ ନିରାକାରପୁର ଆସୁଥିବା...

ହାତୀ ଘଉଡ଼ାଇବା ବେଳେ ଦୁଇ ରାଜ୍ୟବାସୀ ମୁହାଁମୁହିଁ

ଜଳେଶ୍ୱର,୧୯।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ସୀମାନ୍ତରେ ଦୀର୍ଘ ୧ମାସ ଧରି ୧୮ଟି ହାତୀ ରାଇବଣିଆ ଅଞ୍ଚଳରେ ବ୍ୟାପକ କ୍ଷତି କରିଆସୁଥିବାବେଳେ ସୋମବାର ବାଲେଶ୍ୱର ବନବିଭାଗର ୭ଟି...

ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିଲା ମଦ, ଅଧା ରାସ୍ତାରେ ବାନ୍ଧିଲା ପୋଲିସ

ବାଲେଶ୍ୱର ଅଫିସ,୯।୧୦: ୫୭ ନଂ ରାଜ୍ୟ ରାଜପଥ ବାଲେଶ୍ୱର ଜିଲା ବାଟଗ୍ରାମଠାରେ ଚଢ଼ାଉ କରାଯାଇ ଆନୁମାନିକ ୧୦ ଲକ୍ଷ ଟଙ୍କାର ମଦ ଜବତ କରାଯାଇଛି। ଦୁର୍ଗାପୂଜା...

ହାତୀ ଶାବକର ମୃତଦେହ ଉଦ୍ଧାର

ଦେବଗଡ଼,୨୬।୧୨(ଡି.ଏନ୍‌.ଏ.): ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ଅଧୀନ ବରଡ଼ାନାଳି ଗ୍ରାମରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀ ଶାବକର ଆନୁମାନିକ...

ରେଲିକୁମ୍ଭାରେ ପାନୀୟଜଳ ସଙ୍କଟ

କୋରାପୁଟ,୧୦।୭(ସ୍ବ.ପ୍ର.): ପ୍ରତି ଘରକୁ ପାନୀୟ ଜଳ ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନକରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ...

Advertisement
Archives

Model This Week