Posted inଫୁରସତ

କନ୍ୟାବେଶରେ ସଜେଇ ହୋଇ ଶ୍ମଶାନରେ ପହଞ୍ଚିଲେ ଯୁବତୀ, ସତ ଜଣାପଡ଼ିବା ପରେ ସମସ୍ତଙ୍କ ଆଖିରୁ ବୋହିଗଲା ଧାରଧାର ଲୁହ

ଜଣେ ଯୁବତୀ ହାତରେ ଫୁଲତୋଡ଼ା ଆଉ କନ୍ୟାବେଶରେ ସଜେଇ ହୋଇ ଯେତେବେଳେ ଶ୍ମଶାନରେ ପହଞ୍ଚିଲେ ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ମାତ୍ର ଯେତେବେଳେ ସତ କଥା ଜଣାପଡ଼ିଲା ସେତେବେଳେ ସମସ୍ତଙ୍କ ଆଖିରୁ ଧାରଧାର ଲୁହ ବୋହିଗଲା।

ପ୍ରକୃତ କଥା ହେଲା ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହେବା ପରେ ଶ୍ମଶାନରେ ଅନ୍ତିମ ସତ୍କାର ପ୍ରକ୍ରିୟା ଚାଲିଥିଲା। ଏହି ସମୟରେ ଜଣେ ଯୁବତୀ କନ୍ୟାବେଶରେ ଆସିଥିବାରୁ ସମସ୍ତେ ତାଙ୍କୁ ବୁଲି ବୁଲି ଦେଖୁଥିଲେ।

ଏକ ରିପୋର୍ଟ ଅନୁଯାୟୀ, ବ୍ରିଟେନର ଲାଇମେରିକ ଶ୍ମଶାନରେ କନ୍ୟାବେଶରେ କ୍ୟାଟ୍‌ କ୍ୱିଲିଙ୍ଗନ ପହଞ୍ଚତ୍ଥିଲେ। କ୍ୟାଟ୍‌ଙ୍କ ବିବାହ ତାଙ୍କ ପ୍ରେମିକ ମାଇଲ୍‌ସ ମାଇଲେଙ୍କ ସହ ହେବାର ଥିଲା। ଏଥିପାଇଁ ବିବାହର ସମସ୍ତ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ଏକ ଦୁଃଖଦ ଘଟଣା ଘଟିଥିଲା। ମାଇଲ୍‌ ନିଜ କାର୍‌ରେ ଚର୍ଚ୍ଚକୁ ଆସୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ଶୁଣିବା ପରେ କ୍ୟାଟ୍‌ଙ୍କ ହୋସ୍‌ ଉଡ଼ିଯାଇଥିଲା। ତେଣୁ ସେ ଶେଷଥର ପାଇଁ ତାଙ୍କ ମୃତ ପ୍ରେମିକଙ୍କୁ ଭେଟିବାକୁ ଚାହୁଁଥିଲେ। ବିବାହ ସିନା କରିପାରିଲେନି ମାତ୍ର କନ୍ୟା ବେଶରେ ସଜେଇ ହୋଇ ସେ ତାଙ୍କ ପ୍ରେମିକ ତଥା ଭାବିସ୍ବାମୀଙ୍କ ଶବାଧାର ନିକଟକୁ ଆସି ଜୋର୍‌ରେ କାନ୍ଦିବାକୁ ଲାଗିଥିଲେ। ଏହା ଦେଖି ପାଖରେ ଥିବା ଲୋକମାନେ ଭାବବିହ୍ବଳ ହୋଇପଡ଼ିଥିଲେ।

କ୍ୟାଟ୍‌ଙ୍କ ପିତା କୁହନ୍ତି, ତାଙ୍କ ଝିଅ ମାଇଲ୍‌ସଙ୍କୁ ବହୁତ ଭଲ ପାଉଥିଲେ। ପୂରା ଜୀବନ ତାଙ୍କ ସହ ବିତାଇବାକୁ ଚାହୁଁଥିଲେ। କ୍ୟାଟ୍‌ ତାଙ୍କ ଭାବି ସ୍ବାମୀଙ୍କ ପାଇଁ ସୋସିଆଲ ମିଡିଆରେ ଲେଖିଥିଲେ, ୟେ ମୋ ଜୀବନ, ମୁଁ ଜାଣିଥିଲି ତୁମେ ମୋ’ ସହ ସବୁଦିନ ରହିବ। କିନ୍ତୁ କିଏ ଜାଣିଥିଲା ତୁମେ ମୋତେ ଏମିତି ଛାଡ଼ି ଚାଲିଯିବ ବୋଲି। କ୍ୟାଟ୍‌ଙ୍କ ଏହି ପୋଷ୍ଟ ଦେଖି ୟୁଜରମାନେ ମଧ୍ୟ ଭାବୁକ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri