ଦିଗପହଣ୍ଡିରେ ମିଳୁନି ପିଇବା ପାଣି : ତେଜୁଛି ଜନଅସନ୍ତୋଷ: ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏଭଳି ସମୟରେ ଦିଗପହଣ୍ଡି ସହରରେ ମିଳୁନି ପିଇବା ପାଣି। ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗ ପାଇପ ଯୋଗେ ପାନୀୟଜଳ ଯୋଗାଣ ସମୟ ନିର୍ଘଣ୍ଟ ସ୍ଥିର ନକରି ନିଜ ଇଚ୍ଛାରେ ଖୁବ କମ ସମୟ ପାଇଁ ପାନୀୟଜଳ ଯୋଗାଣ କରୁଥିବାରୁ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ପ୍ରତିବାଦରେ ଦିଗପହଣ୍ଡି ସହରର ବହୁ ସଂଖ୍ୟକ ବାସିନ୍ଦା ସୋମବାର ସ୍ଥାନୀୟ ଏନଏସି କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ମୌଳାଭଞ୍ଜା ଗ୍ରାମ ନିକଟ ଘୋଡାହାଡ ନଦୀରୁ ଦିଗପହଣ୍ଡି ସହରକୁ ପାଇପ ଯୋଗେ ପାନୀୟ ଜଳ ଆସୁଥିଲା । ବର୍ତ୍ତମାନ ନଦୀ ଶୁଖିଲା ପଡିବା ହେତୁ ଆବଶ୍ୟକ ପାନୀୟଜଳ ଆସୁନାହିଁ। ଏଭଳି ସ୍ଥିତିରେ ଦିଗପହଣ୍ଡି ମେଦିରୀ ସାହି ସମ୍ମୁଖରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖୋଳା ଯାଇଥବା ବୋର୍‌ଓ୍ବେଲରୁ ସହରର ଅର୍ଦ୍ଧାଧିକ ଅଞ୍ଚଳକୁ ସ୍ବଳ୍ପ ପରିଣାମର ପାନୀୟ ଜଳ ଯୋଗାଣ କରାଯାଉଛି। ଜଳଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବା ବଦଳରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି ଛଡାଯିବା ସମୟ ମନଇଛା ଧାର୍ଯ୍ୟ କରୁଛନ୍ତି। ସକାଳୁ ପ୍ରକଳ୍ପରୁ ପାଣି ଛାଡିବା ପରିବର୍ତ୍ତେ ରାତି ଅଧରେ ପାଣି ଛାଡୁଛନ୍ତି । ଲୋକେ ରାତି ଅନିଦ୍ରା ହୋଇ ପାଣି ସଂଗ୍ରହ କରୁଛନ୍ତି। ତେଣୁ ବିଭାଗ ପକ୍ଷର ପୂର୍ବଭଳି ସକାଳ ଓ ସନ୍ଧ୍ୟାରେ ସହରକୁ ପାଣି ଛାଡିବାକୁ ସହରବାସୀ ଦାବି କରିଛନ୍ତି । ଏଥିସହ ଟାଟା ବିଦ୍ୟୁତ୍‌ ବିତରଣ କମ୍ପାନୀ ପକ୍ଷରୁ ଦିଗପହଣ୍ଡିରେ ବିଦ୍ୟୁତ କାଟର କୈାଣସି ସମୟ ନାହିଁ । ଯେତେବେଳେ ଚାହିଁବେ ବିଦ୍ୟୁତ ସରବରାହ ବନ୍ଦ ରଖୁଛନ୍ତି। ବିଦ୍ୟୁତ କାଟ ପୁର୍ବରୁ ଉପଭୋକ୍ତା ମାନଙ୍କୁ ଅବଗତ କରାଯିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି । ଆଗାମୀ ଦିନରେ ବିପର୍ଯ୍ୟସ୍ତ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଏବଂ ଅଘୋଷିତ ବି୍ଦ୍ୟୁତ୍‌ତ କାଟର ସୁଧାର ନହେଲେ ଜନ ଆନ୍ଦୋଳନ କରାଯିବ ବୋଲି ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ କୈଳାସ ଚନ୍ଦ୍ର ଷଡ଼ଙ୍ଗୀ , ଭି .ସୁଦର୍ଶନ ରାଜୁ , ପି . ଶିବଶଙ୍କର , ଇ. କୈଳାଶ , ଏ. କୁରେଶୁ , ଅଶୋକ ପାଢ଼ୀ , ବଂଶୀଧର ମହାରଣା , ଏ . ଗଣେଶ , ନାଗେଶର ରାଓ ସମେତ ବହୁ ସଂଖ୍ୟକ ସହରବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri