କେନ୍ଦ୍ରାପଡ଼ା ଜିଲାର ୬୦ ଭାଗ ଗାଁରେ ମିଳୁନି ପାନୀୟଜଳ

କେନ୍ଦ୍ରାପଡ଼ା ଅଫିସ, ୨୮ା୭: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଲୁଣାଞ୍ଚଳବାସୀଙ୍କ ପାଇଁ ଗତ ୨୦୧୮ ଡିସେମ୍ବର ୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସୁଧା ଯୋଜନାରେ ମେଗା ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଆସନ୍ତା ୪ ମାସ ମଧ୍ୟରେ ଏହି ଶିଳାନ୍ୟାସକୁ ଇତିମଧ୍ୟରେ ୪ ବର୍ଷ ପୂର୍ଣ୍ଣ ହେବ। ପ୍ରକଳ୍ପ କାର୍ଯ୍ୟ ପ୍ରାୟ ୭୦ ପ୍ରତିଶତ ସରିଥିବା ବେଳେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ମାମଲାରେ ପଡି ଏହାର କାର୍ଯ୍ୟ ଧୀମା ହୋଇଛି। ତେବେ ଏହାର ଜଳଉତ୍ସ ଲୁଣା ଓ ଚିତ୍ରୋପତ୍ଳା ନଦୀର ଜଳସ୍ତର କମ୍‌ ରହୁଥିବାରୁ ଆଗାମୀଦିନରେ ଏହି ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତତାକୁ ଗତି କରିବ ବୋଲି ପରିବେଶବିତ୍‌ମାନେ ଆକଳନ କରୁଛନ୍ତି। ସେହିପରି ବିଭିନ୍ନ ଯୋଜନାରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଓ ରାଜନେତାଙ୍କ ଉଦ୍ୟମ ହେଉଥିଲେ ମଧ୍ୟ ଏହାର ସୁଫଳ ତୃଣମୂଳସ୍ତରରେ ପହଞ୍ଚତ୍ ପାରୁ ନ ଥିବା ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଜଳ ଜୀବନ ମିଶନ ତଥ୍ୟ ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲାରେ ମୋଟ ୩୦୪୭୨୫ ଘର ମଧ୍ୟରୁ ୧୫୬୯୦୫ ଘରକୁ ପାଇପ ପାଣି ଯୋଗାଯାଉଛି। ୧୫୯୨ ରାଜସ୍ବ ଗ୍ରାମ ମଧ୍ୟରୁ ୫୦୧ଟି ଗ୍ରାମକୁ ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ଘରକୁ ଟ୍ୟାପ ଯୋଗେ ପାଣି ଯୋଗାଇ ଦିଆଯାଉଛି। ସେହିପରି ୫୧୯ ଗ୍ରାମରେ ଟ୍ୟାପ ସଂଯୋଗ ୭୦ ପ୍ରତିଶତରୁ କମ୍‌ ରହିଛି। ୮୩ ଗ୍ରାମକୁ ପାଣି ସଂଯୋଗ ପ୍ରକ୍ରିୟା ଜାରି ରହିଥିବା ବେଳେ ଅବଶିଷ୍ଟ ପାଇଁ ଅଦ୍ୟାବଧି କୌଣସି ପ୍ରକଳ୍ପ ମଞ୍ଜୁର ହୋଇନାହିଁ। ବହୁ ଅଞ୍ଚଳରେ ଟ୍ୟାପ ପାଣି ପ୍ରକଳ୍ପିତ ଗ୍ରାମର ଶେଷ ମୁଣ୍ଡରେ ପହଞ୍ଚତ୍ ପାରୁନାହିଁ। ଏହାକୁ ହିସାବକୁ ନେଲେ ୬୦ରୁ ଊର୍ଦ୍ଧ୍ୱ ଭାଗ ଗ୍ରାମାଞ୍ଚଳବାସୀ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ରହିଛନ୍ତି। ଅପରପକ୍ଷରେ ଗ୍ରାମାଞ୍ଚଳରେ ୧୬,୨୨୮ଟି ନଳକୂପରୁ ଶତକଡା ୧୦ ଭାଗରେ ଫ୍ଲୋରାଇଡ, ଆଇରନ ମିଶା ଲୁଣାପାଣି ବାହାରୁଛି। ଏହାସତ୍ତ୍ୱେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଶତକଡା ୭୯ ଭାଗ ଗ୍ରାମାଞ୍ଚଳରେ ପାନୀୟ ଜଳ ଶୁଦ୍ଧ ଥିବା ଦର୍ଶାଯାଇଛି। ସେହିପରି ଜିଲା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ, ନଦୀ ଓ ପୋଖରୀ ଜଳ ବ୍ୟବହାର ପାଇଁ ପ୍ରତିବର୍ଷ ଲକ୍ଷାଧିକ ଲୋକ ଜଳବାହିତ ରୋଗରେ ପୀଡିତ ହେଉଛନ୍ତି।

ପରିବେଶବିତ୍‌ ଅଶୋକ କୁମାର ସ୍ବାଇଁ କହିଛନ୍ତି, ରାଜ୍ୟର ଦ୍ୱିତୀୟ ବୃହତମ ନଦୀପଥ କେନ୍ଦ୍ରାପଡ଼ା ଜିଲାରେ ଅଛି। ତେବେ ଉପରମୁଣ୍ଡରେ ଜଳସ୍ତର ହ୍ରାସ ଯୋଗୁ ପର୍ଯ୍ୟାପ୍ତ ପରିମାଣରେ ଜଳ ନଦୀରେ ଆସୁନାହିଁ। ସମୁଦ୍ର ନିକଟବର୍ତ୍ତୀ ହୋଇଥିବାରୁ ବୈତରଣୀ, ଲୁଣା, ହଂସୁଆ, ଗୋବରୀ ଆଦି ଲୁଣା ମାଡି ଆସୁଛି। ଲୁଣାନଦୀର ମଣିକୁଣ୍ଡାଠାରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ଅଛି। ଏହି ନଦୀର ପ୍ରକଳ୍ପଠାରୁ ମାତ୍ର ୫ କିଲୋମିଟର ଦୂରରେ ଲୁଣାପାଣି ମିଳୁଛି। ଖରାଦିନେ ଲୁଣାନଦୀର ଜଳସ୍ରୋତ କମି ଯାଉଥିବାରୁ ଲୁଣା ଅଂଶ ପ୍ରକଳ୍ପ ଆଡକୁ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଆସିଯାଉଛି। ଏହି ଧାରା ଆଗକୁ ଜାରି ରହିଲେ ଆସନ୍ତା ୫ ବର୍ଷ ମଧ୍ୟରେ ଜିଲାର ବହୁ ନଦୀରେ ମଧୁର ଜଳ ପରିବର୍ତ୍ତେ ଲୁଣି ପାଣି ମିଳିବ। ଜିଲା ଜନସୁରକ୍ଷା ମଞ୍ଚ ସଭାପତି ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ପ୍ରାକୃତିକ ଜଳ ଉତ୍ସର ସୁରକ୍ଷା, ନଦୀ କୂଳରେ ବୃକ୍ଷରୋପଣ, ଚେକ୍‌ ଡ୍ୟାମ ନିର୍ମାଣ ଆଦି କେନ୍ଦ୍ରାପଡ଼ା ଜିଲା ପାଇଁ ଜରୁରୀ ହୋଇପଡିଛି। ଜଳ ସୁରକ୍ଷା ଆଇନ ୨୦୧୭କୁ ଉପଯୋଗ କରି ନଦୀ ଅବବାହିକାରେ ଅବାଧ ନିର୍ମାଣ ବନ୍ଦ କରିବା, ଲଘୁ ଖଣିଜ ସମ୍ପଦକୁ ସୁରକ୍ଷିତ କରିବା, ଜଳପଥରୁ ଜବରଦଖଲ ହଟାଇବା ଆଦିକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେବା କଥା। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟର ଏକମାତ୍ର ଜଳସଙ୍କଟ ଭାବେ କେନ୍ଦ୍ରାପଡ଼ା ଜିଲାକୁ ଚିହ୍ନଟ କରି ଜଳଶକ୍ତି ଅଭିଯାନରେ ସାମିଲ କରିଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ପାନୀୟ ଜଳ ସମସ୍ୟା ପ୍ରତି ଜିଲା ପ୍ରଶାସନ ସଜାଗ ଦୃଷ୍ଟି ରଖିଛି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କେତୋଟି ପ୍ରକଳ୍ପ ଚିଠା ପ୍ରସ୍ତାବ ହୋଇଥିବା ବେଳେ କେତେକ ପ୍ରକଳ୍ପ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ବର୍ଷକ ମଧ୍ୟରେ ସମସ୍ତଙ୍କ ନିକଟରେ ପାଇପ ଯୋଗେ ପାନୀୟ ଜଳ ପହଞ୍ଚତ୍ବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri